ବାର୍‌ହା ଉପଦ୍ରବ ସୀମାପାର

ରାସୋଳ, ୧୯ ।୧୧(ଡି.ଏନ୍‌.ଏ.) ବିହନ ବୁଣିବା ସମୟରେ ବର୍ଷା ହେଲାନି। ଧାନ ତଳି ଉଠିବାଠାରୁ ରୋଇବା ଯାଏ ପାଣି ପାଇଁ ସଂଘର୍ଷ କଲେ ଚାଷୀ। ବଡ଼ କଷ୍ଟରେ ଫସଲ ବଞ୍ଚାଇ ରଖିଥିବାବେଳେ ଏବେ ପାଚି ଆସିଲାଣି ଧାନ। ହେଲେ ଫସଲ ଅମଳ ବେଳକୁ ହାତୀ, ବାର୍‌ହା, ମାଙ୍କଡ଼, ଷଣ୍ଢ ଉପଦ୍ରବ ଚାଷୀଙ୍କ ନିଦ ହଜାଇ ଦେଇଛି। ସ୍ଥିତି ଏମିତି ହୋଇଛି ଯେ, ବର୍ଷକର ଝାଳବୁହା ପରିଶ୍ରମର ମୂଲ୍ୟ ମିଳିବ କି ନାହିଁ ତାହାକୁ ନେଇ ଆଶଙ୍କା ଦେଖାଦେଲାଣି। ବନ୍ୟଜନ୍ତୁ ଉପଦ୍ରବରୁ ଫସଲକୁ ସୁରକ୍ଷା ଦେବାରେ ବନ ବିଭାଗ, ପ୍ରଶାସନ ବିଫଳ ହୋଇଥିବାବେଳେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର ଚାଷୀ।
ରାସୋଳ ଅଞ୍ଚଳରେ ହାତୀ ଏବଂ ବାର୍‌ହା ଉପଦ୍ରବ ସୀମା ଟପିଛି। ରାତି ଅଧରେ ବାର୍‌ହା ପଲ ଜମିରେ ପଶି ଫସଲ ଉଜାଡ଼ି ଦେଉଛନ୍ତି। ଏଥିରେ କେବଳ ଯେ, ଧାନ ଚାଷ ପ୍ରଭାବିତ ହେଉଛି ତାହା ନୁହେଁ, ଚିନାବାଦାମ, ଓଲୁଅ, ଆଳୁ ଚାଷ କରିଥିବା ଚାଷୀ ମଧ୍ୟ ବ୍ୟାପକ କ୍ଷତି ସହୁଛନ୍ତି। ରାସୋଳ, କୁନୁଆ, ବୁହାଳିପାଳ, ଦଣ୍ଡିରି, ନବକିଶୋରପୁର, ଗଣ୍ଡାନାଳୀ, ଗିରିଧରପ୍ରସାଦ, ବମ୍ପା, ବାବନ୍ଧ ଆଦି ଅଞ୍ଚଳରେ ବାର୍‌ହା ବଂଶ ଅହେତୁକ ଭାବେ ବୃଦ୍ଧି ପାଇଛି। ଗଁା ଉପକଣ୍ଠରେ ଥିବା ବୁଦୁବୁଦିଆ ଜଙ୍ଗଲରେ ରହୁଥିବା ବାର୍‌ହା ପଲ ସଞ୍ଜ ନଇଁଲେ ଜମିମୁହଁା ହେଉଛନ୍ତି। ରାତି ସାରା ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରି ଦେଉଛନ୍ତି। ମାଟି ତଳେ ହେଉଥିବା ଫସଲ ମଧ୍ୟ ସେମାନଙ୍କ ମୁହଁରୁ ବର୍ତ୍ତୁନି। କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହି ବନ ବିଭାଗ ଦାୟିତ୍ୱ ସାରି ଦେଉଥିବାବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି।
ଦୋଳ ସାହୁ, ଲକ୍ଷ୍ମୀଧର ସାହୁ, ରମେଶ ବିଶ୍ୱାଳ, ବିଦ୍ୟାଧର ବେହେରା, ଅନେଇ ସାହୁ, ଗଣି ପଧାନ, ରଘୁନାଥ ପାଳ, ସୁଶୀଳ ପାଳ, ମନୋଜ ମିଶ୍ର, ବିଜୁ ସାମଲ, ତ୍ରିନାଥ ପଟ୍ଟନାୟକ, ସୁବାସ ସାମଲ, ମହରଗା ସାମଲ, କୃଷ୍ଣ ଗଡ଼ନାୟକଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାପକ ଫସଲ ବାର୍‌ହା ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଚାଷୀଙ୍କ କହିବା କଥା, ଫସଲ କ୍ଷତିପୂରଣ ବାବଦରେ ବନ ବିଭାଗ ପକ୍ଷରୁ ଏକର ପିଛା ମାତ୍ର ୧୩୦୦ ଟଙ୍କା ଦିଆଯାଉଛି, ଯାହା ସମୁଦ୍ରକୁ ଶଙ୍ଖେ। ତାହା ବି ୪ରୁ ୬ ମାସ ପରେ ମିଳୁଛି। କରୋନା ମହାମାରୀ ସମୟରେ ଅନେକ ଶିକ୍ଷିତ ଯୁବକ ଚାଷକୁ ବୃତ୍ତିଭାବେ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ଧାରକରଜ, ଋଣ କରି ଫସଲ କରିଛନ୍ତି। ହେଲେ ବନ୍ୟଜନ୍ତୁଙ୍କ ଉପଦ୍ରବ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି। ଏଭଳି ସମସ୍ୟା ପ୍ରତିବର୍ଷ ହେଉଥିବାବେଳେ ବନ ବିଭାଗ ଏହାକୁ ଅତି ହାଲୁକା ଭାବେ ନେଉଛି। ଏହାର ପ୍ରତିକାର ନ ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ରେଞ୍ଜର ଲୋହିତ କୁମାର ରଥ କୁହନ୍ତି, ଅଞ୍ଚଳରେ ବାର୍‌ହା ବଂଶ ବୃଦ୍ଧି ପାଇଛି। ସେମାନଙ୍କ ଉପଦ୍ରବ ମଧ୍ୟ ବଢ଼ିଛି। ସ୍ବଳ୍ପ ସମ୍ବଳରେ ଏହାର ପ୍ରତିକାର କରିବାକୁ ଉଦ୍ୟମ କରାଯାଉଛି। ଆବେଦନ କଲେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରେଞ୍ଜର ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri