Posted inଖେଳ

‘ମରିଯାଇଛି କିଙ୍ଗ, ବହୁତ-ବହୁତ ଖୁସି ଅଛି ଅଷ୍ଟ୍ରେଲିଆ…’ ଭାରତର ପରାଜୟ ପରେ ବଡ଼ ବୟାନ ଦେଲେ…

ନୂଆଦିଲ୍ଲୀ,୩୦।୧୨:ଭାରତୀୟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବେ କ୍ରିକେଟ ବିଶେଷଜ୍ଞଙ୍କ ସମେତ ପ୍ରଶଂସକଙ୍କ ଟାର୍ଗେଟରେ ଅଛନ୍ତି। ମେଲବୋର୍ନ ଟେଷ୍ଟ ମୁକାବିଲାରେ କୋହଲି ବ୍ୟାଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଦଳର ଆବଶ୍ୟକତା ସମୟରେ ମଧ୍ୟ ସେ ବିଫଳ ରହିଥିଲେ। ଏବେ ତାଙ୍କୁ ନେଇ ଅଷ୍ଟ୍ରେଲିୟ ଭେଟେରାନ ବଡ଼ ବୟାନ ଦେଇ କହିଛନ୍ତି ଯେ କିଙ୍ଗ ଏବେ ମରିଯାଇଛି। ଏଥିପାଇଁ ଅଷ୍ଟ୍ରେଲିଆ ବେଶ ଖୁସି ଅଛି।

କୋହଲି ମେଲବୋର୍ନ ଟେଷ୍ଟର ପ୍ରଥମ ଇନିଂସରେ ୩୬ ଏବଂ ଦ୍ୱିତୀୟରେ ୫ ରନ୍‌ କରିଥିଲେ। ସେ ଉଇକେଟ ହରାଇ ପ୍ୟାଭିଲିୟନ ଫେରୁଥିବା ବେଳେ ସାଇମନ କଟିଚ୍‌ କମେଣ୍ଟ୍ରି କରୁଥିଲେ। ସେ କୋହଲିଙ୍କ ଉଦ୍ଦେଶ୍ୟରେ ରହିଥିଲେ ଯେ କିଙ୍ଗ ମରି ଯାଇଛି। ତାଙ୍କୁ ବଡ଼ ଇନିଂସ ଖେଳିବାର ଥିଲା। ହେଲେ ସେ ତାହା କରିପାରିନାହାନ୍ତି। ଅଷ୍ଟ୍ରେଲିଆ ଏବେ ନିଜକୁ ଯେଉଁ ସ୍ଥିତିରେ ଦେଖୁଛି ସେ ବହୁତ ଖୁସି ଅଛି ବୋଲି ସେ କହିଥିଲେ।

କୋହଲି ଏହି ସିରିଜର ୪ ମ୍ୟାଚ୍‌ର ୭ ଇନିଂସ ଖେଳିଛନ୍ତି। ଏଥିରେ ସେ ୧୬୭ ରନ୍‌ କରିଛନ୍ତି, ଯେଉଁଥିରେ ଏକ ଶତକ ସାମିଲ ଅଛି। ପର୍ଥ ଟେଷ୍ଟ ମ୍ୟାଚ୍‌ରେ ଶତକ ବ୍ୟତିତ କୋହଲି ଅଧିକାଂଶ ସମୟ ସଂଘର୍ଷ କରୁଥିବା ନଜର ଆସିଛନ୍ତି। କାରଣ ବାକି ୬ ଇନିଂସରେ ସେ ମାତ୍ର ୬୭ ରନ କରିଛନ୍ତି। ସେ ଏହି ସିରିଜ ପୂର୍ବରୁ ମ୍ୟାଚ୍‌ରେ ଏଯାବତ ୫,୧୦୦*,୭,୧୧,୩,୩୬,୫ ରନ୍‌ର ଇନିଂସ ଖେଳିଛନ୍ତି।

ଏସବୁ ମଧ୍ୟରେ ଭାରତର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କୋହଲିଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ସେ ଆଉ ୩-୪ ବର୍ଷ ଖେଳିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri