Posted inଖେଳ

ଭାରତୀୟ କୁସ୍ତି ମହାସଂଘର ସଭାପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଭିନେଶ

ନୂଆଦିଲ୍ଲୀ,୧୮।୧: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ଭାରତୀୟ କୁସ୍ତି ମହାସଂଘ) ଏବଂ ଏହାର ସଭାପତି ବ୍ରିଜ ଭୂଷଣ ଶାରନ ସିଂହଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି ଭାରତୀୟ ରେସଲର। ଟୋକିଓ ଅଲିମ୍ପିକ ୨୦୨୨ ପଦକ ବିଜେତା ବଜରଙ୍ଗ ପୁନିଆ, ରିଓ ଅଲିମ୍ପିକ ୨୦୧୬ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ, କମନଓ୍ବେଲ୍ଥ ଗେମ୍ସ ୨୦୨୨ର ସ୍ବର୍ଣ୍ଣ ପଦକ ବିଜେତା ଭିନେଶ ଫୋଗଟ ଏବଂ ଜିତେନ୍ଦ୍ର କୁମାର ଦିଲ୍ଲୀର ଜନ୍ତରମନ୍ତରରେ ରେସଲିଂ ଫେଡେରେଶନ ବିରୋଧରେ ବୁଧବାର ବିକ୍ଷୋଭରେ ବସିଛନ୍ତି। ମହିଳା କୁସ୍ତି ଯୋଦ୍ଧାମାନଙ୍କୁ ଯୌନ ଶୋଷଣ ଅଭିଯୋଗ ଲଗାଇ ସଭାପତି ପରିବର୍ତ୍ତନ କରିବାକୁ ସେମାନେ ଅଡ଼ି ବସିଛନ୍ତି। ଯେତେବେଳ ଯାଏ ତାହା ବଦଳିନାହିଁ ଧାରଣା ଜାରି ରହିବ ବୋଲି ରେସଲର ଭିନେଶ ଫୋଗଟ କହିଛନ୍ତି। ତେବେ ବ୍ରିଜ ଭୂଷଣ ଭାଜପାର ଏମ୍‌ପି ମଧ୍ୟ ଅଛନ୍ତି।

ଭାରତ ଲାଗି ଏକାଧିକ ପଦକ ଜିତିଥିବା ରେସଲର ଭିନେଶ ଫୋଗଟ କହିଛନ୍ତି, ମହିଳା ରେସଲରଙ୍କୁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କୁସ୍ତି ସଂଘର ସଭାପତି ମହିଳା ଖେଳାଳିମାନଙ୍କ ଶୋଷଣ କରିଛନ୍ତି। ଫେଡେରେଶନ ଖେଳାଳିଙ୍କ ଉପରେ ଜବରଦସ୍ତି ବ୍ୟାନ୍‌ ଲଗାଉଛି। କୌଣସି ଖେଳାଳିଙ୍କର କିଛି ହେଲେ ସେଥିଲାଗି ଫେଡେରେଶନ ଦାୟୀ ରହିବ। କାରଣ ଏକଦା ଏଭଳି ମାନସିକ ନିର୍ଯାତନା ବ୍ରିଜ ଭୂଷଣ ଦେଇଥିଲେ ଯେ ଆତ୍ମହତ୍ୟା କରିବାକୁ ସେ ଚିନ୍ତା କରିଥିଲେ। ପୂର୍ବରୁ ସେ ଏନେଇ ସ୍ବର ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ମୁହଁକୁ ବନ୍ଦ କରି ଦିଆଯାଇଥିବା ସେ କହିଛନ୍ତି।

ଏହାଛଡ଼ା ବ୍ରିଜ ଭୂଷଣଙ୍କ ବିରୋଧରେ ସେ ଟୋକିଓ ଅଲିମ୍ପିକ ପରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ହେଲେ କିଛି ହେବ ନାହିଁ ବୋଲି ସେ କହିଥିଲେ। ମାତ୍ର ଏହାପରେ ତାଙ୍କ ସହ ବହୁତ କିଛି ଘଟିଥିଲା। ଆସୋସିଏଶନ ପକ୍ଷରୁ ତାଙ୍କୁ ସସ୍‌ପେଣ୍ଡ କରିବାକୁ ଚେଷ୍ଟା କରାଯାଇଥିଲା। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଫେଡେରେଶନ ଆସିଷ୍ଟାଣ୍ଟ ସେକ୍ରେଟାରୀ ବିନୋଦ ତୋମରଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ଏସବୁର ଯାଞ୍ଚ କରାଯାଉ। ଏତିକି ସମ୍ପତ୍ତି ଅଲିମ୍ପିକ ପଦକ ବିଜେତା ପାଖରେ ନାହିଁ ବୋଲି ସେ କହିଛନ୍ତି।

ସେହିଭଳି ବଜରଙ୍ଗ ପୁନିଆ କହିଛନ୍ତି, ଖେଳାଳିଙ୍କୁ ନିର୍ଯାତନା ଦିଆଯାଉଛି। ଦିନେ କିମ୍ବା ଦୁଇ ଦିନ ପୂର୍ବରୁ ନିୟମ କରାଯାଇ ତାକୁ ଖେଳାଳିଙ୍କ ଉପରେ ଲାଗୁ କରାଯାଉଛି। ଆସୋସିଏଶନ ସଭାପତି କେବଳ କୋଚ୍‌ ଏବଂ ରେଫରୀ ଭୂମିକା ତୁଲାଉଛନ୍ତି। ଖରାପ ବ୍ୟବହାର କରନ୍ତି। ପ୍ରଯୋଜକ ଟାଟା ମୋଟର୍ସଠାରୁ ବି କୌଣସି ସହାୟତା ମିଳୁନାହିଁ। ଖେଳାଳିମାନେ ନିଜକୁ ଅସହାୟ ମନେ କରୁଛନ୍ତି। ଯଦି କେହି ଅଭିଯୋଗ କରୁଛି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ତେବେ ରେସଲରଙ୍କ ଅଭିଯୋଗକୁ ନେଇ ବ୍ରିଜ ଭୂଷଣ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଧାରଣା ବିଷୟରେ ଜାଣିବା ପରେ ବିମାନ ଟିକେଟ କରି ତୁରନ୍ତ ପହଞ୍ଚିଛି। ସେମାନଙ୍କ ଅଭିଯୋଗ କ’ଣ ମୁଁ ଜାଣି ନ ଥିଲି। ସବୁଠାରୁ ବଡ଼ ଅଭିଯୋଗ ଭିନେଶ ଲଗାଇଛନ୍ତି। ଗତ ୧୦ ବର୍ଷ ଧରି ଫେଡେରେଶନଠାରୁ ତାଙ୍କୁ କୌଣସି ଅସୁବିଧା ହେଉ ନ ଥିଲା। ଯେତେବେଳେ ନୂଆ ନିୟମ ଅଣାଯାଏ, ସେତେବେଳେ ପ୍ରସଙ୍ଗଗୁଡ଼ିକ ସାମ୍ନାକୁ ଆସେ। କୌଣସି ରେସଲରଙ୍କୁ ହଇରାଣ କରାଯାଇ ନାହିଁ। ଯଦି ଏହା ପ୍ରମାଣିତ ହୁଏ ମୁଁ ଫାଶିରେ ଝୁଲି ପଡ଼ିବି। ଏଥିରେ କେହି ବଡ଼ ବ୍ୟକ୍ତିଙ୍କ ହାତ ରହିଛି, ଏକ ବଡ଼ ଶିଳ୍ପପତିଙ୍କ ହାତ, ଏହା ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri