ପ୍ରଥମ ଆର୍‌ସିବି ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ପାଇଲେ ବିରାଟ

ଦୁବାଇ, ୧୦।୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଆଉ ଏକ କୀର୍ତ୍ତିମାନ ଯୋଡ଼ିଛନ୍ତି। ଆଇପିଏଲ୍‌ର ବାଙ୍ଗାଲୋର ଫ୍ରାଞ୍ଚାଇଜ ପାଇଁ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ କୋହଲି ୬ ହଜାର ରନ୍‌ ପୂରଣ କରିଛନ୍ତି। ଶନିବାର ଖେଳାଯାଇଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ ଅବସରରେ କୋହଲି ଏହି ସଫଳତା ପାଇଛନ୍ତି। ବାଙ୍ଗାଲୋର ଇନିଂସର ୩୧ ରନ କରି ବ୍ୟାଟିଂ କରୁଥିବାବେଳେ କୋହଲି ୬ ହଜାର ରନ୍‌ ଛୁଇଁଥିଲେ। ସେଥିମଧ୍ୟରୁ କୋହଲି ଆଇପିଏଲ୍‌ରୁ ୫,୫୭୬ ରନ୍‌ ସଂଗ୍ରହ କରିଥିବାବେଳେ ବଳକା ୪୨୪ ରନ୍‌ ଚାମ୍ପିୟନ୍ସ ଲିଗ୍‌ରେ ବାଙ୍ଗାଲୋର ପକ୍ଷରୁ ଖେଳିଥିବାବେଳେ କରିଥିଲେ।

Share