ଜଙ୍ଗଲ ଜମି ହସ୍ତାନ୍ତରକୁ ବିରୋଧ କଲେ  ଗ୍ରାମବାସୀ

ପଟ୍ଟାଙ୍ଗି,୨୩/୧୦(ଶରତ ଧଳ): ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାର ବର୍ଗଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ମାଧ୍ୟମରେ ସରକାର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରି ସମ୍ପୂର୍ଣ୍ଣ ଅଧିକାର ଦେଉଥିବା ବେଳେ ସେପଟେ ଗ୍ରାମବାସୀଙ୍କ ଅଜାଣତରେ ମାଇନିଙ୍ଗ୍କୁ ଜଙ୍ଗଲ ଜମି ତଥା ପାହାଡ଼ ପ୍ରଦାନ କରିବା କି ଉଦ୍ଦେଶ୍ୟ ରହିଛି । ଏହିପରି କିଛି ପ୍ରଶ୍ନ ଉଠାଇ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର ଅମ୍ପାବାଲି ପଞ୍ଚାୟତ ଗ୍ରାମବାସୀ ଯଥା ସୋରଡା , ମିର୍ତ୍ତିଗୁଡା , ବୋଡାପାଡୁ ଓ ଝାଙ୍ଗରଗୁଡା ପ୍ରମୁଖ ଗ୍ରାମର ଗ୍ରାମବାସୀ ଏକତ୍ରିତ ହୋଇ ଉଦ୍ଦେଶ୍ୟ ମୂଳକ କାର୍ଯ୍ୟକୁ ନା ପସନ୍ଦ କରିବା ସହ ବିରୋଧ କରି ସ୍ଥାନୀୟ ତହସିଲଦାରଙ୍କ ଉଦ୍ଦେଶ୍ୟରେ ଗ୍ରାମକୁ ଯାଇଥିବା ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାଇ ଉକ୍ତ ୪ ଗ୍ରାମକୁ ଲାଗି ରହିଥିବା ଏରସେଲମା ଓ ଜେଟା ଡଙ୍ଗର ଯଥା ଦୁଇଟି ପାହାଡ଼ ଉପରେ ଉପରୋକ୍ତ ଗ୍ରାମବାସୀ ନିର୍ଭର କରି ଆସୁଥିବା ସହ ସରକାରୀ ସ୍ତରରେ ପାଇଥିବା ଜଙ୍ଗଲ ଜମି ପଟ୍ଟା ଉପରେ ନିର୍ଭର କରି ଚାଷ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି କିନ୍ତୁ ଉପରୋକ୍ତ ସମସ୍ତ ଗ୍ରାମବାସୀଙ୍କୁ ନ ଜଣାଇ ଓ କୈଣସି ଗ୍ରାମସଭା ନ କରି ଉକ୍ତ ଦୁଇଟି ପାହାଡ଼ର ୫୭ ହେକ୍ଟର ଜମିକୁ ଓଏମସି କମ୍ପାନୀକୁ ହସ୍ତାନ୍ତର କରି ତରବରିଆ ଭାବେ ସୋମବାର ଜଙ୍ଗଲ ବିଭାଗ କର୍ମଚାରୀ ଦୁଇ ପାହାଡ଼ରେ ପହଞ୍ଚି ସୀମା ନିର୍ଦ୍ଧାରଣ ଖୁଣ୍ଟ ପୋତି ଗଛ ଲଗାଇବା ପାଇଁ କରିଥିବା ଯୋଜନାକୁ ଗ୍ରାମବାସୀ ବିରୋଧ କରି ଏହା କାହା ନିର୍ଦ୍ଦେଶରେ କରା ଯାଉଛି ପ୍ରଶ୍ନ କରି ଯେପର୍ଯ୍ୟନ୍ତ ଆମେ ଗ୍ରାମବାସୀ କିଛି ଜାଣିନାହୁଁ ସେପର୍ଯ୍ୟନ୍ତ ଏଠି କୌଣସି କାମ ହୋଇ ପାରିବ ନାହିଁ ବୋଲି ଯାଇଥିବା ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ରୋକ୍ ଠୋକ୍ ଶୁଣାଇ ପଟ୍ଟାଙ୍ଗି ତହସିଲଦାରଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।

ଏହିପରି କି ଉପରୋକ୍ତ ଦୁଇ ପାହାଡ଼ ଉପରେ ମିର୍ତ୍ତିଗୁଡା ଓ ଝାଙ୍ଗରଗୁଡା ଦୁଇ ଗ୍ରାମବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରା ଯାଇଥିବା ବେଳେ ପୁଣି ଉକ୍ତ ପାହାଡ଼କୁ କମ୍ପାନୀକୁ ପ୍ରଦାନ କରି ଜଙ୍ଗଲ ବିଭାଗ ପକ୍ଷରୁ ଗଛ ଲଗାଯିବା କାର୍ଯ୍ୟକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀଙ୍କୁ ଏଥିରେ ଅଣଦେଖା କରି କୌଣସି ପଦକ୍ଷେପ ଗ୍ରହଣ କରାଯାଏ ତାହେଲେ ଆସନ୍ତା ଦିନରେ ଏହାକୁ ଦୃଢ଼ ବିରୋଧ କରାଯିବା ସହ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି । ଏନେଇ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ଯୋଗାଯୋଗ କରାଯିବାରୁ ଛୁଟି ପରେ ଉକ୍ତ ପାହାଡ଼ର ଜମିକୁ ନେଇ ଡିମାର୍କେଶନ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri