ପ୍ରଦୂଷଣ ବଢାଉଛି ବିରାଜ ଷ୍ଟିଲ୍‌

ସମ୍ବଲପୁର,୩୦ା୬(ଶୁଭାଶିଷ ପାଢ଼ୀ): ଚିମିନିରୁ ଅନବରତ ନିଷ୍କାସିତ ହେଉଛି କଳା ଧୂଆଁ। ବାୟୁମଣ୍ଡଳରେ ଉଡୁଛି ଧୁଳିଗୁଣ୍ଡ। ପୂର୍ବପରି ଆଉ ଚାଷ ବି ହେଉନି। ମଣିଷ, ଜୀବଜନ୍ତୁଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏପରି କି ସେହି ରାସ୍ତା ଦେଇ ଯିବା କଷ୍ଟକର ହୋଇପଡିଛି। ସମସ୍ତେ ପ୍ରଦୂଷଣ ବଳୟରେ ଜୀବନ ବିତାଉଛନ୍ତି। ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକରେ ଥିବା ବିରାଜ ଷ୍ଟିଲ ଆଖପାଖ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।
ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏସ୍କପ୍ରେସ ୱେ ରାସ୍ତାକଡ଼କୁ ଲାଗିରହିଛି ଏହି କାରଖାନା। ଚିମିନିକୁ ଦେଖିଲେ ଲାଗୁଛି ପ୍ରଦୂଷଣକୁ ନେଇ କମ୍ପାନୀର ଆଦୌ ଚିନ୍ତା ନାହିଁ। କାରଣ ଏଠାରୁ ଅନବରତ କଳା ଧୂଆଁ ବାହାରି ବାୟୁମଣ୍ଡଳରେ ମିଶୁଛି। ପ୍ରଦୂଷିତ ଧୂଆଁକୁ ବାୟୁମଣ୍ଡଳରେ ଛାଡିବା ପାଇଁ ବ୍ୟାକ୍‌ ଫିଲଟର୍‌ ଲଗାଇବା ନିୟମ ରହିଛି। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଅନେକଥର ଏହାକୁ ନେଇ କମ୍ପାନୀ ଉପରେ ଜରିମାନା ହୋଇଛି। ନିକଟସ୍ଥ ଗୁରୁପାଲି ଗ୍ରାମବାସୀ କମ୍ପାନୀ ବିରୋଧରେ ବହୁବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଚାଷ ନଷ୍ଟ ହେବା ସହ ମଣିଷ ଜୀବନ ପ୍ରତି ବିପଦ ରହିଛି। ଅନେକ ଲୋକ ପ୍ରଦୂଷଣ ପାଇଁ ପ୍ରାଣ ହରାଉଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏପଟେ ଥରେ ଦୁଇଥର କମ୍ପାନୀ ଉପରେ ଜରିମାନା ଲଗାଇ ଚୁପ୍‌ ବସିଛି ସମ୍ବଲପୁର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରଦୂଷଣ କେବଳ ମଣିଷଙ୍କ ଉପରେ ପ୍ରଭାବ ପକାଉନି, ଜୀବଜନ୍ତୁଙ୍କ ଉପରେ ମଧ୍ୟ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳୁଛିା ପ୍ରଦୂଷଣ ପାଇଁ ବୁଲା କୁକୁରଙ୍କ ଲୋମ ଝଡିବା ସହ ନାନା ରୋଗର ଶିକାର ହେଉଛନ୍ତି। ପୂର୍ବଭଳି ପକ୍ଷୀଙ୍କ କଳରବ ଶୁଣିବାକୁ ମିଳୁନି। ଘରଚଟିଆ, କୋଇଲି, କାଉ ଭଳି ପକ୍ଷୀ ଲୋପ ପାଇବାକୁ ବସିଲେଣି। କୀଟପତଙ୍ଗ ଓ ଅନ୍ୟ ପ୍ରାଣୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ଅଧିକ। ପୂର୍ବରୁ ଘରେ ଘରେ ପ୍ରାୟ ବିରୁଡି ବସା କରୁଥିଲେ। କିନ୍ତୁ ଏବେ ବିରୁଡିଙ୍କୁ ଦେଖିବାକୁ ମିଳୁନି। ମହୁମାଛି ଖୋଜିଲେ ବି ମିଳୁ ନାହାନ୍ତି। ତୁରନ୍ତ ପ୍ରଦୂଷଣ ରୋକିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ଏ ସମ୍ପର୍କରେ ସମ୍ବଲପୁର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ସତ୍ୟନାରାୟଣ ନନ୍ଦ କହିଛନ୍ତି, ଅଭିଯୋଗ କ୍ରମେ ତଦନ୍ତ କରି ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ରିପୋର୍ଟ ଦିଆଯାଇଛି। ନିର୍ଦ୍ଦେଶ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri