Categories: ଖେଳ

ଆଇସିସି ପ୍ଲେୟର ଅଫ ଦି ମନ୍ଥ ହେଲେ ବିରାଟ କୋହଲି, ସିକନ୍ଦର ରାଜା, ଡେଭିଡ ମିଲରଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୭ ।୧୧: ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନସିଲ(ଆଇସିସି) ଅକ୍ଟୋବର ମାସ ପାଇଁ ପ୍ଲେୟାର ଅଫ୍ ଦ ମନ୍ଥ ପାଇଁ ଆୱାର୍ଡର ଘୋଷଣା କରିଛି । ଏଥର ଏହି ଆୱାର୍ଡ ଭାରତର ବ୍ୟାଟସ୍ ମ୍ୟାନ ବିରାଟ କୋହଲିଙ୍କୁ ଦିଆଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜରେ ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଟି-୨୦ ବିଶ୍ୱକପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କୋହଲିଙ୍କୁ ଏହି ଆୱାର୍ଡ ଦିଆଯାଇଛି ।

ଜିମ୍ବାୱେର କିମ୍ବଦନ୍ତୀ ଅଲରାଉଣ୍ଡର ସିକନ୍ଦର ରାଜା ଓ ଦକ୍ଷିଣ ଆଫ୍ରିକାର ବ୍ୟାଟସମ୍ୟାନ ଡେଭିଡ ମିଲରଙ୍କୁ ପଛରେ ପକାଇ ବିରାଟ କୋହଲି ଏହି ଆୱାର୍ଡ ଜିତିଛନ୍ତି । ବିରାଟ କୋହଲି ପ୍ରଥମଥର ପାଇଁ ଆଇସିସି ପ୍ଲେୟାର ଅଫ ଦି ମନ୍ଥ ପୁରସ୍କାର ପାଇଛନ୍ତି । ଅକ୍ଟୋବର ମାସରେ ସେ ଆଶ୍ଚର୍ଯ୍ୟଜନକ ବ୍ୟାଟିଂ କରିଥିଲେ । ଏହି ବ୍ୟାଟିଂ ଓ ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ଏହା ଜାଣିବା ପରେ କୋହଲି କହିଛନ୍ତି, ମୋତେ ଏହି ଆୱାର୍ଡ ମିଳିବା ମୋ ପାଇଁ ବଡ ସମ୍ମାନର କଥା ।

Share