Posted inଖେଳ

୯୯% ଥର ଏମିତି ହୁଏ, ଯେତେବେଳେ ଧୋନୀ ଭାଇ ମୋ’ ଫୋନ୍‌ ଉଠାନ୍ତି ନାହିଁ: କୋହଲି

ନୂଆଦିଲ୍ଲୀ,୨୫।୨: ଭାରତୀୟ ଦଳର ତାରକା ଖେଳାଳି ବିରାଟ କୋହଲି ଗତ ବର୍ଷ ଏସିଆ କପ ୨୦୨୨ ପୂର୍ବରୁ ଖରାପ ଫର୍ମରେ ଥିଲେ। ସେତେବେଳେ ତାଙ୍କ ବ୍ୟାଟ୍‌ରୁ ରନ ସ୍କୋର ହେବା କଷ୍ଟକର ମନେ ହେଉଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରାଯାଉଥିଲା। କିନ୍ତୁ କୋହଲି ଭାଙ୍ଗି ନ ପଡ଼ି ମନୋବଳ ଦୃଢ଼ କରି ଚ୍ୟାଲେଞ୍ଜକୁ ସାମ୍ନା କରିଥିଲେ। ସେହି ସମୟରେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କୁ ପ୍ରତି ମୂହୁର୍ତ୍ତରେ ସମର୍ଥନ କରିଥିଲେ। ଏହା ବ୍ୟତୀତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଧ୍ୟ କୋହଲିଙ୍କୁ ଉତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନିକଟରେ ବିରାଟଙ୍କ ଏକ ଭିଡିଓ ଆରସିବି ପକ୍ଷରୁ ଏହାର ୟୁଟ୍ୟୁବ ଆକାଉଣ୍ଟରେ ଶେୟାର କରାଯାଇଛି, ଯେଉଁଥିରେ ସେ ଧୋନିଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କଥା ହେଉଥିବା ଦେଖିବାକୁ ମିଳିଛି।

କୋହଲି ଏହି ପୋଡକାଷ୍ଟ ସମୟରେ କହଛନ୍ତି, ୨୦୨୨ ମସିହାରେ ମୋର ସଂଘର୍ଷ ସମୟରେ ଅନୁଷ୍କାଙ୍କ ବ୍ୟତୀତ ଧୋନୀ ମୋ’ ସହ କଥା ହୋଇଥିଲେ। ଧୋନିଙ୍କ ସହ ସ୍ବତନ୍ତ୍ର ବନ୍ଧନ ରହିବା କୌଣସି ଆଶୀର୍ବାଦଠାରୁ କମ ନୁହେଁ। ସେ ମୋର କଷ୍ଟ ସମୟରେ ମୋତେ ସମର୍ଥନ କରିଥିଲେ। ମୋ ପାଖକୁ ଆସି ମୋ ସହ ଏକ ବିଶେଷ ବାର୍ତ୍ତାଳାପ କରିଥିଲେ। ମୋତେ ଉତ୍ସାହିତ କରିଥିଲେ। ତାଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି। ଯେତେବେଳେ ବି ମୁଁ ଧୋନିଙ୍କୁ ଫୋନ୍‌ କରେ, ୯୯% ସେ କଲ୍‌ ଉଠାନ୍ତି ନାହିଁ। କାରଣ ସେ ଫୋନ୍‌କୁ ଦେଖନ୍ତି ନାହିଁ। ତଥାପି, ସେ ମୋତେ ୨ ଥର ମେସେଜ କରି ତୁମେ କିପରି ଅଛ ପଚାରିନାହାନ୍ତି, ବରଂ କହିଛନ୍ତି ତୁମେ କେବେ ଦୃଢ଼ ପ୍ରତ୍ୟାବର୍ତ୍ତନ କରୁଛ? ଏହା ହିଁ ପ୍ରେରଣା ପାଲଟିଲା ଏବଂ ମୋର ପୁରୁଣା ଫର୍ମ ଫେରି ଆସିଲା ବୋଲି କୋହଲି କହିଛନ୍ତି।

କୋହଲିଙ୍କ କ୍ୟାରିୟର ବିଷୟରେ କହିଲେ, ୨୦୨୨ ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ କରିବା ପରେ ବିରାଟ କୋହଲି ଲୟକୁ ଫେରିଥିଲେ। ଟି -୨୦ ପରେ କୋହଲି ଦିନିକିଆ କ୍ରିକେଟରେ ମଧ୍ୟ କ୍ରମାଗତ ଶତକ ହାସଲ କରିଛନ୍ତି। ସେ ୧୧୫ ଟି-୨୦ ମ୍ୟାଚ ଖେଳି ୪,୦୦୮ ରନ କରିଛନ୍ତି। ଏଥିରେ ୧ ଶତକ ଏବଂ ୩୭ ଅର୍ଦ୍ଧଶତକ ରହିଛି। କୋହଲି ୨୭୧ ଦିନିକିଆ ଖେଳ ୧୨,୮୦୯ ରନ ସ୍କୋର କରିଛନ୍ତି। ସେହିଭଳି ମୋଟ ୧୦୬ ଟେଷ୍ଟ ମ୍ୟାଚ୍‌ ଖେଳି ସେ ୮,୧୯୫ ରନ ସ୍କୋର କରିଛନ୍ତି। ଏଥିରେ ୨୭ ଶତକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri