ପୌର ନିର୍ବାଚନରେ ହିଂସା

ଭୁବନେଶ୍ୱର,(ବ୍ୟୁରୋ)/ଧାମନଗର / କଟକ/ ଭଦ୍ରକ/ ପୁରୀ/ ବଲାଙ୍ଗୀର/ ଚିକିଟି ୨୫।୩ (ଡି.ଏନ୍‌.ଏ.): ଗତ କିଛି ବର୍ଷ ହେବ ନିର୍ବାଚନ ସମୟରେ ହିଂସାତ୍ମକ ଆଚରଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ତଥା ଅବାଧ ଓ ନିରପେକ୍ଷ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ସୁଦ୍ଧା ଏହାକୁ ରୋକାଯାଇ ପାରୁନାହିଁ। ଫଳରେ ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ କରି ସାଧାରଣ ନିର୍ବାଚନ ଯାଏ ସବୁଠି ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ପ୍ରସ୍ତୁତି ହୋଇଥିଲା। ହେଲେ ଗୁରୁବାର ଅନୁଷ୍ଠିତ ପୌର ନିର୍ବାଚନରେ ମଧ୍ୟ ବିଭିନ୍ନ ସହରାଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବୁଥ ରିଗିଂ, ଛୁରାମାଡ଼, ମାରପିଟ, ଭୋଟବାକ୍ସ ଅଦଳବଦଳ ଭଳି ଘଟଣା ମଧ୍ୟରେ ପୌର ଭୋଟ ଗ୍ରହଣ ଶେଷ ହୋଇଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ, ଭଦ୍ରକ, ପୁରୀ, ବଲାଙ୍ଗୀର, ଗଞ୍ଜାମ ଆଦି ଜିଲାର ବିଭିନ୍ନ ସ୍ଥାନରେ ହିଂସା ସ୍ଥିତି ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲାର ନବଗଠିତ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ୯ନଂ ଓ୍ବାର୍ଡର ୧୬ ନମ୍ବର ବୁଥ୍‌ରେ ଜଣେ ଯୁବକଙ୍କୁ ପୋଲିସ ଉପସ୍ଥିତିରେ ଛୁରାମାଡ଼ କରାଯାଇଛି। ସେକ୍‌ ଅସ୍ତାକ ନାମକ ଜଣେ ଯୁବକ ବୁଥ୍‌ ମଧ୍ୟରେ ପଶି
ପାଟିତୁଣ୍ଡ କରିଥିଲେ। ଏହାକୁ ସ୍ଥାନୀୟ ମହାନ୍ତି ସାହିର ରମେଶ ଚନ୍ଦ୍ର ଲେଙ୍କା ବିରୋଧ କରିବାକୁ ଅସ୍ତାକ୍‌ ତାଙ୍କୁ ଛୁରା ମାଡ଼ କରିଥିଲେ। ଏଥିରେ ରମେଶ ଗୁରୁତର ହୋଇଥିଲେ। ଏହାକୁ ନେଇ ଉକ୍ତ ବୁଥ୍‌ରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଇଭିଏମ୍‌କୁ ଭଙ୍ଗାରୁଜା କରିଥିଲେ। ପରେ ୧୬, ୧୭ ଓ ୧୮ ନଂ. ବୁଥ୍‌ରେ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏପରିକି ଉତ୍ତ୍ୟକ୍ତ ଲୋକେ ଧାମନଗର ଥାନା ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଜିଲାପାଳ ତ୍ରିଲୋଚନ ମାଝି ଓ ଏସ୍‌ପି ଚରଣ ସିଂ ମୀନା ଆହତ ରମେଶଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ବ୍ୟବସ୍ଥା କରିଥିଲେ। ଅନ୍ୟପକ୍ଷେ ଏସ୍‌ପି ପୋଲିସ ଫୋର୍ସ ନେଇ ଧାମନଗରରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ଘଟଣାରେ ଆକ୍ରମଣକାରୀ ସେକ୍‌ ଅସ୍ତାକ୍‌ଙ୍କୁ ସ୍ପେଶାଲ ବ୍ରାଞ୍ଚ ଟିମ୍‌ ଗିରଫ କରିଛି। ଗିରଫ ପରେ ତାଙ୍କୁ ଭଦ୍ରକ ଟାଉନ ଥାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ୧୪୪ଧାରା ଲାଗୁ କରାଯିବା ସହ ମୋଟ ୬ଟି ବୁଥ୍‌ରେ ମତଦାନ ବନ୍ଦ ରହିଛି।
ଭୁବନେଶ୍ୱର ମହାନଗର ନିଗମ ଅଧୀନ ନୟାପଲ୍ଲୀ ଓ ଝାରପଡ଼ା ଅଞ୍ଚଳରେ ଥିବା କେତେକ ବୁଥ୍‌ରେ ବିଭିନ୍ନ କାରଣରୁ ମତଦାନ ସମୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ରଙ୍ଗମାଟିଆରେ ମୃତଲୋକଙ୍କ ଭୋଟ ଦିଆଯାଉଥିବା ଖବର ପ୍ରଚାର ହେବା ପରେ କିଛି ସମୟ ସ୍ବାଧୀନ ପ୍ରାର୍ଥୀ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ସେହିପରି କଟକ ମହାନଗର ନିଗମ ଅନ୍ତର୍ଗତ ୫୩ ନମ୍ବର ୱାର୍ଡର କଲ୍ୟାଣ ନଗର ସତ୍‌ସଙ୍ଗ ହାଇସ୍କୁଲରେ ମତଦାନ ସମୟରେ ହୋଇଥିବା ୩୯୭ ରୁ ୪୦୧ ବୁଥ୍‌ ସମ୍ମୁଖରେ ଟଙ୍କା ବଣ୍ଟା ଯିବାର ଏକ ଭିଡିଓ ଭାଇରାଲ ହୋଇଛି। ର୍ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସପକ୍ଷରେ ଭୋଟ ଦେବା ପାଇଁ ଜଣେ ବ୍ୟକ୍ତି ଟଙ୍କା ବାଣ୍ଟୁଥିବାର ଦେଖି ଅନ୍ୟ ଏକ ରାଜନୈତିକ ଦଳର ଲୋକମାନେ ତାଙ୍କୁ କାବୁ କରି ମାଡ଼ ମାରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଉପରେ ନିୟନ୍ତ୍ରଣ କରିବା ସହ ଭୋଟ ପ୍ରକ୍ରିୟାକୁ ସ୍ବାଭାବିକ କରିଥିଲା। ସେହିପରି ପୁରୀ ଜିଲା ପିପିଲି ଏନ୍‌ଏସିରେ ମତଦାନ ଆରମ୍ଭ ସମୟରେ କେତେକ ବୁଥ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତଦାନ ପ୍ରକ୍ରିୟା ବିଳମ୍ବ ହୋଇଥିଲା। ଅନ୍ୟପଟେ ୭ନଂ. ଓ ୮ ନଂ. ଓ୍ବାର୍ଡରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା। ୭ନଂ. ଓ୍ବାର୍ଡର ୯ନଂ. ବୁଥ୍‌ରେ ଭାଜପା ଏଜେଣ୍ଟ ଅନିଲ କୁମାର ସିଂ କାର୍ଯ୍ୟ କରୁଥିବା ବେଳେ ବିରୋଧୀ ଦଳର କେତେକ ସମର୍ଥକ ଆସି କୌଣସି କଥାକୁ ନେଇ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଅନିଲ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ବଲାଙ୍ଗୀର ପୌରପାଳିକା, ପାଟଣାଗଡ ଓ କଣ୍ଟାବାଞ୍ଜି ଏନ୍‌ଏସିରେ ଟଙ୍କା ବଣ୍ଟନକୁ କେନ୍ଦ୍ର କରି ମାରପିଟ, ମହିଳା କାଉନସିଲର ପ୍ରାର୍ଥୀ ଓ ଭୋଟରଙ୍କୁ ମାଡ, ବିଧାୟକଙ୍କ ସମ୍ପର୍କୀୟ ଭାଇ ଏବଂ ପୂର୍ବତନ ବିଧାୟକଙ୍କ ପୁଅକୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ବୁଧବାର ରାତିରେ ଭୋଟରଙ୍କୁ ଟଙ୍କା ବଣ୍ଟନ ଘଟଣାକୁ ନେଇ ବଲାଙ୍ଗୀର ପୌରପାଳିକାର ୧୩ନମ୍ବର ୱାର୍ଡରେ ମାରପିଟ ହୋଇଥିଲା। ଟଙ୍କା ବାଣ୍ଟୁଥିବା ଦଳର ସମର୍ଥକମାନେ ପ୍ରତିପକ୍ଷ ଗୋଷ୍ଠୀର ଲୋକଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନମ୍ବର ୧୫ର ପିଙ୍କ ବୁଥ୍‌ରେ ଭୋଟ ପ୍ରଚାର ଏବଂ ଭୋଟରଙ୍କୁ ନେଇ ମତଦାନ କରାଇବା ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ, ଠେଲାପେଲା ଏବଂ ମାରପିଟ୍‌ ହୋଇଛି। ୱାର୍ଡ ନମ୍ବର ୧୫ର ବିଜେଡି କାଉନସିଲର ପ୍ରାର୍ଥିନୀ ପିଙ୍କି ଖର୍ସେଲଙ୍କୁ କେତେକ କଂଗ୍ରେସ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ପୂର୍ବତନ ବିଧାୟକ ଆୟୁବ ଖାନ୍‌ଙ୍କ ପୁଅ ଫିରୋଜ ଖାନ୍‌ଙ୍କୁ ମଧ୍ୟ ଠେଲାପେଲା କରାଯାଇଛି। ପାଟଣାଗଡ ଏନ୍‌ଏସି ୱାର୍ଡ ନମ୍ବର ୧ରେ ଟଙ୍କା ବଣ୍ଟନ କରୁଥିବା ଅଭିଯୋଗ ଆଣି ବିଧାୟକ ସରୋଜ କୁମାର ମେହେରଙ୍କ ସମ୍ପର୍କୀୟ ଭାଇ ତଥା ବିଜେଡି ମିଡିଆ ପ୍ରଭାରୀ ପ୍ରଦୀପ ମେହେରଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଚିକିଟି ଏନ୍‌ଏସିର ୧୨ ନଂ ଓ୍ବାର୍ଡରେ ମତଦାନ ସମୟରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀମାନେ ରିଗିଂ କରୁଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଥିଲା। ଏପରି କି ଅଭିଯୋଗର ୨ଘଣ୍ଟା ପର୍ଯ୍ୟନ୍ତ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଏହାକୁ ରୋକା ନ ଯିବାରୁ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଠେଙ୍ଗା, ଟେକା ପଥର ଫୋପଡ଼ାଯାଇଥିଲା। କେନ୍ଦୁଝରରେ ମଧ୍ୟ ଭୋଟବାକ୍ସ ଅଦଳବଦଳକୁ ନେଇ ମଧ୍ୟ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri