ଗାଁ ସାଥିଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଗ୍ରାମବାସୀ: ବିଡ଼ିଓଙ୍କ ଦ୍ବାରସ୍ଥ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

ଥୁଆମୂଳ ରାମପୁର,୨୮।୫(ଦୁର୍ଗା କୀର୍ତ୍ତି): ଅଧିକାଂଶ ଗାଁରେ ଥିବା ଗାଁସାଥିଙ୍କ କାର୍ଯ୍ୟକଳାପରେ ଗ୍ରାମବାସୀ ଓ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରି ବ୍ଳକ ଓ ଗ୍ରାମପଞ୍ଚାୟତରେ ସେମାନଙ୍କ ନାମରେ ବାରମ୍ବାର ଅଭିଯୋଗ କରିଆସୁଥିବା ସତ୍ତ୍ୱେ ସରପଞ୍ଚ କିମ୍ବା ବ୍ଳକ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ବିଷୟ ଜଣାପଡିଥିବାବେଳେ ପୁଣି ଏକ ଅଭିଯୋଗ ସାମ୍ମାକୁ ଆସିଛି। କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ମହୁଲପାଟଣା ଗ୍ରାମପଞ୍ଚାୟତ ଅଧିନରେ ଥିବା ପୋଡାପଦର ଗ୍ରାମରେ ଏହା ଘଟିଛି। ଏହି ଗ୍ରାମରେ ଥିବା ଦୁଇଜଣ ଗାଁସାଥିଙ୍କ ମନମୁଖି କାର୍ଯ୍ୟ କରୁଥିବା ଯୋଗୁ ଗ୍ରାମବାସୀ ଓ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ସରପଞ୍ଚ ରତ୍ନି ମାଝୀଙ୍କ ଠାରୁ ଆରମ୍ଭ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରି ଆସୁଛନ୍ତି। ହେଲେ ଏଦିଗରେ ଗାଁସାଥିଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁ ଅସନ୍ତୋଷ ଦେଖା ଦେଇଛି। ଗାଁସାଥି ମାନେ ସରକାରଙ୍କ ମନରେଗା ଯୋଜନାରେ ଯାହାସବୁ ନିୟମ ରହିଛି ସେହି ଅନୁସାରେ କୌଣସି କାମ ନ କରି ଖୋଲାଖୋଲି ଭାବରେ ନିୟମ ଉଲଘଂନ କରୁଛନ୍ତି। ଏହାସହ ସରକାରୀ ଅର୍ଥକୁ ଅପବ୍ୟବହାର ଭଳି ଘଟଣା ଏବେ ଗ୍ରାମବାସୀ ଓ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଏହି ପରିପ୍ରେକ୍ଷୀରେ ସରପଞ୍ଚ ଓ ବ୍ଳକ ପ୍ରଶାସନ ନିରବ ରହିବା ଘଟଣା କେତେଦୂର ଯୁକ୍ତିଯୁକ୍ତ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଗାଁସାଥି ଦ୍ବୟ କାହାର ଛତ୍ରଛାୟା ତଳେ ରହି ଏଭଳି ଅନିୟମିତତା କାର୍ଯ୍ୟରେ ଲିପ୍ତ ରହିଛନ୍ତି ସେନେଇ ଆଲୋଚନ ହେଉଛି। କାମରେ ମଧ୍ୟ କମ କାମ କରି ଅଧିକ ବିଲ ଉଠାଣ ଓ ପ୍ରକୃତ ଶ୍ରମିକଙ୍କର ବ୍ୟାଙ୍କ ଖାତାରେ ଟଙ୍କା ଦେବା ବଦଳରେ ସେମାନେ ନିଜ ନିଜର ସମ୍ପକୀୟ ଲୋକଙ୍କର ଜମାଖାତାକୁ ଟଙ୍କା ପ୍ରେରଣ କରୁଥିବା ନେଇ ପ୍ରକୃତ ଶ୍ରମିକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗାଁସାଥି ପଙ୍କଜିନି ନାଏକ ଓ ଅନନ୍ତ ମାଝୀ ଉଭୟଙ୍କୁ ତାଙ୍କ ଦୁର୍ନୀତି କାର୍ଯ୍ୟ ପ୍ରତି ଗ୍ରାମବାସୀ ବାରମ୍ବାର ଅବଗତ କରିଆସୁଥିଲେ ମଧ୍ୟ ତାହା ଉପରେ ଏହି ଦୁଇଜଣ ଗାଁସାଥି ଭ୍ରୃକ୍ଷେପ କରୁ ନ ଥିବା ଦେଖାଦେଇଛି। ଏହିସବୁ ଘଟଣା ଉପରେ ଗ୍ରାମବାସୀ ଓ ଶ୍ରମିକ ମାନେ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ଏଦିଗରେ ସ୍ଥାନୀୟ ସରପଞ୍ଚ ନିରବ ରହିବା ଘଟଣାରେ ଅଧିକରୁ ଅଧିକ ସନ୍ଦେହ ସୃଷ୍ଟି କରିଛି।

ଉଭୟ ଗ୍ରାମର ଗାଁସାଥି ମନରେଗା ଯୋଜନାରେ ହେଉଥିବା କାମରେ ଶ୍ରମିକ ନ ଲଗାଇ ମେଶିନ ମାଧ୍ୟମରେ ମଧ୍ୟ କାମ କରି ଅର୍ଥକୁ ଅପବ୍ୟବହାର କରୁଥିବା ବେଳେ ପୁଣି ସେମିସ୍କେଲ ( ମିସ୍ତ୍ରୀଙ୍କ ) ଟଙ୍କା ହଡପ କରୁଥିବା ଘଟଣା ଉପରେ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଏହିଭଳି ବିଭିନ୍ନ ଦୁର୍ନୀତି ମୁଳକ କାମରେ ଲିପ୍ତ ଥିବା ଉଭୟ ଗାଁସାଥି ଙ୍କୁ କାହିଁକି ଘଣ୍ଟଘୋଡାଇ ରଖାଯାଇଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟ ଗାଁସାଥିଙ୍କୁ ଏହି ପଦବୀରୁ ହଟାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ସରପଞ୍ଚ ଓ ବ୍ଳକ ପ୍ରଶାସନ ଏଦିଗରେ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଏବେ ଆଗକୁ ଦେଖିବାକୁ ବାକି ରହିଲା।

ଏନେଇ ଜିପିଓ ତ୍ରିଲୋଚନ ନାଏକ ଆମ ଧରିତ୍ରୀକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବ୍ଳକ ପ୍ରଶାସନ ପକ୍ଷରୁ ଗାଁସାଥିଙ୍କ ବାହାର କରିବା ଏତେ ସହଜ ନୁହଁ, ତା’ଛଡା ଆମେ କିଛି ପଦକ୍ଷେପ ନେଲେ ତାଙ୍କର ୟୁନିୟନ ବିରୋଧ କରିବେ। ଏଠାରେ ସରପଞ୍ଚଙ୍କ ଭୂମିକା ଅଧିକ ଅଛି ତାଙ୍କ ହାତରେ ସବୁ ହୋଇପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri