ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ

ଲାଞ୍ଜିଗଡ଼,୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଞ୍ଜିଗଡ଼ ଓ ତ୍ରିଲୋଚନପୁର ରିଜର୍ଭ ଜଙ୍ଗଲ ଅଞ୍ଚଳରେ ଗ୍ୟାସ ଲାଇନ ଯିବାକୁ ନେଇ ମୂଲ୍ୟବାନ ଶତାଧିକ ଗଛ କଟା ଚାଲିଛି। ଏହାକୁ ବିରୋଧ କରି ଗଛକଟା ବନ୍ଦ କରିଛନ୍ତି ତ୍ରିଲୋଚନପୁର ଗ୍ରାମବାସୀ।

ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଜଙ୍ଗଲ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲଠୁ ଆରମ୍ଭ କରି ସ୍କୁଲ କଲେଜ ସମେତ ବିଭିନ୍ନ ପଞ୍ଚାୟତ ଓ ବିଭିନ୍ନ କାର୍ଯ୍ୟାଳୟ ପରିସରରେ ମଧ୍ୟ ବୃକ୍ଷ ରୋପଣ କରୁଛନ୍ତି। କିନ୍ତୁ ଶହଶହ ଗଛକଟାର ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନସ୍ଥ ଗନ୍ଧନୀ ରିଜର୍ଭ ଜଙ୍ଗଲରେ।

ଏହି ରିଜର୍ଭ ଜଙ୍ଗଲ ଲାଞ୍ଜିଗଡ଼ ବନବିଭାଗ ଅଧୀନରେ ୩ କିମି ଦୂର ରହିଥିବା ବେଳେ ବିଜେପୁର ବନ ବିଭାଗ ଅଧୀନରେ ୫ କିମି ଦୂର ରହିଛି। ବର୍ତ୍ତମାନ ଗ୍ୟାସ ଲାଇନ ପାଇଁ ଓଏଫ୍‌ଡିସି ବିଭାଗ ପକ୍ଷରୁ ୧ କିମି ପର୍ଯ୍ୟନ୍ତ ଶତାଧିକ ବଡ ବଡ ମୂଲ୍ୟବାନ ଗଛ କଟାଯାଇଛି।

ଲାଞ୍ଜିଗଡ଼ଠାରୁ ବିଜେପୁରକୁ ସଂଯୋଗ କରୁଥିବା ୧୭ କିମି ରାସ୍ତାରେ ଗଲେ ୮କିମି ଦୂର ଏହି ରିଜର୍ଭ ଜଙ୍ଗଲ ଭିତର ଦେଇ ତ୍ରିଲୋଚନପୁର ଗାଁକୁ ଯିବାକୁ ପଡ଼େ। କିନ୍ତୁ ଏହି ୧୭ କିମି ରାସ୍ତା ନିର୍ମାଣ ପାଇଁ ଆଜିକୁ ୨ ବର୍ଷ ହେଲା ଟେଣ୍ଡର ହୋଇଥିବା ବେଳେ ରାସ୍ତାର ନିର୍ମାଣ କାର୍ଯ୍ୟ ୯କିମି ଆରମ୍ଭ ହୋଇଛି।

ରାସ୍ତାକାମ କରିବା ପାଇଁ ଠିକାଦାର ପ୍ରୟାସ ଆରମ୍ଭ କରିଥିବା ବେଳେ ଜଙ୍ଗଲ ବିଭାଗ କଟକଣା ଯୋଗୁ କାମ ଆଗେଇ ପାରୁନି। ରାସ୍ତା କଡ଼ରେ ଥିବା ଛୋଟ ଛୋଟ ଗଛ ରହିଥିବା ଯୋଗୁ ବନବିଭାଗର ଅନୁମତି ମିଳିଲେ ଗଛ କଟାଗଲେ କାମ ଆରମ୍ଭ ହେବ ବୋଲି କହୁଛି।

ହେଲେ ତ୍ରିଲୋଚନପୁରବାସୀଙ୍କୁ କୌଣସି ସୂଚନା ନ ଦେଇ ଏବେ ସେହି ରିଜର୍ଭ ଜଙ୍ଗଲକୁ ଗ୍ୟାସ ଲାଇନ ଯୋଗୁ ମନଇଚ୍ଛା ଶହଶହ ଶାଗୁଆନ, ଶାଳ, ହରିଡ଼ା, ବାହାଡା ଭଲି ମୂଲ୍ୟବାନ ଗଛ କାଟୁଥିବା ନେଇ ବନବିଭାଗ କାହିଁକି ନିରବ ସାଜିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ରିଜର୍ଭ ଜଙ୍ଗଲ ବନ୍ୟପ୍ରାଣୀଙ୍କ ଆଶ୍ରୟ ସ୍ଥଳୀ ବୋଲି ତ୍ରିଲୋଚନପୁରବାସୀ ଗଛ କାଟିବା ସ୍ଥାନକୁ ଆସି ଗଛ କଟା ବନ୍ଦ କରିଛନ୍ତି। ଏନେଇ ବିଶ୍ୱନାଥପୁର ବନାଞ୍ଚଳ ଦାୟିତ୍ୱରେ ଥିବା ଏସିଏଫ୍‌ ନରୋତ୍ତମ ମାଝୀଙ୍କୁ ପଚାରିବାରୁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଗ୍ୟାସ ଲାଇନ କାମ ଚାଲିଥିବା ବେଳେ ପାଇପ ଲାଇନ ଯିବା ସ୍ଥାନରେ ଗଛ କାଟିବା ପାଇଁ ସରକାରଙ୍କ ତରଫରୁ ଓଏଫଡିସିକୁ ଅନୁମତି ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri