Posted inଖେଳ

ଭାରତୀୟ କୁସ୍ତି ମହାସଂଘର ସଭାପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଭିନେଶ

ନୂଆଦିଲ୍ଲୀ,୧୮।୧: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ଭାରତୀୟ କୁସ୍ତି ମହାସଂଘ) ଏବଂ ଏହାର ସଭାପତି ବ୍ରିଜ ଭୂଷଣ ଶାରନ ସିଂହଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି ଭାରତୀୟ ରେସଲର। ଟୋକିଓ ଅଲିମ୍ପିକ ୨୦୨୨ ପଦକ ବିଜେତା ବଜରଙ୍ଗ ପୁନିଆ, ରିଓ ଅଲିମ୍ପିକ ୨୦୧୬ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ, କମନଓ୍ବେଲ୍ଥ ଗେମ୍ସ ୨୦୨୨ର ସ୍ବର୍ଣ୍ଣ ପଦକ ବିଜେତା ଭିନେଶ ଫୋଗଟ ଏବଂ ଜିତେନ୍ଦ୍ର କୁମାର ଦିଲ୍ଲୀର ଜନ୍ତରମନ୍ତରରେ ରେସଲିଂ ଫେଡେରେଶନ ବିରୋଧରେ ବୁଧବାର ବିକ୍ଷୋଭରେ ବସିଛନ୍ତି। ମହିଳା କୁସ୍ତି ଯୋଦ୍ଧାମାନଙ୍କୁ ଯୌନ ଶୋଷଣ ଅଭିଯୋଗ ଲଗାଇ ସଭାପତି ପରିବର୍ତ୍ତନ କରିବାକୁ ସେମାନେ ଅଡ଼ି ବସିଛନ୍ତି। ଯେତେବେଳ ଯାଏ ତାହା ବଦଳିନାହିଁ ଧାରଣା ଜାରି ରହିବ ବୋଲି ରେସଲର ଭିନେଶ ଫୋଗଟ କହିଛନ୍ତି। ତେବେ ବ୍ରିଜ ଭୂଷଣ ଭାଜପାର ଏମ୍‌ପି ମଧ୍ୟ ଅଛନ୍ତି।

ଭାରତ ଲାଗି ଏକାଧିକ ପଦକ ଜିତିଥିବା ରେସଲର ଭିନେଶ ଫୋଗଟ କହିଛନ୍ତି, ମହିଳା ରେସଲରଙ୍କୁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କୁସ୍ତି ସଂଘର ସଭାପତି ମହିଳା ଖେଳାଳିମାନଙ୍କ ଶୋଷଣ କରିଛନ୍ତି। ଫେଡେରେଶନ ଖେଳାଳିଙ୍କ ଉପରେ ଜବରଦସ୍ତି ବ୍ୟାନ୍‌ ଲଗାଉଛି। କୌଣସି ଖେଳାଳିଙ୍କର କିଛି ହେଲେ ସେଥିଲାଗି ଫେଡେରେଶନ ଦାୟୀ ରହିବ। କାରଣ ଏକଦା ଏଭଳି ମାନସିକ ନିର୍ଯାତନା ବ୍ରିଜ ଭୂଷଣ ଦେଇଥିଲେ ଯେ ଆତ୍ମହତ୍ୟା କରିବାକୁ ସେ ଚିନ୍ତା କରିଥିଲେ। ପୂର୍ବରୁ ସେ ଏନେଇ ସ୍ବର ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ମୁହଁକୁ ବନ୍ଦ କରି ଦିଆଯାଇଥିବା ସେ କହିଛନ୍ତି।

ଏହାଛଡ଼ା ବ୍ରିଜ ଭୂଷଣଙ୍କ ବିରୋଧରେ ସେ ଟୋକିଓ ଅଲିମ୍ପିକ ପରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ହେଲେ କିଛି ହେବ ନାହିଁ ବୋଲି ସେ କହିଥିଲେ। ମାତ୍ର ଏହାପରେ ତାଙ୍କ ସହ ବହୁତ କିଛି ଘଟିଥିଲା। ଆସୋସିଏଶନ ପକ୍ଷରୁ ତାଙ୍କୁ ସସ୍‌ପେଣ୍ଡ କରିବାକୁ ଚେଷ୍ଟା କରାଯାଇଥିଲା। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଫେଡେରେଶନ ଆସିଷ୍ଟାଣ୍ଟ ସେକ୍ରେଟାରୀ ବିନୋଦ ତୋମରଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ଏସବୁର ଯାଞ୍ଚ କରାଯାଉ। ଏତିକି ସମ୍ପତ୍ତି ଅଲିମ୍ପିକ ପଦକ ବିଜେତା ପାଖରେ ନାହିଁ ବୋଲି ସେ କହିଛନ୍ତି।

ସେହିଭଳି ବଜରଙ୍ଗ ପୁନିଆ କହିଛନ୍ତି, ଖେଳାଳିଙ୍କୁ ନିର୍ଯାତନା ଦିଆଯାଉଛି। ଦିନେ କିମ୍ବା ଦୁଇ ଦିନ ପୂର୍ବରୁ ନିୟମ କରାଯାଇ ତାକୁ ଖେଳାଳିଙ୍କ ଉପରେ ଲାଗୁ କରାଯାଉଛି। ଆସୋସିଏଶନ ସଭାପତି କେବଳ କୋଚ୍‌ ଏବଂ ରେଫରୀ ଭୂମିକା ତୁଲାଉଛନ୍ତି। ଖରାପ ବ୍ୟବହାର କରନ୍ତି। ପ୍ରଯୋଜକ ଟାଟା ମୋଟର୍ସଠାରୁ ବି କୌଣସି ସହାୟତା ମିଳୁନାହିଁ। ଖେଳାଳିମାନେ ନିଜକୁ ଅସହାୟ ମନେ କରୁଛନ୍ତି। ଯଦି କେହି ଅଭିଯୋଗ କରୁଛି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ତେବେ ରେସଲରଙ୍କ ଅଭିଯୋଗକୁ ନେଇ ବ୍ରିଜ ଭୂଷଣ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଧାରଣା ବିଷୟରେ ଜାଣିବା ପରେ ବିମାନ ଟିକେଟ କରି ତୁରନ୍ତ ପହଞ୍ଚିଛି। ସେମାନଙ୍କ ଅଭିଯୋଗ କ’ଣ ମୁଁ ଜାଣି ନ ଥିଲି। ସବୁଠାରୁ ବଡ଼ ଅଭିଯୋଗ ଭିନେଶ ଲଗାଇଛନ୍ତି। ଗତ ୧୦ ବର୍ଷ ଧରି ଫେଡେରେଶନଠାରୁ ତାଙ୍କୁ କୌଣସି ଅସୁବିଧା ହେଉ ନ ଥିଲା। ଯେତେବେଳେ ନୂଆ ନିୟମ ଅଣାଯାଏ, ସେତେବେଳେ ପ୍ରସଙ୍ଗଗୁଡ଼ିକ ସାମ୍ନାକୁ ଆସେ। କୌଣସି ରେସଲରଙ୍କୁ ହଇରାଣ କରାଯାଇ ନାହିଁ। ଯଦି ଏହା ପ୍ରମାଣିତ ହୁଏ ମୁଁ ଫାଶିରେ ଝୁଲି ପଡ଼ିବି। ଏଥିରେ କେହି ବଡ଼ ବ୍ୟକ୍ତିଙ୍କ ହାତ ରହିଛି, ଏକ ବଡ଼ ଶିଳ୍ପପତିଙ୍କ ହାତ, ଏହା ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri