ନିଆରା ତିଳତର୍ପଣ: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ନଡ଼ିଆ ଗଛ ରୋପଣ କଲେ ଗ୍ରାମବାସୀ

ବରଗଡ଼ ୨୨।୯(ପ୍ରେମାନନ୍ଦ ଖମାରୀ): ପବିତ୍ର ମହାଳୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯାଉଥିବାବେଳେ ବରଗଡ଼ ଜିଲା କଳାପାଣି ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ଗ୍ରାମବାସୀ ନିଆରା ଶୈଳୀରେ ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗ୍ରାମର ବୋହୂ ଓ ଝିଅମାନେ ସମବେତ ହୋଇ ଗାଁ ମୁଣ୍ଡ ମହାଦେବ ମନ୍ଦିର ପୋଖରୀ ହୁଡାରେ ନଡିଆ ଗଛ ରୋପଣ କରିଛନ୍ତି। ଏହି ନିଆରା କାର୍ଯ୍ୟକ୍ରମରେ ବରଗଡ଼ କବି, କଳାକାର, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଶିକ୍ଷକ, ଖବରଦାତା ତଥା ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇଥିଲେ । ପୂର୍ବାହ୍ନରେ ବୁଦେଲପାଲି ସ୍କୁଲ ସାମ୍ନାରୁ ନ ଗଛ ସହ ଏକ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା । ଏଥିରେ ଗାଁର ସଂକୀର୍ତ୍ତନ୍ୟ ଦଳ, ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟା ଓ ଗ୍ରାମବାସୀ ସାମିଲ ହୋଇଥିଲେ। ଗାଁ ମୁଣ୍ଡ ମହାଦେବ ମନ୍ଦିରକୁ ଶୋଭାଯାତ୍ରା ପହଂଚିବା ପରେ ସେଠାରେ ପୂଜାର୍ଚ୍ଚନା ସହ ପୋଖରୀ ଆଡିରେ ନଡିଆ ଗଛ ଲଗାଯାଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ କଲ୍ୟାଣୀ ଦାସ, ଉଠାଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ତ୍ରିପାଠୀ, ପାୱାର ଅଫ ଦିବ୍ୟାଙ୍ଗସର ଚେୟାରମ୍ୟାନ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଗଣଦୃଷ୍ଟିର ସମ୍ପାଦକ ଉମେଶ ଚନ୍ଦ୍ର ବିଶ୍ୱାଳ, ବରଗଡ ପଂଚାୟତ କଲେଜର ପୂର୍ବତନ ଅଧ୍ୟକ୍ଷ ପତିତପାବନ ସାହୁ, ଅଧ୍ୟାପିକା ଜୟଶ୍ରୀ ସାହୁ, ଶିକ୍ଷାବିତ ପ୍ରଫୁଲ୍ଲ ସାହୁ, ଜୟ ପ୍ରକାଶ ଶତପଥି, ରମଣୀ ବେହେରା, କବିରାଜ ବୈଦ୍ୟନାଥ ସାହୁ, ଆଇନଜୀବୀ ଜିତୁ ବିଶ୍ୱାଳ, ଶିକ୍ଷାବିତ ଜଶବିର ସିଂ ସାଏନି ଉପସ୍ଥିତ ଥିଲେ। ଏହାସହିତ କବି ହେମନ୍ତ ଦୀପ, ପୂର୍ବତନ ବାୟୁସେନା କର୍ମଚାରୀ ସରୋଜ କୁମାର ମହାପାତ୍ର, ଶିକ୍ଷକ ରମେଶ ପ୍ରଧାନ, ସାମାଜିକ କର୍ମୀ ରାସେଶ୍ୱରୀ ସାହୁ, ମାମି ମିଶ୍ର, ସରପଞ୍ଚ ଖୁଲଣା ପ୍ରଧାନ, ସମିତି ସଭ୍ୟା ବୈଜୟନ୍ତୀ ସାହୁ, ଜନତା ସଂଘର୍ଷ ସମିତିର ସଭାପତି କିଶୋର ଚନ୍ଦ୍ର ସାହୁ, ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ବରଗଡ଼ ପ୍ରଧାନ ଶିକ୍ଷକ ନେପାଲ ଦୁଆନ, ଆର୍ଟ ଅଫ ଲିଭିଙ୍ଗର ଚନ୍ଦ୍ରଶେଖର, ବୁଦେଲପାଲି ବୀର ସୁଭାଷ ଯୁବକ ସଂଘର ସଭାପତି ଓକିଲ ପ୍ରଧାନ, ସଦସ୍ୟ ମିତ୍ର ଭାନୁ ବିଶ୍ୱାଳ, ବିପିନ ପ୍ରଧାନ, ଶରତ ସାହୁ,ପ୍ରଦୀପ ମାହାର, ନିବାସ ପ୍ରଧାନ ପ୍ରମୁଖ ଉଦବୋଧନ ଦେଇ ଏଭଳି ଅଭିନବ କାର୍ଯ୍ୟକ୍ରମ ଅଞ୍ଚଳରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି କହିଥିଲେ । ଗ୍ରାମବାସୀ ନଡିଆ ଗଛଗୁଡିକୁ ରକ୍ଷଣାବେକ୍ଷଣ ନେବାକୁ ସଂକଳ୍ପ ନେଇଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri