Categories: ଖେଳ

ଟପ୍‌-୧୦ ଟି୨୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଦୁଇ ଭାରତୀୟ

ଦୁବାଇ,୭।୭: ଭାରତୀୟ ଅଧିନାୟକ ବିରାଟ କୋହଲି ପୂର୍ବ ଭଳି ଟି୨୦ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ପଞ୍ଚମ ସ୍ଥାନ ବଜାୟ ରଖିଛନ୍ତି। ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଗୋଟିଏ ସୋପାନ ଉପରକୁ ଉଠି ୬ଷ୍ଠ ସ୍ଥାନ ଅଧିକାର କରିଥିବା ଦର୍ଶାଇଛି ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍ସ।

ଇଂଲଣ୍ଡର ଡେଭିଡ ମଲାନ (୮୮୮ ପଏଣ୍ଟ) ଶୀର୍ଷରେ ଥିବା ବେଳେ ଅଷ୍ଟ୍ରେଲିଆର ସୀମିତ ଓଭର ଦଳର ଅଧିନାୟକ ଆରୋନ ଫିଞ୍ଚ (୮୩୦), ପାକିସ୍ତାନ ଅଧିନାୟକ ବାବର ଆଜାମ (୮୨୮) ଓ ନ୍ୟୁଜିଲାଣ୍ଡ ଓପନର ଡେଭନ କନଓ୍ବେ (୭୭୪)ଙ୍କ ପଛକୁ ୭୬୨ ପଏଣ୍ଟ ସହ ୫ମ ସ୍ଥାନରେ ରହିଛନ୍ତି କୋହଲି। ତାଙ୍କ ପଛକୁ ରାହୁଲ (୭୪୩ ) ୬ଷ୍ଠ ସ୍ଥାନରେ ରହିଛନ୍ତି। ଟି୨୦ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ କୋହଲି ଓ ରାହୁଲ ଟପ୍‌-୧୦ ମଧ୍ୟରେ ଥିବାବେଳେ ବୋଲର କିମ୍ବା ଅଲରାଉଣ୍ଡରଙ୍କ ମଧ୍ୟରେ କୌଣସି ଭାରତୀୟ ଟପ୍‌-୧୦ରେ ସ୍ଥାନ ପାଇ ନାହାନ୍ତି।

Share