Posted inଖେଳ

‘ମରିଯାଇଛି କିଙ୍ଗ, ବହୁତ-ବହୁତ ଖୁସି ଅଛି ଅଷ୍ଟ୍ରେଲିଆ…’ ଭାରତର ପରାଜୟ ପରେ ବଡ଼ ବୟାନ ଦେଲେ…

ନୂଆଦିଲ୍ଲୀ,୩୦।୧୨:ଭାରତୀୟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବେ କ୍ରିକେଟ ବିଶେଷଜ୍ଞଙ୍କ ସମେତ ପ୍ରଶଂସକଙ୍କ ଟାର୍ଗେଟରେ ଅଛନ୍ତି। ମେଲବୋର୍ନ ଟେଷ୍ଟ ମୁକାବିଲାରେ କୋହଲି ବ୍ୟାଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଦଳର ଆବଶ୍ୟକତା ସମୟରେ ମଧ୍ୟ ସେ ବିଫଳ ରହିଥିଲେ। ଏବେ ତାଙ୍କୁ ନେଇ ଅଷ୍ଟ୍ରେଲିୟ ଭେଟେରାନ ବଡ଼ ବୟାନ ଦେଇ କହିଛନ୍ତି ଯେ କିଙ୍ଗ ଏବେ ମରିଯାଇଛି। ଏଥିପାଇଁ ଅଷ୍ଟ୍ରେଲିଆ ବେଶ ଖୁସି ଅଛି।

କୋହଲି ମେଲବୋର୍ନ ଟେଷ୍ଟର ପ୍ରଥମ ଇନିଂସରେ ୩୬ ଏବଂ ଦ୍ୱିତୀୟରେ ୫ ରନ୍‌ କରିଥିଲେ। ସେ ଉଇକେଟ ହରାଇ ପ୍ୟାଭିଲିୟନ ଫେରୁଥିବା ବେଳେ ସାଇମନ କଟିଚ୍‌ କମେଣ୍ଟ୍ରି କରୁଥିଲେ। ସେ କୋହଲିଙ୍କ ଉଦ୍ଦେଶ୍ୟରେ ରହିଥିଲେ ଯେ କିଙ୍ଗ ମରି ଯାଇଛି। ତାଙ୍କୁ ବଡ଼ ଇନିଂସ ଖେଳିବାର ଥିଲା। ହେଲେ ସେ ତାହା କରିପାରିନାହାନ୍ତି। ଅଷ୍ଟ୍ରେଲିଆ ଏବେ ନିଜକୁ ଯେଉଁ ସ୍ଥିତିରେ ଦେଖୁଛି ସେ ବହୁତ ଖୁସି ଅଛି ବୋଲି ସେ କହିଥିଲେ।

କୋହଲି ଏହି ସିରିଜର ୪ ମ୍ୟାଚ୍‌ର ୭ ଇନିଂସ ଖେଳିଛନ୍ତି। ଏଥିରେ ସେ ୧୬୭ ରନ୍‌ କରିଛନ୍ତି, ଯେଉଁଥିରେ ଏକ ଶତକ ସାମିଲ ଅଛି। ପର୍ଥ ଟେଷ୍ଟ ମ୍ୟାଚ୍‌ରେ ଶତକ ବ୍ୟତିତ କୋହଲି ଅଧିକାଂଶ ସମୟ ସଂଘର୍ଷ କରୁଥିବା ନଜର ଆସିଛନ୍ତି। କାରଣ ବାକି ୬ ଇନିଂସରେ ସେ ମାତ୍ର ୬୭ ରନ କରିଛନ୍ତି। ସେ ଏହି ସିରିଜ ପୂର୍ବରୁ ମ୍ୟାଚ୍‌ରେ ଏଯାବତ ୫,୧୦୦*,୭,୧୧,୩,୩୬,୫ ରନ୍‌ର ଇନିଂସ ଖେଳିଛନ୍ତି।

ଏସବୁ ମଧ୍ୟରେ ଭାରତର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କୋହଲିଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ସେ ଆଉ ୩-୪ ବର୍ଷ ଖେଳିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri