ଗାଁ ସାଥିଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଗ୍ରାମବାସୀ: ବିଡ଼ିଓଙ୍କ ଦ୍ବାରସ୍ଥ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

ଥୁଆମୂଳ ରାମପୁର,୨୮।୫(ଦୁର୍ଗା କୀର୍ତ୍ତି): ଅଧିକାଂଶ ଗାଁରେ ଥିବା ଗାଁସାଥିଙ୍କ କାର୍ଯ୍ୟକଳାପରେ ଗ୍ରାମବାସୀ ଓ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରି ବ୍ଳକ ଓ ଗ୍ରାମପଞ୍ଚାୟତରେ ସେମାନଙ୍କ ନାମରେ ବାରମ୍ବାର ଅଭିଯୋଗ କରିଆସୁଥିବା ସତ୍ତ୍ୱେ ସରପଞ୍ଚ କିମ୍ବା ବ୍ଳକ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ବିଷୟ ଜଣାପଡିଥିବାବେଳେ ପୁଣି ଏକ ଅଭିଯୋଗ ସାମ୍ମାକୁ ଆସିଛି। କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ମହୁଲପାଟଣା ଗ୍ରାମପଞ୍ଚାୟତ ଅଧିନରେ ଥିବା ପୋଡାପଦର ଗ୍ରାମରେ ଏହା ଘଟିଛି। ଏହି ଗ୍ରାମରେ ଥିବା ଦୁଇଜଣ ଗାଁସାଥିଙ୍କ ମନମୁଖି କାର୍ଯ୍ୟ କରୁଥିବା ଯୋଗୁ ଗ୍ରାମବାସୀ ଓ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ସରପଞ୍ଚ ରତ୍ନି ମାଝୀଙ୍କ ଠାରୁ ଆରମ୍ଭ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରି ଆସୁଛନ୍ତି। ହେଲେ ଏଦିଗରେ ଗାଁସାଥିଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁ ଅସନ୍ତୋଷ ଦେଖା ଦେଇଛି। ଗାଁସାଥି ମାନେ ସରକାରଙ୍କ ମନରେଗା ଯୋଜନାରେ ଯାହାସବୁ ନିୟମ ରହିଛି ସେହି ଅନୁସାରେ କୌଣସି କାମ ନ କରି ଖୋଲାଖୋଲି ଭାବରେ ନିୟମ ଉଲଘଂନ କରୁଛନ୍ତି। ଏହାସହ ସରକାରୀ ଅର୍ଥକୁ ଅପବ୍ୟବହାର ଭଳି ଘଟଣା ଏବେ ଗ୍ରାମବାସୀ ଓ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଏହି ପରିପ୍ରେକ୍ଷୀରେ ସରପଞ୍ଚ ଓ ବ୍ଳକ ପ୍ରଶାସନ ନିରବ ରହିବା ଘଟଣା କେତେଦୂର ଯୁକ୍ତିଯୁକ୍ତ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଗାଁସାଥି ଦ୍ବୟ କାହାର ଛତ୍ରଛାୟା ତଳେ ରହି ଏଭଳି ଅନିୟମିତତା କାର୍ଯ୍ୟରେ ଲିପ୍ତ ରହିଛନ୍ତି ସେନେଇ ଆଲୋଚନ ହେଉଛି। କାମରେ ମଧ୍ୟ କମ କାମ କରି ଅଧିକ ବିଲ ଉଠାଣ ଓ ପ୍ରକୃତ ଶ୍ରମିକଙ୍କର ବ୍ୟାଙ୍କ ଖାତାରେ ଟଙ୍କା ଦେବା ବଦଳରେ ସେମାନେ ନିଜ ନିଜର ସମ୍ପକୀୟ ଲୋକଙ୍କର ଜମାଖାତାକୁ ଟଙ୍କା ପ୍ରେରଣ କରୁଥିବା ନେଇ ପ୍ରକୃତ ଶ୍ରମିକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗାଁସାଥି ପଙ୍କଜିନି ନାଏକ ଓ ଅନନ୍ତ ମାଝୀ ଉଭୟଙ୍କୁ ତାଙ୍କ ଦୁର୍ନୀତି କାର୍ଯ୍ୟ ପ୍ରତି ଗ୍ରାମବାସୀ ବାରମ୍ବାର ଅବଗତ କରିଆସୁଥିଲେ ମଧ୍ୟ ତାହା ଉପରେ ଏହି ଦୁଇଜଣ ଗାଁସାଥି ଭ୍ରୃକ୍ଷେପ କରୁ ନ ଥିବା ଦେଖାଦେଇଛି। ଏହିସବୁ ଘଟଣା ଉପରେ ଗ୍ରାମବାସୀ ଓ ଶ୍ରମିକ ମାନେ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ଏଦିଗରେ ସ୍ଥାନୀୟ ସରପଞ୍ଚ ନିରବ ରହିବା ଘଟଣାରେ ଅଧିକରୁ ଅଧିକ ସନ୍ଦେହ ସୃଷ୍ଟି କରିଛି।

ଉଭୟ ଗ୍ରାମର ଗାଁସାଥି ମନରେଗା ଯୋଜନାରେ ହେଉଥିବା କାମରେ ଶ୍ରମିକ ନ ଲଗାଇ ମେଶିନ ମାଧ୍ୟମରେ ମଧ୍ୟ କାମ କରି ଅର୍ଥକୁ ଅପବ୍ୟବହାର କରୁଥିବା ବେଳେ ପୁଣି ସେମିସ୍କେଲ ( ମିସ୍ତ୍ରୀଙ୍କ ) ଟଙ୍କା ହଡପ କରୁଥିବା ଘଟଣା ଉପରେ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଏହିଭଳି ବିଭିନ୍ନ ଦୁର୍ନୀତି ମୁଳକ କାମରେ ଲିପ୍ତ ଥିବା ଉଭୟ ଗାଁସାଥି ଙ୍କୁ କାହିଁକି ଘଣ୍ଟଘୋଡାଇ ରଖାଯାଇଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟ ଗାଁସାଥିଙ୍କୁ ଏହି ପଦବୀରୁ ହଟାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ସରପଞ୍ଚ ଓ ବ୍ଳକ ପ୍ରଶାସନ ଏଦିଗରେ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଏବେ ଆଗକୁ ଦେଖିବାକୁ ବାକି ରହିଲା।

ଏନେଇ ଜିପିଓ ତ୍ରିଲୋଚନ ନାଏକ ଆମ ଧରିତ୍ରୀକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବ୍ଳକ ପ୍ରଶାସନ ପକ୍ଷରୁ ଗାଁସାଥିଙ୍କ ବାହାର କରିବା ଏତେ ସହଜ ନୁହଁ, ତା’ଛଡା ଆମେ କିଛି ପଦକ୍ଷେପ ନେଲେ ତାଙ୍କର ୟୁନିୟନ ବିରୋଧ କରିବେ। ଏଠାରେ ସରପଞ୍ଚଙ୍କ ଭୂମିକା ଅଧିକ ଅଛି ତାଙ୍କ ହାତରେ ସବୁ ହୋଇପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri