Posted inଖେଳ

ଆଉ ଅପେକ୍ଷା କରି ହେଉନାହିଁ, କାହିଁକି ଏମିତି କହିଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦେଶ ପାଇଁ ଖେଳିବାବେଳେ ଅନେକ ଐତିହାସିକ ବିଜୟ ହାସଲ କରିଛନ୍ତି। କିନ୍ତୁ ଆଇପିଏଲରେ ତାଙ୍କ ଅଧିନାୟିକତ୍ୱରେ ରୟାସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏପର୍ଯ୍ୟନ୍ତ ସେତେଟା ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହିଁ। ଦଳ ଏପର୍ଯ୍ୟନ୍ତ ଗୋଟିଏ ଟାଇଟଲ ଜିତିବାରେ ସକ୍ଷମ ହୋଇ ନାହିଁ। ଏହା ସତ୍ତ୍ୱେ କୋହଲି ସର୍ବଦା କହିଛନ୍ତି ଯେ ସେ ଏହି ଦଳ ଛାଡିବାକୁ ଚାହାଁନ୍ତି ନାହିଁ। ଆଇପିଏଲ ଆରମ୍ଭ ହେବା ପୂର୍ବରୁ କୋହଲି ଏକ ଭିଡିଓ ଶେୟାର କରି ପ୍ରଶଂସକମାନଙ୍କୁ ପୁଣିଥରେ କହିଛନ୍ତି ଯେ ଆରସିବି ତାଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ।

କୋହଲି ଇନଷ୍ଟାଗ୍ରାମରେ ଶେୟାର କରିଥିବା ଭିଡିଓରେ ଆରସିବିରେ ତାଙ୍କର ଯାତ୍ରା ଦେଖାଯାଇଛି। ଭିଡିଓରେ କୋହଲି ଏବଂ ତାଙ୍କ ଦଳର ପରିବର୍ତ୍ତନ ବର୍ଷକୁ ବର୍ଷ ଦେଖାଯାଇଥିଲା। ଅନେକ ଥର ଡ୍ରେସିଂ ରୁମରେ ମଜା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଆରସିବିରେ ଏକାଠି ଖେଳିବାବେଳେ ବିରାଟ କୋହଲି ଏବଂ ଏବି ଡି ଭିଲିୟର୍ସଙ୍କର ବନ୍ଧୁତା ଥିଲା, ଯାହା ଆଜି ବହୁତ ଶକ୍ତିଶାଳୀ ହୋଇଛି। ଭିଡିଓରେ ସେମାନଙ୍କର ବନ୍ଧୁତ୍ୱର କିଛି ମୁହୂର୍ତ୍ତ ମଧ୍ୟ ଦେଖାଯାଇଥିଲା। ଭିଡିଓରେ କୋହଲି କହିଛନ୍ତି, ‘ଥରେ ସେ ବେଙ୍ଗାଲୁରୁ ଦଳକୁ ଆସିବା ପରେ ସେ ଆଉ ଛାଡିବାକୁ ଚାହାଁନ୍ତି ନାହିଁ। ଡି ଭିଲିୟର୍ସ ସବୁଦିନ ପାଇଁ ଏଠାରେ ରହିବାକୁ ଚାହାଁନ୍ତି। କୋହଲି ଭିଡିଓର କ୍ୟାପସନରେ ଲେଖିଛନ୍ତି, ବିଶ୍ୱସ୍ତତା ସବୁଠୁ ଊର୍ଦ୍ଧ୍ୱରେ, ଆଇପିଏଲ ପାଇଁ ଆଉ ଅପେକ୍ଷା କରିହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri