Posted inଫୁରସତ

Viral Video: ଲୁଚିଲୁଚି କୁମ୍ଭୀର ଉପରେ ଏମିତି ଆକ୍ରମଣ ପାଇଁ ଯାଉଥିଲା ବାଘୁଣୀ, ଆଉ ତା’ ପରେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ଏବେ ସେମିତି ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ରାଜସ୍ଥାନର ରଣଥମ୍ବୋର ଜାତୀୟ ଉଦ୍ୟାନର ହ୍ରଦ କୂଳରେ ବାଘୁଣୀ ରିଦ୍ଧି ଏକ କୁମ୍ଭୀର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ପର୍ଯ୍ୟଟକମାନେ ସେମାନଙ୍କ କ୍ୟାମେରାରେ କଏଦ କରିଥିଲେ ଏବଂ ଜାତୀୟ ଉଦ୍ୟାନର ଅଧିକାରୀମାନେ ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

 

ଫେବୃଆରୀ ୧ରେ ପୋଷ୍ଟ କରାଯାଇଥିବା ଭିଡିଓରେ ରିଦ୍ଧି ପ୍ରଥମେ ଧିରେଧିରେ ହ୍ରଦ ଆଡ଼କୁ ଯାଉଥିବାର ଦେଖିବାକୁ ମିଳିଛି। ଯେଉଁଠି କୁମ୍ଭୀର ଥିଲା। ହଠାତ୍‌ ସେ କୁମ୍ଭୀର ଉପରେ ଆକ୍ରମଣ କରିବାକୁ ଆଗକୁ ବଢ଼ିଲା। ପରବର୍ତ୍ତୀ ମୁହୂର୍ତ୍ତରେ କୁମ୍ଭୀରଟି ହ୍ରଦ ଭିତରେ ବହୁ ଦୂରରେ ଦେଖିବାକୁ ମିଳିଥିବା ବେଳେ ରିଦ୍ଧି କୂଳରୁ ଏହାକୁ ଦେଖି ଫେରି ଆସିଥିଲା।

ବାସ୍ତବରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ରିଦ୍ଧିର କୁମ୍ଭୀର ଉପରେ ଆକ୍ରମଣ କରିବାର ଚମତ୍କାର ଉଦ୍ୟମ। ଏହି ଦୃଶ୍ୟ ଅସାଧାରଣରୁ କିଛି କମ୍‌ ନ ଥିଲା। କାରଣ ରିଦ୍ଧି ତାର ଶକ୍ତିଶାଳୀ ଶରୀର ଏବଂ ଅନ୍ତର୍ନିହିତ ଶିକାରୀ ପ୍ରବୃତ୍ତି ସହିତ ଏହି ଆକ୍ରମଣ ପାଇଁ ବେଶ୍‌ ଭଲ ଭାବରେ ଉଦ୍ୟମ କରିଥିଲା। ଭିଡିଓ ପୋଷ୍ଟ କରାଯାଇ ଏଥିରେ କ୍ୟାପଶନ ଲେଖାଯାଇଛି, ‘ବ୍ରହ୍ମାସ୍ତ୍ର ସଂଗ୍ରାମ’ ବାଘୁଣୀ ରିଦ୍ଧି କୁମ୍ଭୀର ଉପରେ ଆକ୍ରମଣ କରୁଛି।’

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଇନ୍‌ଷ୍ଟାଗ୍ରାମରେ ୯ ହଜାରରୁ ଅଧିକ ଥର ଦେଖାଯାଇଥିବା ବେଳେ ପଶୁପ୍ରେମୀମାନେ ନାନା ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ପ୍ରୋଟେକ୍ଟର। ସେହିପରି ଆଉ ଜଣେ କହିଛନ୍ତି, ବାଘୁଣୀ-କୁମ୍ଭୀର ଯୁଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri