ଭାଇରାଲ ହେଉଛି ସୁକାନ୍ତ, ପବିତ୍ରଙ୍କ କଣ୍ଠର ଯାଦୁ

ଖୋର୍ଦ୍ଧା ଅଫିସ,୧୯। ୯: ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅଧୀନ କାଇମାଟଆ ଗ୍ରାମର ସୁକାନ୍ତ ଓ ପବିତ୍ର ଭୋଇଙ୍କଠାରେ ରହିଛି ଅନନ୍ୟ ପ୍ରତିଭା। ସୁକାନ୍ତ ଗୀତ ଗାଉଥିବା ବେଳେ ପବିତ୍ର ପାଟି ଓ ହାତ ମାଧ୍ୟମରେ ବାଦ୍ୟର ଭ୍ରମ ସୃଷ୍ଟି କରୁଛନ୍ତି। ଏମାନେ ଗାଇଥିବା ଏକ ହିନ୍ଦୀ ଗୀତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଶ୍ରୋତାଙ୍କ ମନ ଜିଣିବାରେ ଲାଗିଛି। ଉଭୟଙ୍କ ମନୋବଳ, ନିଷ୍ଠା ଯୋଗୁ ଏମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସୁକାନ୍ତ ଗ୍ରାମରେ ଟେଲେରିଂ କରି ପରିବାର ପୋଷଣ କରୁଥିବା ବେଳେ ପବିତ୍ର ଦଶମ ଶ୍ରେଣୀରେ ପଢୁଛନ୍ତି। କୋଭିଡ୍‌-୧୯ ଯୋଗୁ ସ୍କୁଲ ବନ୍ଦ ରହିଥିବାରୁ ଅନ୍‌ଲାଇନରେ ପାଠ ପଢାଯାଉଛି। ସ୍ମାର୍ଟ ଫୋନ ନ ଥିବାରୁ ପବିତ୍ର ପାଠପଢାରୁ ବଞ୍ଚିତ ହୋଇଛନ୍ତି। ତଥାପି ସେ ପାଠପଢା ଜାରି ରଖିଛନ୍ତି। ସୁକାନ୍ତଙ୍କ କହିବାନୁଯାୟୀ, ପିଲାବେଳୁ ସଙ୍ଗୀତ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ରହିଥିଲା। ଆର୍ଥିକ ସମସ୍ୟା ଯୋଗୁ ସଙ୍ଗୀତ ଶିକ୍ଷା ଲାଭି କରିପାରି ନ ଥିଲେ। ସମୟ ମିଳିଲେ ଗଁା ନଈକୂଳ, ଆମ୍ବତୋଟାରେ ଗୀତା ଗାଇବା ଅଭ୍ୟାସ ଜାରି ରଖିଥିଲି।
ଦିନେ ପବିତ୍ର ପାଟିରେ ସୁନ୍ଦର ଶବ୍ଦ ବାହାର କରୁଥିବା ଦେଖିଥିଲି। ପରେ ଏକ ହିନ୍ଦୀ ଗୀତ ଗାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲୁ। ଯାହାକୁ ଅଧିକ ଲୋକ ପସନ୍ଦ କରିଥିଲେ। ଏହାପରେ ଏଥିପ୍ରତି ଆଗ୍ରହ ବଢିଥିଲା। ସେହିପରି ପବିତ୍ର କହିଛନ୍ତି, ପିଲାବେଳୁ ବାଜା ବଜାଇବା ପାଇଁ ଆଗ୍ରହ ରହିଥିଲା। ବାଡି ଖଣ୍ଡେ ମିଳିଲେ, ହାଣ୍ଡି ଓ ମାଠିଆରେ ବାଜା ବଜାଇବା ଆରମ୍ଭ କରି ଦେଉଥିଲି। ପାଟି ଓ ଛାତିରେ ହାତ ବାଡେଇ ଶବ୍ଦ ବାହାର କରିବା ପାଇଁ ଚେଷ୍ଟା କରିଥିଲି। ପରେ ଏହା ମୋର ଅଭ୍ୟାସରେ ପରିଣତ ହୋଇଥିଲା। ସୁକାନ୍ତ ଭାଇ ବାଦ୍ୟ ବଜାଇବା ଲାଗି କହିବାଠାରୁ ଏହି ଅଭିଯାନ ଜାରି ରହିଛି। ବଣମଲ୍ଳୀ ବଣରେ ଫୁଟି ବଣରେ ମଉଲିଗଲା ପରି ଏହି ଦୁଇଜଣଙ୍କ ପ୍ରତିଭା ମଉଳି ନ ଯାଉ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri