ତରବରିଆ ଭାବେ ମୁମ୍ବାଇ ପହଞ୍ଚିଲେ ବିରାଟ

ମୁମ୍ବାଇ,୨।୧୦: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ମାତାପିତା ହେବାକୁ ଯାଉଛନ୍ତି ବୋଲି ଖବର ଆସିବା ପରେ ଏବେ ସେମାନେ ହେଡଲାଇନକୁ ଆସିଛନ୍ତି। ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ମଧ୍ୟ ଦାବି କରିଥିଲା କି ସୂତ୍ରରୁ ମିଳିଥିବା ଖବର ନିଶ୍ଚିତ ଯେ ଅଭିନେତ୍ରୀ ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ତେବେ ଏହି ଦମ୍ପତି ଏପର୍ଯ୍ୟନ୍ତ ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିନାହାଁନ୍ତି। ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଥିବା ଖବର ମଧ୍ୟରେ ଗୁଆହାଟୀରେ ଚାଲିଥିବା ବିଶ୍ୱକପ ୨୦୨୩ର ୱାର୍ମ ଅପ ମ୍ୟାଚରେ ବ୍ୟସ୍ତ ଥିବା ବିରାଟ କୋହଲିଙ୍କୁ ଶୀଘ୍ର ମୁମ୍ବାଇ ଫେରିବାକୁ ପଡିଲା, ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଉ ଅନୁଷ୍କା ଗର୍ଭବତୀ ଥିବା ଖବରକୁ ଆହୁରି ସସପେନ୍ସ ଭିତରକୁ ନେଇ ଯାଇଛି।
ଅନୁଷ୍କାଙ୍କ ଗର୍ଭବତୀ ଖବର ମଧ୍ୟରେ ବିରାଟ କୋହଲି ଜରୁରୀକାଳୀନ ପରିସ୍ଥିତିରେ ମୁମ୍ବାଇ ଫେରିଥିଲେ। ଖବର ମୁତାବକ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଭେଟିବା ପାଇଁ ଗୁଆହାଟୀରୁ ମୁମ୍ବାଇକୁ ଜରୁରୀକାଳୀନ ବିମାନ ନେଇଥିଲେ ଏବଂ ଏହା ଅନେକ କଳ୍ପନାଜଳ୍ପନା ସୃଷ୍ଟି କରୁଛି। ମଙ୍ଗଳବାର ତିରୁବନନ୍ତପୁରମରେ ନେଦରଲ୍ୟାଣ୍ଡ ବିପକ୍ଷ ଆଇସିସି ଓଡିଆଇ କ୍ରିକେଟ ବିଶ୍ୱକପର ଟିମ ଇଣ୍ଡିଆର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ବିରାଟ ବ୍ୟସ୍ତ ଥିଲେ। ତେବେ ବିରାଟ କୋହଲିଙ୍କ ହଠାତ୍‌ ଜରୁରୀକାଳୀନ ପରିସ୍ଥିତିକୁ ଫେରିବା ପଛର କାରଣ ଜଣାପଡିନାହିଁ।
ସୂଚନାଯୋଗ୍ୟ, ଏସିଆ କପ ପରେ ଆଇସିସି ଓଡିଆଇ କ୍ରିକେଟ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପ ୧୨ବର୍ଷ ପରେ ଭାରତରେ ଆରମ୍ଭ ହେଉଛି ଏବଂ ଏହା ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri