ଭୋଟ ଗଣନା ପରେ ଉତ୍ତରପ୍ରଦେଶରେ ହିଂସା ଆଶଙ୍କା, ଆଇବି ପକ୍ଷରୁ ସତର୍କ ସୂଚନା…

ଲକ୍ଷ୍ନୌ,୧୦।୩ : ଆଇବି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ପଠାଯାଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ଉତ୍ତରପ୍ରଦେଶରେ ଭୋଟ ଗଣନା ପରେ ୧୫ ରୁ ୧୭ ଟି ଜିଲାରେ ହିଂସାକାଣ୍ଡ ଘଟିବାର ଆଶଙ୍କା ରହିଛି। ଆଇବି କହିଛି ଯେ ହାରୁଥିବା ପ୍ରାର୍ଥୀଙ୍କ ସମର୍ଥକମାନେ ଗୁଜବ ପ୍ରଚାର କରି ଶ୍ରମିକମାନଙ୍କୁ ମାଡ଼ ମାରିବା, ଭଙ୍ଗାରୁଜା କରିବା ସହିତ ଉସୁକାଇ ହିଂସାକାଣ୍ଡ ଭିଆଇବାର କରିବା ଆଶଙ୍କା ଅଛି।

ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଗଣନା କେନ୍ଦ୍ର ବାହାରେ ଲୋକଙ୍କ ସମାବେଶକୁ ନିର୍ବାଚନ ଆୟୋଗ ଗୁରୁତର ସହ ନେଇଛନ୍ତି। ମୁଖ୍ୟ ଶାସନ ସଚିବ ଡିଜିପି, ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ଙ୍କ ସହ କଥା ହେବା ପରେ ନିର୍ବାଚନ କମିଶନ ଆବଶ୍ୟକ ନିର୍ଦ୍ଦେଶନାମା ଦେଇଛନ୍ତି। ଏହା ସହିତ ସମ୍ବେଦନଶୀଳ ଜିଲାମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ରିପୋର୍ଟରେ ମୋରାଦାବାଦ, ସମ୍ଭଲ, ସାହାରନପୁର, ବିଜନୋର, ମିରଠ, ଲଖିମପୁର-ଖେରୀ, ଅଯୋଧ୍ୟା ଆଜମଗଡ, ଜୈନପୁର, କାନପୁର ଆଦି ଜିଲାରେ ହିଂସାକାଣ୍ଡ ହେବାର ଆଶଙ୍କା ରହିଥିବା ଉଲ୍ଲେଖ କରାଯାଇଛି। ନିର୍ବାଚନ ଆୟୋଗ ଏହି ସବୁ ଜିଲାର ପୋଲିସ ଏବଂ ପ୍ରଶାସନକୁ ପ୍ରସ୍ତୁତ ହେବାକୁ କହିଛନ୍ତି।

ଏଡିଜି ଆଇନ ଏବଂ ନିର୍ଦ୍ଦେଶ ପ୍ରଶାନ୍ତ କୁମାର କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଣନା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୭୦ ହଜାର ସିଭିଲ ପୋଲିସ, ୨୪୫ କମ୍ପାନୀ ପାରାମିଲିଟାରୀ ଫୋର୍ସ, ୬୯ କମ୍ପାନୀ ପିଏସ୍‌ଇଙ୍କୁ ମୁତୟନ କରାଯାଇଛି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି କରାଯିବ। ସମସ୍ତ ଜିଲାରେ ୧୪୪ ଧାରା ଲାଗୁ ହୋଇଥିବା ସେ ସୂଚନା ପ୍ରଦାନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ରାଶନ ଦୋକାନରେ ପୁଣି ମିଳିବ କିରୋସିନ: ଶକ୍ତି ସଙ୍କଟ ମଧ୍ୟରେ କେଉଁ ରାଜ୍ୟକୁ ମିଳିଲା ଅନୁମୋଦନ ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୩: ଆଜି ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୩୨ ତମ ଦିନ। ଏହା ଶକ୍ତି ଯୋଗାଣ ନେଇ ଚିନ୍ତାକୁ ଆହୁରି ଘନୀଭୂତ କରିଛି। ଏହି ଶକ୍ତି ସଙ୍କଟ ମଧ୍ୟରେ,…

ବେଲଗଛରେ ଛୁଲୁଥିଲା ବିଜେଡି ନେତାଙ୍କ ସ୍ତ୍ରୀଙ୍କ ମୃତଦେହ: ପୋଲିସ କଲା ଜବତ

ନୂଆପଡ଼ା,୩୧ା୩ (ମକାରୁ ବେମାଲ):ନୂଆପଡା ସହରର ମାତାଗୁଡି ପଡାସ୍ଥିତ ଏକ ବେଲଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୂର୍ବତନ ଯୁବ ବିଜୁ ଜନତା…

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri