Categories: ଖେଳ

ଏସିଆର ପ୍ରଥମ ସେଲିବ୍ରିଟି ଭାବେ ଏହି କୀର୍ତ୍ତିମାନ ହାସଲ କଲେ କୋହଲି

ନୂଆଦିଲ୍ଲୀ, ୨୬।୮: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର୍‌ ଭାବେ ବିବେଚନା କରାଯାଏ। ବିଶ୍ୱରେ କୋହଲିଙ୍କ ଲୋକପ୍ରିୟତାର କୌଣସି ସୀମା ନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ପୁଣିଥରେ ପ୍ରମାଣିତ କରି ଦେଖାଇଛନ୍ତି। ଦିଲ୍ଲୀର ଏହି କ୍ରିକେଟର୍‌ ତାଙ୍କ ନାମରେ ଆଉ ଏକ କୀର୍ତ୍ତିମାନ ଯୋଡ଼ିଛନ୍ତି। ଫଟୋ ଶେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମରେ କୋହଲିଙ୍କ ଫଲୋଅର୍ସ ସଂଖ୍ୟା ୭୫.୫ ମିଲିୟନ ଅତିକ୍ରମ କରିଛି। ଇନ୍‌ଷ୍ଟାଗ୍ରାମରେ ୭୫.୫ ମିଲିୟନ ଅବିଶ୍ୱସନୀୟ ଫଲୋଅର୍ସ ସହ କୋହଲି ଏକ ରେକର୍ଡ କରିଛନ୍ତି। ଏସିଆର ପ୍ରଥମ ସେଲିବ୍ରିଟି ଭାବେ କୋହଲିଙ୍କର ଇନ୍‌ଷ୍ଟାଗ୍ରାମରେ ୭୫ ମିଲିୟନରୁ ଊର୍ଦ୍ଧ୍ୱ ଫଲୋଅର୍ସ ରହିଛନ୍ତି। ବିଶ୍ୱରେ ଇନ୍‌ଷ୍ଟାଗ୍ରାମରେ ସର୍ବାଧିକ ଫଲୋଅର୍ସ ଥିବା ଆଥ୍‌ଲେଟ୍‌ ତାଲିକାରେ କୋହଲି ୪ର୍ଥ ସ୍ଥାନରେ ରହିଛନ୍ତି। ପ୍ରଥମ ୩ଟି ସ୍ଥାନରେ କ୍ରିଷ୍ଟିଆନୋ ରୋନାଲ୍ଡୋ, ଲିଓନେଲ ମେସି ଓ ନେମାର ରହିଛନ୍ତି।
ଫେସ୍‌ବୁକରେ କୋହଲିଙ୍କୁ ୩୬.୯ ମିଲିୟନ ଏବଂ ଟୁଇଟର୍‌ରେ ୩୭.୩ ମିଲିୟନ ଲୋକ ଫଲୋ କରୁ୍‌ଛନ୍ତି। ଯଦି ୩ଟି ପ୍ରମୁଖ ସୋସିଆଲ ମିଡିଆ ସାଇଟ୍‌କୁ ନଜର ପକାଇବା ତେବେ ବିରାଟଙ୍କ ମୋଟ୍‌ ଫଲୋଅର୍ସ ସଂଖ୍ୟା ୧୫୦ ମିଲିୟନରୁ ଅଧିକା ହେବ।

Share