Posted inଫୁରସତ

ଖୋଲା ଜମିରେ ବୁଲୁଥିବା ହାତୀକୁ ଜେସିବି ଲଗାଇ ଘୋଉଡାଉଥିଲେ ଲୋକେ: ଗଜରାଜ ବି ରାଗିଗଲେ, ପରେ ଏମିତି ହେଲା ସିଧା ମାମଲା ଯାଇ…

ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ଅନେକ ସମୟରେ ପ୍ରାଣୀଙ୍କ ମଜାଳିଆ ଭିଡିଓ ଭାଇରରାଲ ହୋଇଥାଏ। ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓ ଅନେକ ପଶୁ ପ୍ରେମୀଙ୍କୁ ଅଧିକ ଆଘାତ ଦେଇଛି। ବୁଲଡୋଜର ବ୍ୟବହାର କରି ଅମଣିଷ ଭଳି ହାତୀକୁ ଘଉଡାଇଛନ୍ତି ଲୋକେ । ପଶ୍ଚିମବଙ୍ଗ ମାଲବଜାର ରେଞ୍ଜ ଅଞ୍ଚଳରୁ ଏମିତି ଚିତ୍ର ସାମ୍ନାକୁ ଆସିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଯେଉଁଥିରେ ଦେଖିବାକୁ ମିଳିଛି, କିଛି ଲୋକ ଏକ ଖୋଲା ଜମିରେ ବୁଲୁଥିବା ହାତୀକୁ ଘଉଡାଉଛନ୍ତି । ବୁଲଡୋଜର ବ୍ୟବହାର କରି ଅମଣିଷ ଭଳି ହାତୀକୁ ଘଉଡାଇଛନ୍ତି ଲୋକେ । ତେବେ ଏହାର ପ୍ରତି ଆକ୍ରମଣରେ ହାତୀଟି ମଧ୍ୟ ବୁଲଡୋଜରକୁ ହାତୀ ମଧ୍ୟ ଶୁଣ୍ଢରେ ପିଟୁଥିବା ଦେଖିବାକୁ ମିଳିଛି । ପ୍ରବଳ ହୋହଲ୍ଲା କରି ଲୋକମାନେ ହାତୀଟିକୁ ଚିଡାଇ ଦେଇଥିଲେ। ଫଳରେ ହାତୀଟି ସାମ୍ନାରେ ଥିବା ବୁଲଡୋଜରକୁ ଶୁଣ୍ଢରେ ଜୋରରେ ଧକ୍କା ଦେଇଥିଲା। ଯେଉଁଥିରେ ହାତୀର ଶୁଣ୍ଢରେ ଆଘାତ ଲାଗିଥିଲା ।

ପରେ ହାତୀଟି ପାଖରେ ଥିବା ୱାଚ ଟାୱାରକୁ ଧକ୍କା ଦେଇଥିଲା । ଏହି ସମୟରେ ୱାଚ ଟାୱାରରେ କିଛି ପର୍ଯ୍ୟଟକ ମଧ୍ୟ ରହିଥିଲେ । ସୋସିଆଲ ମିଡିଆରେ ଏହି ଘଟଣା ସମୟର ଭିଡିଓ ଭାଇରାଲ ହେବା ପରେ କେତେକ ପରିବେଶବିତ୍‌ମାଲବଜାର ଥାନାର ଦ୍ବାରସ୍ଥ ହୋଇଥିଲେ। ପୋଲିସ ମାମଲାର ତଦନ୍ତ କରି ବୁଲଡୋଜରକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ବନ୍ୟଜନ୍ତୁଙ୍କ ପ୍ରତି ଏମିତ ବ୍ୟବହାର ପଶୁପ୍ରେମୀଙ୍କୁ ଆଘାତ ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri