Posted inଖେଳ

କୁନି ଶିଶୁର ଜୀବନ ବଞ୍ଚାଇଲେ ବିରାଟ-ଅନୁଷ୍କା

ମୁମ୍ବାଇ,୨୫।୫: କରୋନାର ଦ୍ୱିତୀୟ ଲହରରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଦେଶର ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ଉଭୟ ମଧ୍ୟ କୋଭିଡ ୧୯ ରିଲିଫ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଏବେ ଏହି ଦମ୍ପତି ସ୍ପାଏନାଲ୍‌ ମସ୍କୁଲର ଏଟ୍ରୋଫି ନାମକ ଏକ ବିରଳ ରୋଗରେ ପୀଡିତ ଛୋଟ ଶିଶୁ ଆୟନ୍ସ ଗୁପ୍ତାଙ୍କ ଜୀବନ ରକ୍ଷା କରିଛନ୍ତି। ଏହି ପିଲାଟି ଦୁନିଆର ସବୁଠାରୁ ମହଙ୍ଗା ଔଷଧ ଜୋଗ୍ଲେନସ୍ମା ଆବଶ୍ୟକ କରୁଥିଲେ। ଯାହାର ମୂଲ୍ୟ ପ୍ରାୟ ୧୬ କୋଟି ଥିଲା। ଶିଶୁର ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରିବା ପାଇଁ ଆୟାନ୍ସଙ୍କ ମାତାପିତା ‘ଆୟାନ୍ସଫାଇଟ୍ସଏସଏମଏ’ ନାମକ ଏକ ଟୁଇଟର ଆକାଉଣ୍ଟ ତିଆରି କରିଥିଲେ। ଏହି ଟୁଇଟର୍‌ରେ ସୂଚନା ଦିଆଯାଇଥିଲା ଯେ ଆୟାନ୍ସଙ୍କୁ ଔଷଧ ମିଳିଯାଇଛିି ଏବଂ ଏଥିପାଇଁ ବିରାଟ ଏବଂ ଅନୁଷ୍କାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।


ଏହି ଆକାଉଣ୍ଟରୁ ଏହା ଟୁଇଟ କରାଯାଇଥିଲା ଯେ ଆମେ କେବେ ଭାବି ନ ଥିଲୁ ଯେ ଏହି କଠିନ ଯାତ୍ରା ଏତେ ସୁନ୍ଦର ଭାବେ ସମାପ୍ତ ହେବ। ଆମେ କହି ଖୁସି ଯେ, ଆୟାନ୍ସଙ୍କ ଚିକିତ୍ସା ପାଇଁ ୧୬କୋଟି ଟଙ୍କା ଆବଶ୍ୟକ ଥିଲା ଏବଂ ଆଉ ଆମେ ସେଠାରେ ପହଞ୍ଚିଛୁ। ଆମକୁ ସମର୍ଥନ କରୁଥିବା ସମସ୍ତଙ୍କୁ ଧନ୍ୟବାଦ। ଏହା ତୁମର ବିଜୟ। ଏହା ପରେ ଆଉ ଏକ ଟୁଇଟ୍‌ରେ କୁହାଯାଇଥିଲା ଯେ କୋହଲି ଏବଂ ଅନୁଷ୍କା ଆମେ ଆପଣଙ୍କୁ ଜଣେ ପ୍ରଶଂସକ ଭାବରେ ସର୍ବଦା ଭଲପାଉଥିଲୁ, କିନ୍ତୁ ଆପଣ ଆୟାନ୍ସଙ୍କ ପାଇଁ ଯାହା କରିଥିଲେ ଏବଂ ଏହି ଅଭିଯାନ ଆଶାଠାରୁ ଅଧିକ ଥିଲା। ତୁମେ ଆମକୁ ଛଅଟି ଜୀବନ ଭିତ୍ତିକ ମ୍ୟାଚ୍‌ ଜିତାଇବାରେ ସାହାଯ୍ୟ କଲ।


ଏବେ କୋହଲି ଇଂଲଣ୍ଡ ଗସ୍ତ ପାଇଁ ବ୍ୟସ୍ତ ଅଛନ୍ତି। ଆସନ୍ତା ମାସରେ ତାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଏବଂ ଆୟୋଜକଙ୍କ ବିପକ୍ଷରେ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡ ଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri