Posted inଜାତୀୟ

ଭୋଟ ବେଳେ ହିଂସା:୧୮ ମୃତ

କୋଲକାତା,୯ା୭ (ପି.ଟି.): ପଶ୍ଚିମବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶନିବାର ମତଦାନ ବେଳେ ବୋମା ଫୁଟିବା ସହ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୧୦ ଜଣ ଶାସକ ଟିଏମ୍‌ସିର ହୋଇଥିବାବେଳେ ଭାଜପାରୁ ୩, ସିପିଆଇ(ଏମ୍‌)ରୁ ୨, କଂଗ୍ରେସରୁ ୩ କର୍ମୀ ରହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ରାଜନୈତିକ ଦଳଗୁଡ଼ିକ ପାଇଁ ଅଗ୍ନିପରୀକ୍ଷା ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ଅଧ୍ୟକ୍ଷା ମମତା ବାନାର୍ଜୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଯେକୌଣସି ପ୍ରକାରେ ପଞ୍ଚାୟତ, ବ୍ଲକ୍‌ ଓ ଜିଲା ପରିଷଦଗୁଡ଼ିକୁ ହାତେଇବା ପାଇଁ ଦଳ ପକ୍ଷରୁ ଜୋର୍‌ଦାର ଉଦ୍ୟମ ହେଉଥିବା କୁହାଯାଇଛି। ବିଭିନ୍ନ ଦଳ ସେମାନଙ୍କ ପ୍ରତିପକ୍ଷ ବିରୋଧରେ ସଶସ୍ତ୍ର କୌଶଳ ଅବଲମ୍ବନ କରିଥିବା ଅଭିଯୋଗ ହୋଇଛି। ମହିଳାମାନେ କେତେକ ବୁଥ୍‌ରୁ ବାଲଟ ବାକ୍ସ ଚୋରାଇ ନେବା ସହ ପୋଡ଼ିଦେଇଛନ୍ତି। ମୁଖ୍ୟତଃ ମୁର୍ଶିଦାବାଦ, ନଦିଆ, କୁଚ୍‌ବିହାର ଜିଲା ସମେତ ଦକ୍ଷିଣ ୨୪ ପ୍ରଗଣାର କେତେକ ଅଞ୍ଚଳ ଏବଂ ପୂର୍ବ ମେଦିନିପୁରର ନନ୍ଦିଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରୁ ହିଂସାକାଣ୍ଡ ଲାଗିରହିଥିଲା।
ଦଳମତ ନିର୍ବିଶେଷରେ ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାକୁ ସବୁ ଦଳ ନିନ୍ଦା କରିଛନ୍ତି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଲାଗି ଭାଜପା ଦାବି କରିଛି। ପଞ୍ଚାୟତ ନିର୍ବାଚନ ହିଂସା ବିରୋଧରେ ବିରୋଧୀ ଦଳ ନେତା

ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ରାଷ୍ଟ୍ରପତି ଶାସନ ଦାବି କରିବା ସହ କାଳୀଘାଟରୁ ଶୋଭାଯାତ୍ରା ବାହାର କରିବାକୁ ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ମୁକ୍ତ ଓ ଅବାଧ ନିର୍ବାଚନ ପ୍ରହେଳିକା। ଅନୁଚ୍ଛେଦ ୩୫୫ ଅନୁଯାୟୀ କେବଳ ରାଷ୍ଟ୍ରପତି ଶାସନ ଅଧୀନରେ ମୁକ୍ତ ଓ ଅବାଧ ନିର୍ବାଚନ ହୋଇପାରିବ ବୋଲି ସେ କହିଛନ୍ତି। ଟିଏମ୍‌ସି ଗୁଣ୍ଡାମାନେ ଲୋକଙ୍କ ମତଦାନ ଅଧିକାରକୁ ଲୁଟିଥିବା କଂଗ୍ରେସ ରାଜ୍ୟ ସଭାପତି ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି। ନିର୍ବାଚନୀ ହିଂସାକୁ ନେଇ କଂଗ୍ରେସ ନେତା କୌସ୍ତବ ବାଗ୍‌ଚୀ କାଲ୍‌କାଟା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟରେ ଆବେଦନ କରିଛନ୍ତି। ପିଟିଶନର ଜରୁରୀ ଶୁଣାଣି କରାଯାଇ ହିଂସାକାଣ୍ଡ ମଧ୍ୟରେ ଅନୁଷ୍ଠିତ ନିର୍ବାଚନକୁ ଅବୈଧ ଘୋଷଣା କରିବା ପାଇଁ ବାଗ୍‌ଚୀ ନିବେଦନ କରିଛନ୍ତି। କେନ୍ଦ୍ରୀୟ ବଳକୁ ଉପଯୁକ୍ତ ଭାବେ ନିୟୋଜିତ କରାଯାଇ ନ ଥିବା ସିପିଆଇଏମ୍‌ ସମ୍ପାଦକ ମହମ୍ମଦ ସଲିମ କହିଛନ୍ତି।
ଅନ୍ୟପକ୍ଷରେ ହିଂସାରେ ୧୦ ଜଣ କର୍ମୀଙ୍କୁ ହରାଇଥିବା ଟିଏମ୍‌ସି ଭୋଟରଙ୍କୁ ସୁରକ୍ଷା ଦେବାରେ କେନ୍ଦ୍ରୀୟ ବଳ ବିଫଳ ହୋଇଥିବା ଅଭିଯୋଗ କରିଛି। କେନ୍ଦ୍ରୀୟ ବଳ ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରିଆସୁଥିଲେ। ଟିଏମ୍‌ସି କର୍ମୀମାନଙ୍କୁ ହତ୍ୟା କରାଯାଉଥିବାବେଳେ କେନ୍ଦ୍ରୀୟ ବଳ କୁଆଡ଼େ ଗଲା ବୋଲି ରାଜ୍ୟ ମନ୍ତ୍ରୀ ଶଶୀ ପାଞ୍ଜା କହିଛନ୍ତି। ଜୁନ୍‌ ୮ରେ ପଞ୍ଚାୟତ ନିର୍ବାଚନ ଘୋଷଣା ହେବାଠାରୁ ଏପର୍ଯ୍ୟନ୍ତ ୩୬ ଜଣଙ୍କ ମୃତ୍ୟୁ ଘଟିଲାଣି। ରାଜ୍ୟପାଳ ଡ. ସି.ଭି. ଆନନ୍ଦ ବୋଷ ନିର୍ବାଚନ ସ୍ଥିତିର ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ତର ୨୪ ପ୍ରଗଣାର ବାରସାତ୍‌-୧ ସବ୍‌ଡିଭିଜନରେ ବୋମା ଆକ୍ରମଣରେ ଆହତ ବ୍ୟକ୍ତିଙ୍କ ଘରକୁ ରାଜ୍ୟପାଳ ଯାଇଥିଲେ। ଏଥିସହିତ ହସ୍ପିଟାଲ ଯାଇ ସେ ଆହତ ବ୍ୟକ୍ତିଙ୍କୁ ଭେଟିବା ସହିତ ଡାକ୍ତରଙ୍କ ସହ କଥା ହୋଇ ତାଙ୍କୁ ଆର୍‌ଜି କର ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର ବ୍ୟବସ୍ଥା କରିଛନ୍ତି। ୨୨ ଜିଲା ପରିଷଦର ୯୨୮ ଆସନ, ୯,୭୩୦ ପଞ୍ଚାୟତ ସମିତି ଏବଂ ୬୩,୨୨୯ ଗ୍ରାମ ପଞ୍ଚାୟତ ନିର୍ବାଚନ ପାଇଁ ଶନିବାର ସକାଳ ୭ଟାରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ରାଜ୍ୟର ମୋଟ ୫.୬୭ କୋଟି ଭୋଟର ୨.୦୬ ଲକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି।
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ହିଂସାକାଣ୍ଡ ଘଟି ଲୋକଙ୍କ ଜୀବନ ଯିବା ନୂଆ ଘଟଣା ନୁହେଁ। ଶନିବାର ୧୮ ଜଣଙ୍କ ମୃତ୍ୟୁ ସହ ମାସକ ମଧ୍ୟରେ ନିର୍ବାଚନଜନିତ ହିଂସାରେ ୩୬ ଜଣଙ୍କ ଜୀବନ ଯାଇଛି। ୨୦୦୩ ପଞ୍ଚାୟତ ନିର୍ବାଚନ ବେଳେ ଭୋଟ ଦିନ ୪୦ ଜଣଙ୍କ ମୃତ୍ୟୁ ଘଟିବା ସହ ମୋଟ ୭୬ ଜଣଙ୍କ ଜୀବନ ଯାଇଥିଲା। ୨୦୧୩ ନିର୍ବାଚନ ବେଳେ ୩୯ ଜଣ ଏବଂ ୨୦୧୮ ନିର୍ବାଚନ ବେଳେ ୩୦ ଜଣ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri