ମୋବାଇଲ ନେଟୱାର୍କ ପାଇଁ ତେଜିଲା ଆନ୍ଦୋଳନ: ବିଏସଏନଏଲର ଟାଳଟୁଳ ନୀତିକୁ ବିରୋଧ

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା):ଏବେ ରାଜ୍ୟ ହେଉ କି କେନ୍ଦ୍ର ସରକାର ସେ ସରକାରୀ ହେଉ କି ବେସରକାରୀ, ଆବେଦନଠାରୁ ପ୍ରାପ୍ୟ ପର୍ଯ୍ୟନ୍ତ ବିନା ଅନଲାଇନ କାର୍ଯ୍ୟରେ କିଛିବି ହେଉନି। ଏଭଳି ପରିସ୍ଥିତିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ୨୫ଟି ପଞ୍ଚାୟତ ପାଇଁ ସରକାର ଘୋଷଣା କରିଥିବା ମୋବାଇଲ ଟାୱାର ଗୁଡିକର ୧୦ ପ୍ରତିଶତ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନି। ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଏହାକୁ ନେଇ ଏକାଧିକ ପଞ୍ଚାୟତର ଲୋକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମରେ ଏକାଠି ହୋଇ ଦାରିଙ୍ଗବାଡି ମୋହନାକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାକୁ ଅବରୋଧ କରି ଅଞ୍ଚଳବାସୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଫଳରେ ଦାରିଙ୍ଗବାଡି ଠାରୁ ମୋହନା, ରାୟଗଡା, ବ୍ରହ୍ମପୁର, ପାରଳାଖେମୁଣ୍ଡି ଆଦି ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ପ୍ରକାଶ ଯେ, ଦୀର୍ଘ ବର୍ଷ ହେବ ସିକରମାହାଠାରେ ଏକ ସ୍ୟାଟଳାଇଟ୍‌ ମୋବାଇଲ ଟାୱାର ସ୍ଥାପନ କରାଯାଇଥିଲା, ଯାହାକି ପ୍ରତିଦିନ ସମସ୍ୟା ଦେଖା ଦେଉଛି। ଏହା ସହ ଉକ୍ତ ମୋବାଇଲ ଟାୱାରରେ ଇଣ୍ଟରନେଟ ବ୍ୟବସ୍ଥା ନାହିଁ। ଫଳରେ ସ୍ଥାନୀୟ ଲୋକ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରମାଣପତ୍ର ଆବେଦନ କରିବା ସମ୍ଭବ ହେଉ ନ ଥିବା ବେଳେ କିଓସ୍କୋରେ କୌଣସି କାରବାର ହୋଇପାରୁନି। ସେହିପରି ସରକାରଙ୍କ ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି ପିଏମ କିଷାନ ଯୋଜନା, ଆୟୁଷ୍ମାନ ଯୋଜନା ସମେତ ସାଧାରଣ ବଣ୍ଟନ ସାମଗ୍ରୀ ପାଇବା ପାଇଁଇ କେୱାଇସି ଆଦି କରିବା ସମ୍ଭବ ହେଉନି। ସେହିପରି ଅଧିକାଂଶ ସମୟ ମୋବାଇଲ ନେଟୱାର୍ଜ ମଧ୍ୟ ଅଚଳ ଯୋଗୁ ଯୋଗାଯୋଗ ହୋଇପାରୁନାହିଁ। ଫଳରେ ଆମ୍ବୁଲାନ୍ସ ଡକାଇବା ମୁସ୍କିଲ ହୋଇପଡୁଛି। ଏହାସହ ସିକରମାହା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିୟମିତ ରହୁ ନାହାନ୍ତି ଓ ପିଇବା ପାଣିର ସମସ୍ୟା ଦେଖାଦେଇଛି।

ଏନେଇ ହାତୀମୁଣ୍ଡା ପଞ୍ଚାୟତ ସମେତ ତାଜୁଙ୍ଗିଆ ପଞ୍ଚାୟତର ଏକାଧିକ ଗ୍ରାମବାସୀ ବିଏସଏନଏଲର ଏସଡ଼ିଓଙ୍କ ସମେତ ସ୍ଥାନୀୟ ଓ ଉପଖଣ୍ଡ ସହ ଜିଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଲିଖିତ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବରୁ ରାସ୍ତାରୋକ କରିବାକୁ ଚେତାବନୀ ଦେଇ ପୋଲିସର ଅନୁମତି ମାଗିଥିଲେ ପରେ ପୋଲିସ ଲୋକଙ୍କୁ ରାସ୍ତାରୋକୋ କରିବାକୁ ମନା କରିବା ସହ ବୁଝାସୁଝା କରିଥିଲେ ସୁଦ୍ଧା ଅଞ୍ଚଳବାସୀ ଜିଲାପ୍ରଶାସନକୁ ଅବଗତ କରାଇ ବୁଧବାର ରାସ୍ତାରୋକୋ କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଆନ୍ଦୋଳନ ତୀବ୍ର ହେବା ସହ କେହି ଅଧିକାରୀ ପହଞ୍ଚିନାହାନ୍ତି। ରାସ୍ତାରୋକୋ ଯୋଗୁ ଛାତ୍ରୀଛାତ୍ରଙ୍କ ବୃତ୍ତି ପରୀକ୍ଷା ସହ ବିଦ୍ୟାଳୟ ଯାତାୟାତରେ ସମସ୍ୟା ଦେଖାଯିବା ସହ ୨ ପାଖେ ଏକାଧିକ ଯାତ୍ରୀବାହୀ ବସ ସହ ଅନ୍ୟ ଗାଡି ଅଟକି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri