Posted inଖେଳ

ସଚିନ କି ରୋହିତ ନୁହଁନ୍ତି, ଏହି ବ୍ୟାଟରଙ୍କୁ ସର୍ବଶ୍ରେଷ୍ଠ ଟି-୨୦ ଓପନର ବାଛିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୫।୩: କିଏ ସର୍ବଶ୍ରେଷ୍ଠ ଟି-୨୦ ଓପନର ? ଏନେଇ ଏକ ଚମକାଇଲା ଭଳି ମନ୍ତବ୍ୟ ଦେଇଛନ୍ତି ବିରାଟ କୋହଲି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କୋହଲି, ସଚିନ ତେନ୍ଦୁଲକର ଏବଂ ରୋହିତ ଶର୍ମାଙ୍କୁ ପଛରେ ପକାଇ ଓ୍ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ଖେଳାଳି କ୍ରିସ୍ ଗେଲ୍‌ଙ୍କୁ ଟି-୨୦ ଫର୍ମାଟର ସର୍ବଶ୍ରେଷ୍ଠ ଓପନର ଭାବେ ବାଛିଛନ୍ତି।

ଏକ କାର୍ଯ୍ୟକ୍ରମରେ ଯେତେବେଳେ ତାଙ୍କୁ ସଚିନ ଏବଂ ବିରେନ୍ଦ୍ର ସେହ୍ୱାଗଙ୍କ ମଧ୍ୟରୁ ଜଣକୁ ବାଛିବାକୁ କୁହାଯାଇଥିଲା, ସେ ସେହ୍ୱାଗଙ୍କୁ ବାଛିଥିଲେ। ସେହିପରି ଶେଷ ପର୍ଯ୍ୟାୟରେ କ୍ରିସ୍ ଗେଲ୍ ଏବଂ ରୋହିତ ଶର୍ମାଙ୍କ ମଧ୍ୟରୁ ସେ ନିଜର ପୂର୍ବତନ ଆରସିବି ସାଥୀ ଗେଲ୍‌ଙ୍କୁ ହିଁ ଶ୍ରେଷ୍ଠ ବୋଲି କହିଥିଲେ।

ଆଗାମୀ ଆଇପିଏଲ୍ ସିଜିନ ପାଇଁ କୋହଲି ଏବେଠାରୁ ନେଟ୍ସରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ୩୭ ବର୍ଷୀୟ କୋହଲି ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଖୁବ୍ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି।

୨୦୨୫ ସିଜିନରେ କୋହଲି ୬୫୭ ରନ୍ ସଂଗ୍ରହ କରି ବେଙ୍ଗାଲୁରୁକୁ ତା’ର ପ୍ରଥମ ଆଇପିଏଲ୍ ଟ୍ରଫି ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଜିଲାକୁ ୩ ଘଣ୍ଟିଆ ଓ୍ବାର୍ନିଂ, ଘଡ଼ଘଡ଼ି ସହ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ବର,୧୫ା୩: ୧୫ ଜିଲାକୁ ୩ ଘଣ୍ଟିଆ ଓ୍ବାର୍ନିଂ ଜାରି କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ପବନ…

ତାମିଲନାଡୁ ରାଜନୀତିରେ ହଲଚଲ୍: ସୁପରଷ୍ଟାର ବିଜୟଙ୍କୁ ଡେପୁଟି ସିଏମ୍ ଅଫର୍!

ଚେନ୍ନାଇ,୧୫।୩: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଦକ୍ଷିଣ ଭାରତ ରାଜନୀତିରେ ଏକ ବଡ଼ ଧରଣର ସମୀକରଣ ଦେଖିବାକୁ ମିଳିଛି। ସୂତ୍ର ଅନୁସାରେ, ସୁପରଷ୍ଟାର ବିଜୟଙ୍କ ପାର୍ଟି ‘ଟିଭିକେ’…

ଏହି ଦିନରୁ ମହଙ୍ଗା ହେବ FASTag ବାର୍ଷିକ ପାସ୍: ଜାଣନ୍ତୁ କେତେ ବଢ଼ିଲା ଦର

ନୂଆଦିଲ୍ଲୀ,୧୫।୩: ଜାତୀୟ ରାଜପଥରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ନିଜ ଗାଡ଼ି ପାଇଁ FASTag ବାର୍ଷିକ ପାସ୍ ବ୍ୟବହାର କରୁଛନ୍ତି, ତେବେ…

ବାଜିଲା ନିର୍ବାଚନି ବିଗୁଲ, ୪ମେ’ରେ ହେବ ଭୋଟ ଗଣତି

ନୂଆଦିଲ୍ଲୀ,୧୫।୩: ନିର୍ବାଚନ କମିଶନ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି – ମାର୍ଚ୍ଚ ୧୫। ପଶ୍ଚିମବଙ୍ଗରେ ଭୋଟ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କ୍ରିକେଟର, କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୩: ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରି ବୈଭବ ସୂର୍ଯ୍ୟବଂଶୀ ପୂର୍ବ IPL ସଂସ୍କରଣରେ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ IPLରେ ଦ୍ରୁତତମ ଭାରତୀୟ ଶତକ…

ପାକିସ୍ତାନରୁ ଆସିଲା ବଡ଼ ଖବର, ଅବସର ନେଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୫।୩: ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଏବଂ ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପ୍ରାୟ ଦୁଇ ଦଶନ୍ଧି…

ଆମେରିକୀୟ ପ୍ରତିରକ୍ଷା ବ୍ୟବସ୍ଥା ଫେଲ୍‌: ଇରାନୀ ଡ୍ରୋନ୍‌ ମାଡ଼ରେ ୭ ଦେଶ ଥରହର, କାଳ ସାଜିଛି ‘ଶାହେଦ-୧୩୬’

ୱାଶିଂଟନ/ତେହେରାନ,୧୫।୩: ଇରାନର ଡ୍ରୋନ ଆକ୍ରମଣ ଏବେ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଅତ୍ୟାଧୁନିକ ଆମେରିକୀୟ ପ୍ରତିରକ୍ଷା ବ୍ୟବସ୍ଥା (Defense System) କୁ ଚକମା ଦେଇ ଇରାନର…

କେମିତି ଫେରିଲେ ସଞ୍ଜୁ ସାମସନ, ଜିମରେ ଗୁପ୍ତ କଥାବାର୍ତ୍ତାର ଗୁମର ଖୋଲିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧୫।୩: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସଞ୍ଜୁ ସାମସନଙ୍କୁ ପ୍ରଶଂସା କରିଛନ୍ତି। ଗମ୍ଭୀର ବିଶ୍ୱାସ କରନ୍ତି ଯେ ଯେତେବେଳେ ସଞ୍ଜୁ ସାମସନ ଫର୍ମରେ ଥାଆନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri