Posted inଫୁରସତ

ନିଜ ମୃତ୍ୟୁର ଭିଡିଓ ଶୁଟିଂ କରି ଆଖିବୁଜିଦେଲେ , ପୂରା ଘଟଣା ଜାଣିଲେ

ୱାଶିଂଟନ: ମୃତ୍ୟୁ କେତେବେଳେ, କେମିତି ବି ଆସିଥାଏ। ହେଲେ କେହି ସେହି ମୃତ୍ୟୁକୁ ରେକର୍ଡ କରିବା ସମ୍ଭବ ହୋଇନି। ତେବେ ଜଣେ ବ୍ୟକ୍ତି ନିଜ ମୃତ୍ୟୁର ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଛି। ସେ ପେସାରେ ଜଣେ ସ୍କାଏଡାଇଭର। ତାଙ୍କ ମୃତ୍ୟୁ ପ୍ଲେନ୍‌ରୁ ଡେଇଁବା ପରେ ହୋଇଛି। ତେବେ ସେ ସବୁଠୁ ଜରୁରୀ ଜିନିଷ ଭୁଲି ଯାଇଥିଲେ, ଯାହା ଥିଲା ପାରାଚୁଟ୍‌। ୩୫ ବର୍ଷୀୟ ଇଭାନ ମାକ୍‌ଗୁଇରି ପୂର୍ବରୁ ୮୦୦ ସଫଳ ସ୍କାଏଡାଇଭିଂ କରିଛନ୍ତି। ସେ ୧୦ ହଜାର ଫୁଟ୍‌ ଉଚ୍ଚରୁ ସ୍କାଏଡାଇଭିଂ କରିଥିଲେ, ଯାହା ତାଙ୍କ ଜୀବନର ଶେଷ ସ୍କାଏଡାଇଭିଂ ଥିଲା। ଏହା ୧୯୮୮ ଏପ୍ରିଲର ଘଟଣା। ସେ ୧୦ ହଜାର ଫୁଟ୍‌ ଉଚ୍ଚରୁ ସ୍କାଏଡାଇଭିଂ କରୁଥିବାବେଳେ ଏହାକୁ ରେକର୍ଡ କରିବାକୁ ବହୁତ ଉତ୍ସାହିତ ଥିଲେ। ସେ ଆମେରିକାର ଉତ୍ତର କରୋଲିନାର ଫ୍ରାଙ୍କଲିନ କାଉଣ୍ଟି ସ୍ପୋଟର୍‌ସ ପାରାଚୁଟ୍‌ ସେଣ୍ଟରରେ ଥିଲେ। ସେ ଯେତେବେଳେ ପ୍ଲେନ୍‌ରୁ ତାଙ୍କ ଉଡ଼ାଣ ନେଲେ, ସେତେବେଳେ ସେ ତାଙ୍କ ପାରାଚୁଟ୍‌କୁ ଭୁଲି ଯାଇଥିବା ଜାଣିପାରିଲେ। ସେତେବେଳେ ତାଙ୍କ କ୍ୟାମେରାରେ ସବୁକିଛି ରେକର୍ଡ ହେଉଥିଲା। ତାଙ୍କୁ ପ୍ରଥମେ ଲାଗିଲା କି ସେ ପାରାଚୁଟ୍‌ ସାଙ୍ଗରେ ନେଇକି ଆସିଛନ୍ତି। ହେଲେ ପାରାଚୁଟ୍‌ ନ ଆଣିବା ଜାଣି ସେ ପୂରା ଡରିଗଲେ। ଯେତେବେଳେ ସେ ତଳେ ପହଞ୍ଚତ୍ଲେ, ସେତେବେଳେ ତାଙ୍କ ମୁହଁରୁ ‘ହେ ଭଗବାନ୍‌- ନାଇଁ’ ବୋଲି ବାହାରିଥିଲା। ପରେ ତାଙ୍କ ମୃତଦେହ ଏୟାରଫିଲ୍ମଠାରୁ ପ୍ରାୟ ବହୁତ ଦୂର ଏକ ଜଙ୍ଗରୁ ମିଳିଥିଲା। ଏହାପରେ ମାମଲାର ଯାଞ୍ଚ ଆରମ୍ଭ ହୋଇଥିଲା। ପାଇଲଟ୍‌ ମାର୍କ ଲୁମୈନଙ୍କୁ ପାରାଚୁଟ୍‌ ଯାଞ୍ଚ କରିବା ସମ୍ପର୍କରେ ପଚାରା ଯାଇଥିଲା। ତେବେ ନିୟମ ଅନୁସାରେ, ପାଇଲଟ୍‌ ପାରାଚୁଟ୍‌ ଯାଞ୍ଚ ନ କରିବା ଯାଏ ସ୍କାଏଡାଇଭର ପ୍ଲେନ୍‌ରୁ ଡେଇଂ ପାରିବନି। ଏ ସମ୍ପର୍କରେ କେହି ଜାଣିପାରି ନ ଥିବା ପାରାଚୁଟ୍‌ ସେଣ୍ଟର ମାଲିକଙ୍କ ସ୍ତ୍ରୀ ନ୍ୟାନ୍ସି କହିଥିଲେ। ପରେ ଏହି ମାମଲାକୁ ଏକ ଦୁର୍ଘଟଣା ବୋଲି ଧରାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ଜିଲାପାଳ, ନଦୀ ଉପରେ ହେବ…

ନନ୍ଦପୁର,୧୩ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଗତ ତା-୨୭.୨.୨୬ରେ ନନ୍ଦପୁର ବ୍ଲକ ପରିଦର୍ଶନରେ ଆସି ବାସୁକୀ ନଦୀପାର ହୋଇ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡ଼ା ଗ୍ରାମବାସୀଙ୍କୁ…

ପିରିୟଡ଼ ଲିଭ ଆବେଦନର ଶୁଣାଣି କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ, କହିଲେ- ‘କୌଣସି ନିଯୁକ୍ତିଦାତା…’

ନୂଆଦିଲ୍ଲୀ,୧୩।୩: ମାସିକ ଋତୁସ୍ରାବ ସହିତ ଜଡିତ ଅସୁବିଧାକୁ ଦୃଷ୍ଟିରେ ରଖି ମହିଳା କର୍ମଚାରୀମାନଙ୍କୁ ଛୁଟି ପ୍ରଦାନ କରିବା ପାଇଁ ଏକ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ଏକ…

ଫ୍ଲାଟ୍‌ କିଣିଲେ ଶିବମ ଦୁବେ: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୩।୩: ଟି-୨୦ ବିଶ୍ୱକପ ଜିତିବା ପରଠାରୁ ଟିମ ଇଣ୍ଡିଆ ଅନେକ ଖେଳାଳି ନିରନ୍ତର ଚର୍ଚ୍ଚାରେ ରହିଛନ୍ତି। ବିଶେଷକରି ସଞ୍ଜୁ ସାମସନ ଏବଂ ଇଶାନ କିଶାନ ବହୁତ ଆଲୋଚନାର…

ଆସିଲା ବଡ଼ ଖବର, ବଞ୍ଚିଛନ୍ତି ଖାମେନେଇଙ୍କ ପତ୍ନୀ, ସ୍ପଷ୍ଟ କଲା ଇରାନୀ ମିଡିଆ

ତେହରାନ୍‌,୧୩।୩: ଇରାନର ସ୍ବର୍ଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପତ୍ନୀ ମନସୁରେହ ଖୋଜାସ୍ତେହ ବାଘେରଜାଦେହ ଜୀବିତ ଅଛନ୍ତି ଏବଂ ତାଙ୍କ ମୃତ୍ୟୁ ହୋଇଥିବା ଦାବି କରୁଥିବା…

ଯୁଦ୍ଧ ଭିତରେ ରୁଷିଆକୁ ସାହାଯ୍ୟ ମାଗିଲା ଭାରତ, ଟ୍ରମ୍ପଙ୍କ ଛାଡିଦେବ ହାତ!

ନୂଆଦିଲ୍‌ଲୀ,୧୩।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବିଶ୍ୱର ମହାଶକ୍ତିଗୁଡ଼ିକୁ ଅନେକ ଶିକ୍ଷା ଦେଇଛି। ଇରାନ ଆମେରିକା ଏବଂ ଇସ୍ରାଏଲର ଅତ୍ୟନ୍ତ ମହଙ୍ଗା ଏବଂ ବିନାଶକାରୀ ଅସ୍ତ୍ରଶସ୍ତ୍ରକୁ ଏପରି…

ଗ୍ୟାସ୍‌ ଯୋଗାଣରେ ସଙ୍କଟ: ଜଙ୍ଗଲରୁ କାଠ ସଂଗ୍ରହ ନ କଲେ ଜନଜାତିଙ୍କ ଚୁଲି ଜଳେ ନାହିଁ

ମହାକାଳପଡ଼ା, ୧୩ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଯୋଗୁ ପ୍ରାକୃତିକ ତୈଳ ଓ ଗ୍ୟାସ୍‌ ଆମଦାନୀରେ ସଙ୍କଟ ପ୍ରତିଫଳିତ ହେଉଛି।…

ପାରିବାରିକ କଳହର କରୁଣ ପରିଣତି, ବୃଦ୍ଧଙ୍କୁ ହତ୍ୟା

ଅତାବିରା,୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲାରେ ଦିନକୁ ଦିନ ହତ୍ୟାକାଣ୍ଡ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଶୁକ୍ରବାର ସକାଳୁ ସକାଳୁ ଅତାବିରା ଥାନା ଅନ୍ତର୍ଗତ…

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ଜଣେ ଗୁରୁତର

ପାଟଣା,୧୩।୩(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ଫାଣ୍ଡି ଗଣ୍ଡବେଡା ଗ୍ରାମ ସ୍କୁଲ ନିକଟରେ ଗୁରୁବାର ଏକ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri