ନିଷ୍ପତ୍ତି ବଦଳାଇଲା ଜୋମାଟୋ; ପୂର୍ବଭଳି ଡେଲିଭରି ବଏ ପିନ୍ଧିବେ ଲାଲ୍‌ ପୋଷାକ

ନୂଆଦିଲ୍ଲୀ,୨୦।୩: ବିବାଦ ପରେ ନିଷ୍ପତ୍ତି ବଦଳାଇଛି ଅନଲାଇନ୍‌ ଫୁଡ୍‌ ଡେଲିଭରି ଆପ୍‌ ‘ଜୋମାଟୋ’। ନିରାମିଷ(ଭେଜ୍‌) ଖାଉଥିବା ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର ସେବା ଆରମ୍ଭ କରିବା ନେଇ ଜୋମାଟୋ ସିଇଓ ଦୀପିନ୍ଦର ଗୋଏଲ ଘୋଷଣା କରିଥିଲେ। ଏଥିରେ ବିତରକମାନେ ସବୁଜ ରଙ୍ଗର ପୋଷାକ ପିନ୍ଧିବେ ବୋଲି କୁହାଯାଇଥିଲା। ହେଲେ ଏବେ ପୂର୍ବଭଳି ସମସ୍ତ ଅର୍ଡର ପାଇଁ ଡେଲିଭରି ବଏ ଲାଲ ରଙ୍ଗର ପୋଷାକ ପିନ୍ଧିବେ ବୋଲି ସିଇଓ ଗୋଏଲ କହିଛନ୍ତି।

ପ୍ରକାଶ ଯେ, ନିକଟରେ ଶୁଦ୍ଧ ନିରାମିଷ ଖାଦ୍ୟ ଅର୍ଡର କରୁଥିବା ଗ୍ରାହକଙ୍କ ଲାଗି କମ୍ପାନୀ ଏକ ସ୍ବତନ୍ତ୍ର ସେବା ‘ପିୟୋର ଭେଜ୍‌ ଫ୍ଲିଟ୍‌’ ଆରମ୍ଭ କରିଥିଲା। ଏଥିରେ ଡେଲିଭରି ବଏମାନେନ ସବୁଜ ରଙ୍ଗର ପୋଷାକ ଏବଂ ସବୁଜ ରଙ୍ଗର ବାକ୍ସରେ ଖାଦ୍ୟ ନେବେ ବୋଲି କମ୍ପାନୀ କହିଥିଲା। ମାର୍ଚ୍ଚ ୧୯ରେ କମ୍ପାନୀର ସିଇଓ ଏକ୍ସରେ ଏକ ପୋଷ୍ଟ କରି ସେବା ଆରମ୍ଭ ହୋଇଥିବା ନେଇ ଘୋଷଣା କରିଥିଲେ।

ହେଲେ ଜୋମାଟୋର ଏହି ସ୍ବତନ୍ତ୍ର ସେବାକୁ ଗ୍ରାହକ ବିରୋଧ କରିଥିଲେ। ଏପରିକି ଅନେକ ଲୋକ ସୋସିଆଲ ମିଡିଆରେ ଜୋମାଟୋ ନିଷ୍ପତ୍ତି ବଦଳାଉ ବୋଲି ଅପିଲ କରିଥିଲେ। କାରଣ ଏହି ସେବା ଆମିଷ ଖାଉଥିବା ଲୋକଙ୍କ ପ୍ରତି ଭେଦଭାବପୂର୍ଣ୍ଣ ଆଚରଣକୁ ପ୍ରୋତ୍ସାହନ ଦେଇପାରେ। ଏପରିକି ବିତରକମାନଙ୍କୁ ମଧ୍ୟ ଅସୁବିଧାରେ ପକାଇପାରେ ବୋଲି ଚର୍ଚ୍ଚା ହୋଇଥିଲା। ଲୋକଙ୍କ ପ୍ରତିକ୍ରିୟାକୁ ଦେଖି ୧୨ ଘଣ୍ଟା ମଧ୍ୟରେ ଏହି ନିଷ୍ପତ୍ତିକୁ ବଦଳାଯାଇଥିବା ସିଇଓ କହିଛନ୍ତି। ପୂର୍ବଭଳି ସମସ୍ତେ ସମାନ ରଙ୍ଗର ଲାଲ ପୋଷାକ ପିନ୍ଧିବେ। କିନ୍ତୁ ଗ୍ରାହକଙ୍କ ଶୁଦ୍ଧତା ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri