Posted inଫୁରସତ

ଖୋଲା ଜମିରେ ବୁଲୁଥିବା ହାତୀକୁ ଜେସିବି ଲଗାଇ ଘୋଉଡାଉଥିଲେ ଲୋକେ: ଗଜରାଜ ବି ରାଗିଗଲେ, ପରେ ଏମିତି ହେଲା ସିଧା ମାମଲା ଯାଇ…

ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ଅନେକ ସମୟରେ ପ୍ରାଣୀଙ୍କ ମଜାଳିଆ ଭିଡିଓ ଭାଇରରାଲ ହୋଇଥାଏ। ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓ ଅନେକ ପଶୁ ପ୍ରେମୀଙ୍କୁ ଅଧିକ ଆଘାତ ଦେଇଛି। ବୁଲଡୋଜର ବ୍ୟବହାର କରି ଅମଣିଷ ଭଳି ହାତୀକୁ ଘଉଡାଇଛନ୍ତି ଲୋକେ । ପଶ୍ଚିମବଙ୍ଗ ମାଲବଜାର ରେଞ୍ଜ ଅଞ୍ଚଳରୁ ଏମିତି ଚିତ୍ର ସାମ୍ନାକୁ ଆସିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଯେଉଁଥିରେ ଦେଖିବାକୁ ମିଳିଛି, କିଛି ଲୋକ ଏକ ଖୋଲା ଜମିରେ ବୁଲୁଥିବା ହାତୀକୁ ଘଉଡାଉଛନ୍ତି । ବୁଲଡୋଜର ବ୍ୟବହାର କରି ଅମଣିଷ ଭଳି ହାତୀକୁ ଘଉଡାଇଛନ୍ତି ଲୋକେ । ତେବେ ଏହାର ପ୍ରତି ଆକ୍ରମଣରେ ହାତୀଟି ମଧ୍ୟ ବୁଲଡୋଜରକୁ ହାତୀ ମଧ୍ୟ ଶୁଣ୍ଢରେ ପିଟୁଥିବା ଦେଖିବାକୁ ମିଳିଛି । ପ୍ରବଳ ହୋହଲ୍ଲା କରି ଲୋକମାନେ ହାତୀଟିକୁ ଚିଡାଇ ଦେଇଥିଲେ। ଫଳରେ ହାତୀଟି ସାମ୍ନାରେ ଥିବା ବୁଲଡୋଜରକୁ ଶୁଣ୍ଢରେ ଜୋରରେ ଧକ୍କା ଦେଇଥିଲା। ଯେଉଁଥିରେ ହାତୀର ଶୁଣ୍ଢରେ ଆଘାତ ଲାଗିଥିଲା ।

ପରେ ହାତୀଟି ପାଖରେ ଥିବା ୱାଚ ଟାୱାରକୁ ଧକ୍କା ଦେଇଥିଲା । ଏହି ସମୟରେ ୱାଚ ଟାୱାରରେ କିଛି ପର୍ଯ୍ୟଟକ ମଧ୍ୟ ରହିଥିଲେ । ସୋସିଆଲ ମିଡିଆରେ ଏହି ଘଟଣା ସମୟର ଭିଡିଓ ଭାଇରାଲ ହେବା ପରେ କେତେକ ପରିବେଶବିତ୍‌ମାଲବଜାର ଥାନାର ଦ୍ବାରସ୍ଥ ହୋଇଥିଲେ। ପୋଲିସ ମାମଲାର ତଦନ୍ତ କରି ବୁଲଡୋଜରକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ବନ୍ୟଜନ୍ତୁଙ୍କ ପ୍ରତି ଏମିତ ବ୍ୟବହାର ପଶୁପ୍ରେମୀଙ୍କୁ ଆଘାତ ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri