ରାସ୍ତା କାମ ବନ୍ଦ କଲେ ଗ୍ରାମବାସୀ

କାଳିଆପାଣି,୨୧ା୧୦(ଅସିତ ମହାନ୍ତ): ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା ଅରଡ଼ାପାଳ-ପୋଡ଼ାଘରା ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏପରି କି କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତରେ ଠିକାଦାର ମନମୁତାବକ କାମ କରୁଥିବାରୁ ଗୁରୁବାର ଗ୍ରାମବାସୀ କାମ ବନ୍ଦ କରିଥିଲେ। ଶୁକ୍ରବାର ସମ୍ପୃକ୍ତ ଯନ୍ତ୍ରୀ କାର୍ଯ୍ୟସ୍ଥଳକୁ ଆସିବାକୁ କହିଥିଲେ ମଧ୍ୟ ଆସି ନ ଥିଲେ। ତେବେ ଆଗକୁ ଠକ୍‌ରେ କାମ କରାଯିବ ବୋଲି ଠିକାଦାର ଏବଂ ଯନ୍ତ୍ରୀ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେବାପରେ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ସୁକିନ୍ଦା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତର ଅରଡ଼ାପାଳଠାରୁ ପୋଡ଼ାଘରା ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି। ଭୁବନ ଅଞ୍ଚଳର ଠିକାଦାର ଏହି କାର୍ଯ୍ୟ କରୁଛନ୍ତି। ଟେଣ୍ଡରର ୨ ବର୍ଷ ପରେ କାମ ଆରମ୍ଭ ହୋଇଛି। ଠିକାଦାର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ବିଲ ମାଟିରେ ବେସ କରିବା ପରେ ବଡ଼ବଡ଼ ମେଟାଲ ବିଛାଇ ତା’ ଉପରେ ମାଟି ପକାଇ ଲେବୁଲ କରିଛନ୍ତି। ପରେ ରାସ୍ତାର ଉପରସ୍ତରରେ ଅଳ୍ପ କିଛି ମୋରମ ବିଛାଇ ରୋଲିଂ କରିଛନ୍ତି। ଠିକାଦାର ଜେନତେନ କରି ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ବସିଥିବାବେଳେ ବିଭାଗୀୟ ଯନ୍ତ୍ରୀ ପାଖ ମାଡୁନାହାନ୍ତି। ଆରମ୍ଭରୁ ଗ୍ରାମବାସୀ ଠିକାଦାରଙ୍କୁ ଠିକ୍‌ ଭାଗମାପ ଦେଇ କାମ କରିବାକୁ କହିଥିଲେ। ହେଲେ ଠିକାଦାର କର୍ଣ୍ଣପାତ କରି ନ ଥିଲେ। ପରେ ଗ୍ରାମବାସୀ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଉତ୍ତମ ନାୟକଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ଫଳ ନ ମିଳିବାରୁ ଦଅରଡ଼ାପାଳ, ପୋଡ଼ାଘରା ଓ ଛତାଟାଙ୍ଗର ଗଁା ଲୋକେ ମିଳିତ ହୋଇ କାମ ବନ୍ଦ କରିଥିଲେ। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ କନିଷ୍ଠ ଯନ୍ତ୍ରୀ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ମିଳି ପାରନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୈତିକ ହିଂସାକୁ ନେଇ ବୁଲିଲା ଖଣ୍ଡା: ସମିତିସଭ୍ୟଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ହାଣିଲେ…

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ…

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri