Posted inଖେଳ

ସ୍ନେହରେ ପତ୍ନୀ ଅନୁଷ୍କାଙ୍କୁ ଏହି ନାମରେ ଡାକନ୍ତି ବିରାଟ: ଆପଣ ଜାଣନ୍ତି କି ତାଙ୍କର ଏସବୁ ସିକ୍ରେଟ୍‌…

ନୂଆଦିଲ୍ଲୀ,୨।୫: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ହେଉଛନ୍ତି ବିରାଟ କୋହଲୀ। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପରେ ଏହା କିଛିଟା କମିଥିଲେ ହେଁ ଆଇପିଏଲ୍‌ ମଇଦାନରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ଉପସ୍ଥିତି ଖବର ଶିରୋନାମା ପାଲଟିଥାଏ। ନିକଟରେ ପିତା ହୋଇଛନ୍ତି ବିରାଟ। ତେବେ ଆସନ୍ତୁ ଜାଣିବା ବିରାଟ-ଅନୁଷ୍କାଙ୍କ ସମ୍ପର୍କକୁ ନେଇ କିଛିଟା ଅଜଣା କଥା।

– ଓକିଲ ପ୍ରେମ କୋହଲୀଙ୍କ ପୁଅ ବିରାଟ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଦୀର୍ଘ ଦିନ ଧରି ସେ ଅନୁଷ୍କାଙ୍କୁ ଡେଟ୍‌ କରିବା ପରେ ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ତାଙ୍କୁ ବିବାହ କରିଥିଲେ।

-ଇଟାଲୀରେ ବେଶ୍‌ ଗୋପନୀୟ ଭାବେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଉଭୟ ପରସ୍ପରକୁ ବେଶ୍‌ ଭଲପାଉଥିବା ବେଳେ କାମକୁ ନେଇ ଜଣେ ଅନ୍ୟଜଣଙ୍କୁ ପ୍ରୋତ୍ସାହିତ କରିଥାନ୍ତି।

-ବିରାଟ ସ୍ନେହରେ ଅନୁଷ୍କାଙ୍କୁ ନୁଷ୍କି ବୋଲି ଡାକିଥାନ୍ତି।

-୨୦୧୩ରେ ବିରାଟ ଏବଂ ଅନୁଷ୍କା ଏକ ବିଜ୍ଞାପନରେ ପରସ୍ପରକୁ ଭେଟିଥିଲେ। ଏହା ପରେ ଉଭୟ ବନ୍ଧୁ ଏବଂ ପରେ ତାହା ବିବାହ ପର୍ଯ୍ୟନ୍ତ ଯାଇଥିଲା।

-ପ୍ରେମରେ ଥିବା ବେଳେ ବିରାଟ ଏକଦା ଦକ୍ଷିଣ ଆଫ୍ରିକା ଗସ୍ତ କରି ଅନୁଷ୍କାଙ୍କ ଘରେ ପହଞ୍ଚି ଯାଇଥିଲେ। ସେଭଳି ଅନୁଷ୍କା ମଧ୍ୟ ୨୦୧୪ରେ ନ୍ୟୁଜିଲାଣ୍ଡରେ ପହଞ୍ଚିଯାଇଥିଲେ। ଏହାପରେ ବିରାଟଙ୍କ ସହ ତାଙ୍କ ସମ୍ପର୍କ ଥିବା ସ୍ପଷ୍ଟ ହୋଇଯାଇଥିଲା।

-ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ବିରାଟ ଶତକ କରିଥିଲେ। ଏହା ପରେ ଅନୁଷ୍କାଙ୍କୁ ସେ ଫ୍ଲାଇଂ କିସ୍‌ ଦେଇଥିଲେ। ଉକ୍ତ ଭିଡିଓ ଏବେ ପର୍ଯ୍ୟନ୍ତ ଭାଇରାଲ ହେଉଛି।

-ଆଇପିଏଲ୍‌ର ଓପନିଂ ଉତ୍ସବବରେ ଅନୁଷ୍କା ଯୋଗଦେବାକୁ ପହଞ୍ଚିଥିଲେ। ଏହା ଦେଖି ବିରାଟ ବେଶ ଖୁସି ହୋଇଯାଇଥିଲେ। ଉକ୍ତ ସମୟର ଫଟୋ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri