Posted inଫୁରସତ

Viral Video: ଲୁଚିଲୁଚି କୁମ୍ଭୀର ଉପରେ ଏମିତି ଆକ୍ରମଣ ପାଇଁ ଯାଉଥିଲା ବାଘୁଣୀ, ଆଉ ତା’ ପରେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ଏବେ ସେମିତି ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ରାଜସ୍ଥାନର ରଣଥମ୍ବୋର ଜାତୀୟ ଉଦ୍ୟାନର ହ୍ରଦ କୂଳରେ ବାଘୁଣୀ ରିଦ୍ଧି ଏକ କୁମ୍ଭୀର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ପର୍ଯ୍ୟଟକମାନେ ସେମାନଙ୍କ କ୍ୟାମେରାରେ କଏଦ କରିଥିଲେ ଏବଂ ଜାତୀୟ ଉଦ୍ୟାନର ଅଧିକାରୀମାନେ ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

 

ଫେବୃଆରୀ ୧ରେ ପୋଷ୍ଟ କରାଯାଇଥିବା ଭିଡିଓରେ ରିଦ୍ଧି ପ୍ରଥମେ ଧିରେଧିରେ ହ୍ରଦ ଆଡ଼କୁ ଯାଉଥିବାର ଦେଖିବାକୁ ମିଳିଛି। ଯେଉଁଠି କୁମ୍ଭୀର ଥିଲା। ହଠାତ୍‌ ସେ କୁମ୍ଭୀର ଉପରେ ଆକ୍ରମଣ କରିବାକୁ ଆଗକୁ ବଢ଼ିଲା। ପରବର୍ତ୍ତୀ ମୁହୂର୍ତ୍ତରେ କୁମ୍ଭୀରଟି ହ୍ରଦ ଭିତରେ ବହୁ ଦୂରରେ ଦେଖିବାକୁ ମିଳିଥିବା ବେଳେ ରିଦ୍ଧି କୂଳରୁ ଏହାକୁ ଦେଖି ଫେରି ଆସିଥିଲା।

ବାସ୍ତବରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ରିଦ୍ଧିର କୁମ୍ଭୀର ଉପରେ ଆକ୍ରମଣ କରିବାର ଚମତ୍କାର ଉଦ୍ୟମ। ଏହି ଦୃଶ୍ୟ ଅସାଧାରଣରୁ କିଛି କମ୍‌ ନ ଥିଲା। କାରଣ ରିଦ୍ଧି ତାର ଶକ୍ତିଶାଳୀ ଶରୀର ଏବଂ ଅନ୍ତର୍ନିହିତ ଶିକାରୀ ପ୍ରବୃତ୍ତି ସହିତ ଏହି ଆକ୍ରମଣ ପାଇଁ ବେଶ୍‌ ଭଲ ଭାବରେ ଉଦ୍ୟମ କରିଥିଲା। ଭିଡିଓ ପୋଷ୍ଟ କରାଯାଇ ଏଥିରେ କ୍ୟାପଶନ ଲେଖାଯାଇଛି, ‘ବ୍ରହ୍ମାସ୍ତ୍ର ସଂଗ୍ରାମ’ ବାଘୁଣୀ ରିଦ୍ଧି କୁମ୍ଭୀର ଉପରେ ଆକ୍ରମଣ କରୁଛି।’

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଇନ୍‌ଷ୍ଟାଗ୍ରାମରେ ୯ ହଜାରରୁ ଅଧିକ ଥର ଦେଖାଯାଇଥିବା ବେଳେ ପଶୁପ୍ରେମୀମାନେ ନାନା ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ପ୍ରୋଟେକ୍ଟର। ସେହିପରି ଆଉ ଜଣେ କହିଛନ୍ତି, ବାଘୁଣୀ-କୁମ୍ଭୀର ଯୁଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

୧୪.୨ କିଲୋଗ୍ରାମ ବଦଳରେ ମିଳିବ ୧୦ କିଲୋଗ୍ରାମ ଗ୍ୟାସ! ସରକାର ଦେଲେ ବଡ଼ ଅପଡେଟ୍‌

  ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ସିଧାସଳଖ ପ୍ରଭାବ ଏବେ ଭାରତର ଶକ୍ତି ସୁରକ୍ଷା ଉପରେ ପଡୁଛି। ଅଶୋଧିତ ତୈଳ ଏବଂ ଏଲପିଜିର ନିରବଚ୍ଛିନ୍ନ ଯୋଗାଣ ବାଧାପ୍ରାପ୍ତ…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ,୨୪।୩: ଓସେନିଆର ଟୋଙ୍ଗା ଅଞ୍ଚଳ ନିକଟରେ ନିଆଫୁରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri