Posted inଖେଳ

କୁନି ଶିଶୁର ଜୀବନ ବଞ୍ଚାଇଲେ ବିରାଟ-ଅନୁଷ୍କା

ମୁମ୍ବାଇ,୨୫।୫: କରୋନାର ଦ୍ୱିତୀୟ ଲହରରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଦେଶର ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ଉଭୟ ମଧ୍ୟ କୋଭିଡ ୧୯ ରିଲିଫ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଏବେ ଏହି ଦମ୍ପତି ସ୍ପାଏନାଲ୍‌ ମସ୍କୁଲର ଏଟ୍ରୋଫି ନାମକ ଏକ ବିରଳ ରୋଗରେ ପୀଡିତ ଛୋଟ ଶିଶୁ ଆୟନ୍ସ ଗୁପ୍ତାଙ୍କ ଜୀବନ ରକ୍ଷା କରିଛନ୍ତି। ଏହି ପିଲାଟି ଦୁନିଆର ସବୁଠାରୁ ମହଙ୍ଗା ଔଷଧ ଜୋଗ୍ଲେନସ୍ମା ଆବଶ୍ୟକ କରୁଥିଲେ। ଯାହାର ମୂଲ୍ୟ ପ୍ରାୟ ୧୬ କୋଟି ଥିଲା। ଶିଶୁର ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରିବା ପାଇଁ ଆୟାନ୍ସଙ୍କ ମାତାପିତା ‘ଆୟାନ୍ସଫାଇଟ୍ସଏସଏମଏ’ ନାମକ ଏକ ଟୁଇଟର ଆକାଉଣ୍ଟ ତିଆରି କରିଥିଲେ। ଏହି ଟୁଇଟର୍‌ରେ ସୂଚନା ଦିଆଯାଇଥିଲା ଯେ ଆୟାନ୍ସଙ୍କୁ ଔଷଧ ମିଳିଯାଇଛିି ଏବଂ ଏଥିପାଇଁ ବିରାଟ ଏବଂ ଅନୁଷ୍କାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।


ଏହି ଆକାଉଣ୍ଟରୁ ଏହା ଟୁଇଟ କରାଯାଇଥିଲା ଯେ ଆମେ କେବେ ଭାବି ନ ଥିଲୁ ଯେ ଏହି କଠିନ ଯାତ୍ରା ଏତେ ସୁନ୍ଦର ଭାବେ ସମାପ୍ତ ହେବ। ଆମେ କହି ଖୁସି ଯେ, ଆୟାନ୍ସଙ୍କ ଚିକିତ୍ସା ପାଇଁ ୧୬କୋଟି ଟଙ୍କା ଆବଶ୍ୟକ ଥିଲା ଏବଂ ଆଉ ଆମେ ସେଠାରେ ପହଞ୍ଚିଛୁ। ଆମକୁ ସମର୍ଥନ କରୁଥିବା ସମସ୍ତଙ୍କୁ ଧନ୍ୟବାଦ। ଏହା ତୁମର ବିଜୟ। ଏହା ପରେ ଆଉ ଏକ ଟୁଇଟ୍‌ରେ କୁହାଯାଇଥିଲା ଯେ କୋହଲି ଏବଂ ଅନୁଷ୍କା ଆମେ ଆପଣଙ୍କୁ ଜଣେ ପ୍ରଶଂସକ ଭାବରେ ସର୍ବଦା ଭଲପାଉଥିଲୁ, କିନ୍ତୁ ଆପଣ ଆୟାନ୍ସଙ୍କ ପାଇଁ ଯାହା କରିଥିଲେ ଏବଂ ଏହି ଅଭିଯାନ ଆଶାଠାରୁ ଅଧିକ ଥିଲା। ତୁମେ ଆମକୁ ଛଅଟି ଜୀବନ ଭିତ୍ତିକ ମ୍ୟାଚ୍‌ ଜିତାଇବାରେ ସାହାଯ୍ୟ କଲ।


ଏବେ କୋହଲି ଇଂଲଣ୍ଡ ଗସ୍ତ ପାଇଁ ବ୍ୟସ୍ତ ଅଛନ୍ତି। ଆସନ୍ତା ମାସରେ ତାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଏବଂ ଆୟୋଜକଙ୍କ ବିପକ୍ଷରେ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡ ଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri