ଯୁକ୍ତ୨ ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟରେ ନିୟମ ଉଲ୍ଲଂଘନ

ବାରିପଦା ଅଫିସ,୨୪।୫ ମୟୂରଭଞ୍ଜ ଜିଲା ବାରିପଦା ସହରରେ ଥିବା ଏକ ଘରୋଇ କଲେଜର ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସରକାରୀ ନିୟମକୁ ଉଲ୍ଲଂଘନ କରାଯାଇ ଏହି କଲେଜର ପରୀକ୍ଷା କେନ୍ଦ୍ର ସ୍ଥିର କରାଯାଇଛି। ଅସାଧୁ ଉପାୟରେ ପ୍ରୋତ୍ସାହନ ଯୋଗାଇ କଲେଜର ଶତପ୍ରତିଶତ ସଫଳତା ଲକ୍ଷ୍ୟରେ ଏଭଳି ପ୍ରୟାସ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଶତାଧିକ ଅଭିଭାବକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସଚିବ, ଉପସଚିବ, ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଆଗାମୀ ପରୀକ୍ଷାରେ କେନ୍ଦ୍ରୀୟ ସ୍କ୍ବାଡ୍‌ ମୁତୟନ ପାଇଁ ଅଭିଭାବକମାନେ ଦାବି କରିଛନ୍ତି। ଉକ୍ତ ଘରୋଇ କଲେଜ ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯାଇ ନିକଟସ୍ଥ ସରକାରୀ କଲେଜ ପରିବର୍ତ୍ତେ ୧୮ କି.ମି. ଦୂର ଏକ ଅଧିକୃତ ସରକାରୀ କଲେଜରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି।
ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ଯୁକ୍ତ୨ ଦ୍ୱିତୀୟ ବର୍ଷ ବାର୍ଷିକ ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହୋଇ ଜୁନ ୪ତାରିଖରେ ଶେଷ ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ବିଜ୍ଞାନ, କଳା, ବାଣିଜ୍ୟ,ଓ ଧନ୍ଦାମୂଳକ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଉଛନ୍ତି। ଘରୋଇ, ଆବାସିକ ତଥା ସେଲଫ୍‌ ଫାଇନାନ୍ସିଂ କଲେଜ ଛାତ୍ରୀଛାତ୍ରମାନେ ନିକଟସ୍ଥ ସରକାରୀ କଲେଜ କିମ୍ବା ୪୮୮ବର୍ଗର ଅଧିଗୃହୀତ ତଥା ତଦୁର୍ଦ୍ଧ ବର୍ଗର କଲେଜରେ ପରୀକ୍ଷା ଦେବାର ନିୟମ ରହିଛି। ଏହି କ୍ରମରେ ମୟୂରଭଞ୍ଜ ଜିଲାର ୧୧ଟି କଲେଜ ମଧ୍ୟରୁ ୧୦ଟି କଲେଜର ଛାତ୍ରୀଛାତ୍ରମାନେ ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ମାତ୍ର ବାରିପଦା ସ୍ଥିତ ଉକ୍ତ ଘରୋଇ କଲେଜର ୧୨୮ଜଣ ବିଜ୍ଞାନ ଓ କଳାର ୨୧ଜଣ ଛାତ୍ରୀଛାତ୍ର ଚଳିତ ବର୍ଷ ବାରିପଦା ପରିବର୍ତ୍ତେ ୧୮କି.ମି. ଦୂର ମୋରଡ଼ା ବ୍ଲକର ଏକ କଲେଜରେ ପରୀକ୍ଷା ଦେଉଛନ୍ତି। ପୂର୍ବ ବର୍ଷମାନଙ୍କରେ ସେହି କଲେଜର ଛାତ୍ରୀଛାତ୍ରମାନେ ୮କି.ମି. ଦୂର ବାରିପଦା ଏମ୍‌ପିସି ଜୁନିୟର କଲେଜ ବା ବାରିପଦା କଲେଜ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇ ଆଶାନୁରୂପ ସଫଳତା ପାଇ ନ ଥିଲେ। ତେବେ ବ୍ୟବସାୟିକ ପ୍ରତିଦ୍ୱନ୍ଦିତା ଦୃଷ୍ଟିରୁ ସର୍ବାଗ୍ରେ ରହିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ଘରୋଇ କଲେଜ ପକ୍ଷରୁ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ପାଇଁ ବ୍ୟବସ୍ଥା କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହାଦ୍ୱାରା ମେଧାବୀ ଛାତ୍ରୀଛାତ୍ର ପ୍ରଭାବିତ ହେବେ ବୋଲି ଅଭିଭାବକ ତପନ କୁମାର ମହାପାତ୍ର, ରାଜୀବ କୁମାର ନାଏକ, ଅଭିଳାଷ ପାତ୍ର ପ୍ରକାଶ କରିଛନ୍ତି।
ସହରରେ ଥିବା ଦୁଇଟି ପରୀକ୍ଷା କେନ୍ଦ୍ରରେ ୭୦୦ରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ସୁଯୋଗ ଥିବା ବେଳେ ଏହି ଘରୋଇ କଲେଜର ଛାତ୍ରୀଛାତ୍ରଙ୍କୁ ଦୂରବର୍ତ୍ତୀ କଲେଜରେ ପରୀକ୍ଷା ଦେବା ବ୍ୟବସ୍ଥା କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଥିବା କୁହାଯାଉଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବାରିପଦା ଶାଖାର ଉପ ସଚିବ ଜୟଦେବ ପରମାଣିକ କୁହନ୍ତି, ସମ୍ପୃକ୍ତ କଲେଜଟି ମୋରଡ଼ା ବ୍ଳକରେ ଥିବାରୁ ପରୀକ୍ଷା କେନ୍ଦ୍ର ବ୍ଲକ ମଧ୍ୟରେ ହିଁ କରାଯାଇଛି। ପରୀକ୍ଷା କେନ୍ଦ୍ର ନିଷ୍ପତ୍ତି ଶିକ୍ଷା ପରିଷଦ ଉପନିର୍ଦ୍ଦେଶକ ନିର୍ଣ୍ଣୟ କରିଥାନ୍ତି। ପରୀକ୍ଷାରେ କୌଣସି ଅସାଧୁ ଉପାୟକୁ ସୁଯୋଗ ଦିଆଯାଉନାହିଁ। ତେବେ ଫର୍ମ ପୂରଣ ସମୟରେ ଉକ୍ତ କଲେଜ ବାରିପଦାରେ ଅବସ୍ଥାପିତ ହେବାର ସୂଚନା ରହିଥିବା ବେଳେ ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ଅଭିଭାବକ ମହଲରେ ସନ୍ଦେହ ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri