ଅନୁଷ୍କାଙ୍କ ଜନ୍ମଦିନରେ ବିରାଟ ଦେଲେ ସ୍ବତନ୍ତ୍ର ଉପହାର, ସୋସିଆଲ ମିଡିଆରେ ଏସ୍‌ଏମ୍‌ଏସ୍‌ ଲେଖି ଅଜାଡ଼ି ଦେଲେ…

ମୁମ୍ବାଇ,୧ା୫: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଅର୍ଥାତ୍‌ ମେ’ ୧ରେ ୩୭ ବର୍ଷରେ ପାଦ ଥାପିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲି ତାଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ବିରାଟ ଅନୁଷ୍କାଙ୍କ ପାଇଁ ଏପରି କିଛି କରିଛନ୍ତି, ଯାହା ପ୍ରକୃତରେ ସମସ୍ତଙ୍କୁ ହସାଇବ। ବିରାଟଙ୍କ ଏହି ଉପହାର କେବଳ ଅନୁଷ୍କାଙ୍କୁ ନୁହେଁ ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପସନ୍ଦ ଆସିବ। ବିଶେଷକରି ଯେଉଁମାନେ କେବେ କାହା ପ୍ରେମରେ ପଡ଼ିଛନ୍ତି। ପ୍ରକୃତରେ ବିରାଟ ଅନୁଷ୍କାଙ୍କ ପାଇଁ ଏକ ସ୍ବତନ୍ତ୍ର ପୋଷ୍ଟ ଲେଖିଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଅନୁଷ୍କାଙ୍କ ସହ ଏକ ଫଟୋ ପୋଷ୍ଟ କରି ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଏସ୍‌ଏମ୍‌ଏସ୍‌ ଲେଖିଛନ୍ତି।

ବିରାଟ ଲେଖିଛନ୍ତି, ‘My best friend, my companion, my safest place, my best half, my everything. You are the light of all our lives. We love you more every day. Happy birthday my love.’ ବିରାଟ ଏହି ପୋଷ୍ଟରେ ଅନୁଷ୍କାଙ୍କ ପାଇଁ ତାଙ୍କର ସମସ୍ତ ଭାବନା ଢାଳି ଦେଇଛନ୍ତି। ବିରାଟ ଅନୁଷ୍କାଙ୍କୁ ଅନେକ ଉପହାର ଦେଇଥିବେ କିନ୍ତୁ ଏହି ପୋଷ୍ଟରେ ସେ ଅନୁଷ୍କାଙ୍କ ପାଇଁ ଯେଉଁ କିଛି ଶବ୍ଦ ଲେଖିଛନ୍ତି, ତାହା କୌଣସି ମୂଲ୍ୟବାନ ଉପହାରଠାରୁ କମ୍‌ ନୁହେଁ।

ଅନୁଷ୍କା-ବିରାଟଙ୍କ ଲଭ୍‌ ଷ୍ଟୋରି:
ଅନୁଷ୍କା ଏବଂ ବିରାଟ କୋହଲି ୨୦୧୩ରେ ଏକ ବିଜ୍ଞାପନ ଶୁଟିଂ ସମୟରେ ପରସ୍ପରକୁ ଭେଟିଥିଲେ। ସେମାନେ ଦୁହେଁ ବନ୍ଧୁ ହୋଇଗଲେ। ପରେ ସେମାନଙ୍କର ମଧ୍ୟରେ ସମ୍ପର୍କ ବଢ଼ିଲା। ତା’ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଏହା ପରଠୁ ଅନୁଷ୍କା ତାଙ୍କ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚି ଯାଉଥିଲେ। ୨୦୧୭ରେ ବିରାଟ ଏବଂ ଅନୁଷ୍କା ଅଫିସିଆଲ ଭାବେ ସେମାନଙ୍କ ସମ୍ପର୍କକୁ ସ୍ବୀକାର କରିଥିଲେ। ଉଭୟ ୨୧ ଡିସେମ୍ବର ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ଇଟାଲୀରେ ବିବାହ କରିଥିଲେ। ଯେଉଁଥିରେ କିଛି ଖାସ୍‌ ଲୋକ ଯୋଗ ଦେଇଥିଲେ। ଆଜି ଅନୁଷ୍କା ଏବଂ ବିରାଟ ଦୁଇଟି ସନ୍ତାନର ମା-ବାପା ମଧ୍ୟ। ତାଙ୍କ ଝିଅର ନାମ ଭାମିକା ଏବଂ ପୁଅର ନାମ ଅକାୟ।

ଅନୁଷ୍କା କୋହଲିଙ୍କ ଜୀବନକୁ ବହୁତ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ପାର୍ଟି କରିବାକୁ ଏବଂ ମଜା କରିବାକୁ ଭଲ ପାଉଥିଲେ କିନ୍ତୁ ଏବେ ସେ ବହୁତ ଶୃଙ୍ଖଳିତ। ତାଙ୍କର ଫିଟନେସ୍‌, ତାଙ୍କର ଜୀବନଶୈଳୀ, ଏପରିକି ତାଙ୍କର ଚିନ୍ତାଧାରା ମଧ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। କେବଳ ଏତିକି ନୁହେଁ, ସେ ଧାର୍ମିକ ମଧ୍ୟ ହୋଇଗଲେଣି। ପ୍ରାୟତଃ ସେ ତାଙ୍କ ସ୍ତ୍ରୀ ଅନୁଷ୍କାଙ୍କ ସହିତ ମହାନ ସନ୍ଥ ଏବଂ ଋଷିମାନଙ୍କୁ ଭେଟିବାକୁ ଯାଆନ୍ତି। ବିରାଟ ମଧ୍ୟ ନୈନିତାଲର ନିମ୍‌ କାରୋଲି ବାବାଙ୍କୁ ବହୁତ ମାନନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri