ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ଖଜୁରୀପଡ଼ା ୨୮ା୧୧(ବିଦୁର ବେହେରା): ବାରମ୍ବାର ଦାବି ପରେ ଆଡାଶିପଡା ପଞ୍ଚାୟତ ପାଣ୍ଡରାବାଡ଼ି ଗ୍ରାମରେ ୨୦୨୧ରେ ମିନି ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ହୋଇଥିଲା। ଗୃହ ନିର୍ମାଣ ହୋଇ ନ ଥିବାରୁ କେନ୍ଦ୍ର ଆମ ଗାଁ ଆମ ବିକାଶର ଯୁବକ ସଂଘ ଘରେ ଅସ୍ଥାୟୀ ଭାବେ ଚାଲୁ କରିବାକୁ ନିଷ୍ପତ୍ତି ହୋଇଥିଲା। କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରେ ୧୧ଜଣ ପ୍ରାର୍ଥୀ ଆବେଦନ କରିଥିଲେ।

ହେଲେ ଅନିୟମିତତା କରି ଅଙ୍ଗନୱାଡି କର୍ମୀ ନିଯୁକ୍ତି ଦେବାରୁ ନୂତନ କର୍ମୀଙ୍କୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏ ନେଇ ଜିଲାପାଳ, ଅତିରିକ୍ତ ଜିଲାପାଳ ସିଡିପିଓଙ୍କ ନିକଟରେ ଅଭିଯୋଗ କରି ଗ୍ରାମବାସୀ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି। ନବନିଯୁକ୍ତ ଅଙ୍ଗନଓ୍ବାଡି କର୍ମୀଙ୍କୁ ବିରୋଧ କରି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି। ପ୍ରକାଶିତ ବିଜ୍ଞାପନକୁ ସଂଶେଧନ କରିବାକୁ ଦାବି କରିଛନ୍ତି।

ପାଣ୍ଡରା ବାଡ଼ି ଗ୍ରାମରେ ୭୭ ଅନୁସୂଚିତ ଜାତି ପରିବାର ବସବାସ କରନ୍ତି । ପ୍ରକାଶିତ ବିଜ୍ଞାପନ ଅନୁସାରେ ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଇ ନିଯୁକ୍ତି ଦିଆଯାଇଛି। ଗ୍ରାମରେ ଅନୁସୂଚିତ ଜନଜାତି ପ୍ରାର୍ଥୀ ନ ଥିବାରୁ ଅନୁସୂଚିତ ଜନଜାତି ବର୍ଗର ପ୍ରଧାନପଡା ଗାଁର ଶୁଭସ୍ମିତାଙ୍କୁ ନିଯୁକ୍ତି ମିଳିଛି। ତେବେ ପ୍ରକାଶିତ ବିଜ୍ଞାପନକୁ ସଂଶୋଧନ କରି ଏହାକୁ ଅନୁସୂଚିତ ଜାତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହି ନିଯୁକ୍ତି ପ୍ରତିବାଦରେ ଗ୍ରାମର ଲତା ଦିଗାଲ, ସନ୍ତୋଷିନୀ ସାହାଣୀ, ସିତୟା ସାହାଣୀ, ଅବନୀ ସାହାଣୀ, ସରସତୀ ଦିଗାଲ, ପ୍ରଭାସିନୀ ସାହାଣୀ, ଶ୍ରଦ୍ଧାଞ୍ଜଳି ନାୟକ,ପ୍ରତିମା ସାହାଣୀ,ନଳିନୀ ସାହାଣୀ ଯୁବ ଗୋଷ୍ଠୀ ଓ ଓ୍ବାର୍ଡସଭ୍ୟ ପ୍ରଶାନ୍ତ ସାହାଣୀ ଏହି ଅଙ୍ଗନୱାଡି କେନ୍ଦ୍ରରେ ନିଯୁକ୍ତି ପାଇଥିବା କର୍ମୀଙ୍କୁ ବିରୋଧ କରି ତାଲା ପକାଇ ଦେଇଛନ୍ତି।

ଅନ୍ୟପକ୍ଷେ ବିଜ୍ଞାପନରେ ଉଲ୍ଲେଖ ଥିଲା ଯେ, ପ୍ରାର୍ଥୀ କେନ୍ଦ୍ର ଅଧୀନରେ ଥିବା ୱାର୍ଡର ବାସିନ୍ଦା ହୋଇଥିବା ଆବଶ୍ୟକ । ହେଲେ ପାଣ୍ଡରା ବାଡ଼ି ଗ୍ରାମରେ କିପରି ପ୍ରଧାନପଡା ଗ୍ରାମର ମହିଳା ନିଯୁକ୍ତି ପାଇଲେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ସିଡିପିଓ କ୍ରୀଷ୍ଣା କୁମାରୀ ବେହେରାଙ୍କ ପଚାରିବାରୁ ଉଚ୍ଚ ନ୍ୟାୟାଳୟର ଆଦେଶ ଅନୁସାରେ ସରକାରୀ ନିୟମ ଅନୁଯାୟୀ ନିଯୁକ୍ତି ପ୍ରକିୟା ହୋଇଛି। ଏଥିରେ କିଛି ଅନିୟମିତତା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri