କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାରକୁ ଗ୍ରାମବାସୀଙ୍କ ବିରୋଧ

ଧାନବାଦ, ୧୯।୭- ଭାରତରେ ଗମ୍ଭୀର ରୂପ ଧାରଣ କରିଛି କରୋନା ମହାମାରୀ। କରୋନା ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି, ଯାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଭଳି ଏକ ସଙ୍କଟଜନକ ସମୟରେ କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାରକୁ ନେଇ ଗ୍ରାମବାସୀମାନେ ପ୍ରଶାସନଙ୍କୁ ଦୃଢ଼ ବିରୋଧ କରିଥିବା ଖବର ଝାଡ଼ଖଣ୍ଡର ଧାନବାଦରେ ଦେଖିବାକୁ ମିଳିଛି। ଧାନବାଦର ବଳିଆପୁର ଆମଝର ଗ୍ରାମରେ କରୋନରେ ମୃତ୍ୟୁବରଣ କରିଥିବା ୪ଜଣ ବ୍ୟକ୍ତିଙ୍କ ଶବକୁ ଧରି ଜିଲା ପ୍ରଶାସନ ସରକାରୀଙ୍କ ପ୍ରୋଟୋକଲ୍‌ ଅନୁଯାୟୀ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚଳାଇଥିଲା। ତେବେ ସ୍ଥାନୀୟ ଗ୍ରାମବାସୀ ଏହାକୁ ଜାଣିପାରି ଜୋର୍‌ଦାର ବିରୋଧ କରିଥିଲେ। ଶହଶହ ସଂଖ୍ୟାରେ ଗ୍ରାମବାସୀ ହାତରେ ଠେଙ୍ଗାବାଡ଼ି ଧରି ଶ୍ମଶାସନରେ ପହଞ୍ଚତ୍ବା ସହ ଅନ୍ତିମ ସଂସ୍କାର କରାଇ ଦେଇ ନ ଥିଲେ। ଅନ୍ତିମ ସଂସ୍କାର ପାଇଁ ଉପସ୍ଥିତ ଜେସିବି ମେସିନକୁ ଭଙ୍ଗାରୁଜା କରିଥିଲେ। ଫଳରେ ବାଧ୍ୟ ହୋଇ ପୋଲିସ ଲାଠିଚାର୍ଜ କରିଥିଲା। ଏହାପରେ ଘଟଣାସ୍ଥଳରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଞ୍ଚତ୍ ଗ୍ରାମବାସୀଙ୍କୁ ଶାନ୍ତ କରିବାରେ ସକ୍ଷମ ହୋଇଥିଲେ। ପରେ ପ୍ରଶାସନ ଓ ଗ୍ରାମବାସୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଗ୍ରାମବାସୀମାନେ କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ପାଇଁ ରାଜି ହୋଇଥିଲେ।