ପୋଖରୀ ନାଁ ବଦଳାଇ ଚାଲିଛି ହରିଲୁଟ

ବୁଗୁଡ଼ା,୨୪ା୬(କାଳି ଚରଣ ଦାଶ): ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗଞ୍ଜାମ ଜିଲା ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ତେବେ ଏହି ଯୋଜନାରେ କେଉଁଠି ମେସିନ ଲଗାଇ କାମ କରାଯାଇ କେବଳ କାଗଜ କଲମରେ ଶ୍ରମିକ ନିଯୁକ୍ତି ହେଉଥିବା ବେଳେ କେଉଁଠି କିଛି କାମ ନକରି କେବଳ ମଷ୍ଟର ରୋଲ ପ୍ରସ୍ତୁତି କରି ଲକ୍ଷାଧିକ ଟଙ୍କା ହରିଲୁଟ ହେଉଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ କଳମ୍ବ ପଞ୍ଚାୟତ ଅନ୍ତର୍ଗତ ଦଶୀପୁର ଗ୍ରାମରେ। ଗ୍ରାମର ଜେନାସାହି ବନ୍ଧ ପୁନଃଉଦ୍ଧାର ପାଇଁ ଆର୍ଥିକ ବର୍ଷ ୨୦୨୨-୨୩ରେ ୫ଲକ୍ଷ ଟଙ୍କା ଅଟକଳ କରାଯାଇଛି। ପୂର୍ବରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ପୋଖରୀକୁ ଦଶୀପୁର ବନ୍ଧ ନାମରେ ଦର୍ଶାଯାଇ ଗାର୍ଡ ୱାଲ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିଲ ହୋଇଥିଲା। ପୁଣି ଚଳିତ ବର୍ଷ ଏହି ପୋଖରୀର ନାମ ପରିବର୍ତ୍ତନ କରି ଦଶିପୁର ଜେନା ସାହି ବନ୍ଧ ଭାବେ ନାମକରଣ କରି ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ତେବେ କିଛି ଦିନ ତଳେ ଗାର୍ଡ ୱାଲ ବାହାରେ ମେସିନ ଲଗାଇ କିଛି ମାଟି ଖୋଳା ହେଲା ଏବଂ ଭୂତ ଶ୍ରମିକ ନିୟୋଜିତ କରି ମଷ୍ଟର ରୋଲ ପ୍ରସ୍ତୁତି ଆରମ୍ଭ ହେଲା। ଏ ନେଇ ଗ୍ରାମବାସୀ ଅଭିଯୋଗ କଲା ପରେ କାମ ବନ୍ଦ ହୋଇଗଲା ସିନା ପ୍ରତ୍ୟେକ ଦିନ ଭୂତ ଶ୍ରମିକ ଲଗାଇ ମଷ୍ଟର ରୋଲ ପ୍ରସ୍ତୁତି ଚାଲିଛି ଏବଂ କିଛି କାମ ନ କରି ଦଶୀପୁର ଜେନା ସାହି ପୋଖରୀ ପଙ୍କ ଉଦ୍ଧାର ନାମରେ ମିଥ୍ୟା ବିଲ ମଧ୍ୟ ପ୍ରସ୍ତୁତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ମିଥ୍ୟା ମଷ୍ଟର ରୋଲ ମାଧ୍ୟମରେ ସମୁଦାୟ ୨୩୦ ଜଣ ଶ୍ରମିକ ନିୟୋଜିତ ହୋଇଥିବା ଦର୍ଶାଯାଇ ୨ ଲକ୍ଷ ୨୫ ହଜାର ୮୬୧ ଟଙ୍କା ପ୍ରଦାନ କରାଯାଇ ୧୦୬୪ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ମନରେଗା ୱେବ ସାଇଟରୁ ଗ୍ରାମବାସୀ ଦେଖିବା ପରେ ତାଜୁବ ହୋଇଯାଇଛନ୍ତି। ଗୋଟିଏ ପଟେ କାମ ବନ୍ଦ ଥିବା ବେଳେ କୌଣସି ସୂଚନା ଫଳକ ନ ଲଗାଇ କେବଳ କାଗଜପତ୍ରରେ କାମ ଚାଲିଥିବା ଦର୍ଶାଇ ହରିଲୁଟ ଚାଲିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ବିଡିଓ ବାସୁଦେବ ନାୟକଙ୍କୁ ପଚାରିବାରେ ସେ ଏହାର ତଦନ୍ତ କରିବା ପାଇଁ ଘଟଣାସ୍ଥଳକୁ ଯାଇ ଦେଖିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri