ରାଜ୍ୟରେ ବଢୁଛି ନାରୀ ନିର୍ଯାତନା, ସରକାରଙ୍କ ଅପାରଗତା ନେଇ ଗର୍ଜିଲା ମହିଳା ବିଜେଡି

ବରଗଡ଼,୧୮ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ନାରୀ ନିର୍ଯାତନା ବଢ଼ିଚାଲିଛି। ବଳାତ୍କାର, ମହିଳାଙ୍କ ନିଖୋଜ, ଅପହରଣ, ହତ୍ୟା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଏଭଳି ଘଟଣା ବୃଦ୍ଧି ପାଉଛି ଏବଂ ରାଜ୍ୟର ନାରୀମାନେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ଏଭଳି ଅଭିଯୋଗ କରି ବୁଧବାର ବିଜୁ ମହିଳା ଜନତା ପକ୍ଷରୁ ବରଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ବରଗଡ଼ ଏସ୍‌ପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଅତିରିକ୍ତ ଏସ୍‌ପି ସ୍ମାରକପତ୍ର ଗ୍ରହଣ କରିଥିଲେ। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ସରକାର ପରିବର୍ତ୍ତନ ପରେ ପରେ ଦିନକୁ ଦିନ ମହିଳାମାନେ ବଳାତ୍କାରର ଶିକାର ଓ ନିର୍ଯାତିତ ହେବାରେ ଲାଗିଛନ୍ତି। ଚିନ୍ତାଜନକ ଭାବେ ବିଗତ ୯ ମାସ ମଧ୍ୟରେ ୨୦ ହଜାରରୁ ଊର୍ଦ୍ଧ୍ୱ ମହିଳା ନିଖୋଜ ହେବା ମାମଲା ପଞ୍ଜୀକୃତ ହୋଇଛି। ସେମାନଙ୍କ ମଧ୍ୟରୁ ମାତ୍ର ୭ ହଜାର ୪୮ ଜଣଙ୍କୁ ଠାବ କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନ ସଭାରେ ସୂଚନା ଦେଇଛନ୍ତି। ଏଥିରୁ ମହିଳାଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାର କେତେ ସମ୍ବେଦନଶୀଳ, ତାହା ତାଙ୍କ ପ୍ରଦତ୍ତ ତଥ୍ୟରୁ ପ୍ରମାଣିତ ହୋଇଛି। ଏଭଳି ଅଭିଯୋଗ ନେଇ ବିଜୁ ମହିଳା ଜନତାର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଶକୁନ୍ତଳା ମହାପାତ୍ର, ଅତାବିରା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହଲିଙ୍ଗ, ଜିଲା ପରିଷଦ ସଭ୍ୟ ପଦ୍ମିନୀ ଗଡ଼ତିଆ, ପିଙ୍କି ବଢେଇ ରାଗିଣୀ ମହାନା, ବବିତା ମହାନନ୍ଦ ସସ୍ମିତା ବାରିକ, ମମତା ସାହୁ, ନୀତୁ ମହାନା, ଜ୍ୟୋତ୍ସ୍ନା ପାଇକ, ପ୍ରିୟା ତାଣ୍ଡି, ସୁନନ୍ଦା ପଣ୍ଡା, ବେଦମତି ସେଟ, ରେବତୀ ବେହେରା, ସାରଳା ବଗର୍ତ୍ତି ପ୍ରମୁଖଙ୍କ ସମେତ ଶତାଧିକ ମହିଳା ଏସ୍‌ପି ଅଫିସ ଘେରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଉଦ୍‌ବେଗଜନକ ରହିଥିବା ବେଳେ ମହିଳାଙ୍କ ପ୍ରତି ହେଉଥିବା ନିର୍ମମ ଆକ୍ରମଣ, ଅତ୍ୟାଚାର, ଗଣବଳାତ୍କାର, ଯୌନ ଉତ୍ପୀଡନ ଓ ବିଭିନ୍ନ ପ୍ରକାର ହିଂସା ଆଚରଣକୁ ନେଇ ସେମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ରାଜ୍ୟରେ ପ୍ରତିଦିନ ୧୫ରୁ ଊଦ୍ଧର୍‌ବ ବଳାତ୍କାର ଭଳି ସମ୍ବେଦନସୀଳ ଘଟଣା ଘଟି ଚାଲିଛି ଏବଂ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଥିବା ବେଳେ ଶାସକ ଦଳର ବିଧାୟକ ମାନଙ୍କ ମହିଳା ବିରୋଧୀ ଓ ଅପମାନ ସୂଚକ ମନ୍ତବ୍ୟ ଅତ୍ୟନ୍ତ ଦୁଃଖ ଦାୟକ ଓ ନିନ୍ଦନୀୟ ବୋଲି ସେମାନେ କହିଥିଲେ। ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ନିଜର ସୁରକ୍ଷା ପାଇଁ ସାମାଜିକ ଗଣମାଧ୍ୟମ ଜରିଆରେ ଶାସକ ଦଳର ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ, ମାତ୍ର ରାଜ୍ୟ ସରକାର ତାଙ୍କୁ ନ୍ୟାୟ ଦେଇ ନ ପାରିବାରୁ ଅକାଳରେ ତାଙ୍କ ଜୀବନ ଚାଲିଗଲା ବୋଲି ବିଜେଡି ନେତ୍ରୀମାନେ କହିଥିଲେ।

ସେହିପରି ବିଗତ ୧୫ ମାସ ମଧ୍ୟରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରାବାସରେ ମଧ୍ୟ ବାଳିକା ଓ ଛାତ୍ରୀ ନିର୍ଯାତିତ ହେଉଛନ୍ତି। ସୁନ୍ଦରଗଡ଼, କୋରାପୁଟ ସମ୍ବଲପୁର ଇତ୍ୟାଦି ଜିଲାରେ ଆଦିବାସୀ ଓ ଦଳିତ ଝିଅମାନଙ୍କ ପ୍ରତି ସମାନ ଘଟଣାମାନ ଘଟି ଆସୁଛି। ମହିଳାମାନଙ୍କୁ ସୁରକ୍ଷିତ ରଖିବା ଓ ନ୍ୟାୟ ଦେବାରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ବିଜୁ ମହିଳା ଜନତା ଦଳ ଅଭିଯୋଗ କରିଛି। ରାଜ୍ୟ ସରକାର ତୁରନ୍ତ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ ଏବଂ ମହିଳା ସୁରକ୍ଷା ଓ ନ୍ୟାୟ ବ୍ୟବସ୍ଥାକୁ ପୁନରୁଦ୍ଧାର କରନ୍ତୁ, ନଚେତ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ବିଜୁ ମହିଳା ଜନତା ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri