ନିଆରା ତିଳତର୍ପଣ: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ନଡ଼ିଆ ଗଛ ରୋପଣ କଲେ ଗ୍ରାମବାସୀ

ବରଗଡ଼ ୨୨।୯(ପ୍ରେମାନନ୍ଦ ଖମାରୀ): ପବିତ୍ର ମହାଳୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯାଉଥିବାବେଳେ ବରଗଡ଼ ଜିଲା କଳାପାଣି ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ଗ୍ରାମବାସୀ ନିଆରା ଶୈଳୀରେ ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗ୍ରାମର ବୋହୂ ଓ ଝିଅମାନେ ସମବେତ ହୋଇ ଗାଁ ମୁଣ୍ଡ ମହାଦେବ ମନ୍ଦିର ପୋଖରୀ ହୁଡାରେ ନଡିଆ ଗଛ ରୋପଣ କରିଛନ୍ତି। ଏହି ନିଆରା କାର୍ଯ୍ୟକ୍ରମରେ ବରଗଡ଼ କବି, କଳାକାର, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଶିକ୍ଷକ, ଖବରଦାତା ତଥା ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇଥିଲେ । ପୂର୍ବାହ୍ନରେ ବୁଦେଲପାଲି ସ୍କୁଲ ସାମ୍ନାରୁ ନ ଗଛ ସହ ଏକ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା । ଏଥିରେ ଗାଁର ସଂକୀର୍ତ୍ତନ୍ୟ ଦଳ, ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟା ଓ ଗ୍ରାମବାସୀ ସାମିଲ ହୋଇଥିଲେ। ଗାଁ ମୁଣ୍ଡ ମହାଦେବ ମନ୍ଦିରକୁ ଶୋଭାଯାତ୍ରା ପହଂଚିବା ପରେ ସେଠାରେ ପୂଜାର୍ଚ୍ଚନା ସହ ପୋଖରୀ ଆଡିରେ ନଡିଆ ଗଛ ଲଗାଯାଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ କଲ୍ୟାଣୀ ଦାସ, ଉଠାଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ତ୍ରିପାଠୀ, ପାୱାର ଅଫ ଦିବ୍ୟାଙ୍ଗସର ଚେୟାରମ୍ୟାନ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଗଣଦୃଷ୍ଟିର ସମ୍ପାଦକ ଉମେଶ ଚନ୍ଦ୍ର ବିଶ୍ୱାଳ, ବରଗଡ ପଂଚାୟତ କଲେଜର ପୂର୍ବତନ ଅଧ୍ୟକ୍ଷ ପତିତପାବନ ସାହୁ, ଅଧ୍ୟାପିକା ଜୟଶ୍ରୀ ସାହୁ, ଶିକ୍ଷାବିତ ପ୍ରଫୁଲ୍ଲ ସାହୁ, ଜୟ ପ୍ରକାଶ ଶତପଥି, ରମଣୀ ବେହେରା, କବିରାଜ ବୈଦ୍ୟନାଥ ସାହୁ, ଆଇନଜୀବୀ ଜିତୁ ବିଶ୍ୱାଳ, ଶିକ୍ଷାବିତ ଜଶବିର ସିଂ ସାଏନି ଉପସ୍ଥିତ ଥିଲେ। ଏହାସହିତ କବି ହେମନ୍ତ ଦୀପ, ପୂର୍ବତନ ବାୟୁସେନା କର୍ମଚାରୀ ସରୋଜ କୁମାର ମହାପାତ୍ର, ଶିକ୍ଷକ ରମେଶ ପ୍ରଧାନ, ସାମାଜିକ କର୍ମୀ ରାସେଶ୍ୱରୀ ସାହୁ, ମାମି ମିଶ୍ର, ସରପଞ୍ଚ ଖୁଲଣା ପ୍ରଧାନ, ସମିତି ସଭ୍ୟା ବୈଜୟନ୍ତୀ ସାହୁ, ଜନତା ସଂଘର୍ଷ ସମିତିର ସଭାପତି କିଶୋର ଚନ୍ଦ୍ର ସାହୁ, ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ବରଗଡ଼ ପ୍ରଧାନ ଶିକ୍ଷକ ନେପାଲ ଦୁଆନ, ଆର୍ଟ ଅଫ ଲିଭିଙ୍ଗର ଚନ୍ଦ୍ରଶେଖର, ବୁଦେଲପାଲି ବୀର ସୁଭାଷ ଯୁବକ ସଂଘର ସଭାପତି ଓକିଲ ପ୍ରଧାନ, ସଦସ୍ୟ ମିତ୍ର ଭାନୁ ବିଶ୍ୱାଳ, ବିପିନ ପ୍ରଧାନ, ଶରତ ସାହୁ,ପ୍ରଦୀପ ମାହାର, ନିବାସ ପ୍ରଧାନ ପ୍ରମୁଖ ଉଦବୋଧନ ଦେଇ ଏଭଳି ଅଭିନବ କାର୍ଯ୍ୟକ୍ରମ ଅଞ୍ଚଳରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି କହିଥିଲେ । ଗ୍ରାମବାସୀ ନଡିଆ ଗଛଗୁଡିକୁ ରକ୍ଷଣାବେକ୍ଷଣ ନେବାକୁ ସଂକଳ୍ପ ନେଇଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri