ଖୋଲା କୂଅ ପାଣି ପିଉଛନ୍ତି ଗ୍ରାମବାସୀ

ଯାଜପୁର,୫ା୧(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଐତିହାସିକ ବଳରାମପୁରଗଡ଼ ଗ୍ରାମବାସୀ ଖୋଲା କୂପ ପାଣି ପିଉଛନ୍ତି। ରାଜନୈତିକ ନେତୃବର୍ଗଙ୍କ ଆନ୍ତରିକତାର ଅଭାବ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଦୁର୍ଗମ ଓ ଏକ ମୁଣ୍ଡିଆ ଉପରେ ଅବସ୍ଥିତ ଏହି ଗ୍ରାମର ପାଖାପାଖି ୭୦୦ ଲୋକ ଶୁଦ୍ଧ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ା ଏନେଇ ଗ୍ରାମବାସୀ ବହୁବାର ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧିମାନଙ୍କୁ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ଅନ୍ୟପକ୍ଷେ ବସୁଧା ଯୋଜନାରେ ଏହି ଗ୍ରାମରେ କୌଣସି ପ୍ରକଳ୍ପ ନ ଥାଇ ମଧ୍ୟ ମିଥ୍ୟା ଫଳକ ମାରି ଲକ୍ଷାଧିକ ଟଙ୍କାର ହରିଲୁଟ କରାଯାଇଛି ବୋଲି ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ବଡ଼ଚଣା, ଧର୍ମଶାଳା ଓ ରସୁଲପୁର ବ୍ଲକ ପାଇଁ ନିର୍ମାଣାଧୀନ ମେଗା ଜଳଯୋଗାଣ ପ୍ରକଳ୍ପ ପାଣି ଏହି ଗ୍ରାମକୁ ପହଞ୍ଚିବାର ସମ୍ଭାବନା ନାହିଁ। ତେଣୁ ତୁରନ୍ତ ଏହି ଗ୍ରାମ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ ନ କଲେ ଖୋଲା କୂପର ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ଜଳବାହିତ ରୋଗର ଶିକାର ହେବେ ବୋଲି ଗ୍ରାମବାସୀ କହିଛନ୍ତି।
ଗ୍ରାମବାସୀଙ୍କ କହିବା କଥା, ଆଉ ପ୍ରାୟ ମାସେ ପରେ ଖରାର ପ୍ରକୋପ ଆରମ୍ଭ ହେବ। ସେହି ପରିମାଣରେ ପାନୀୟ ଜଳ ସଙ୍କଟ ଦେଖା ଦେବ। ଏଥିଯୋଗୁ ଭୂତଳ ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବ। ଫଳରେ ଖୋଲାକୂଅ, ନଳକୂପ, ନଈ, ପୋଖରୀ ସବୁ ଶୁଖି ଯିବ। ଏହି ଗ୍ରାମରେ ୨ଟି ନଳକୂପ ଥିଲେ ହେଁ ଗୋଟିଏ ଅଚଳ ହୋଇ ପଡିଛି। ଅନ୍ୟ ନଳକୂପରେ ଗ୍ରାମବାସୀଙ୍କୁ ଆବଶ୍ୟକ ପରିମାଣର ଜଳ ଯୋଗାଇ ପାରୁନାହିଁ। ପୁଣି ଉଚ୍ଚ ସ୍ଥାନରେ ଏହି ଗ୍ରାମଟି ଥିବାରୁ ଲୋକେ ଶୁଦ୍ଧ ପାଣି ଟିକକ ପାଇଁ ନୟାନ୍ତ ହେବେ। ନିକଟସ୍ଥ ଖୋଲା କୂପ, ବାଲି ଚୂଆ ଆଦି ସ୍ଥାନରୁ ଜଳ ସଂଗ୍ରହ କରିବାକୁ ଗ୍ରାମାଞ୍ଚଳ ଲୋକେ ବାଧ୍ୟ ହେବେ। ଯଦିଓ ଏହାର ଗୁଣ ପାନୀୟ ଜଳ ମାନକ ପର୍ଯ୍ୟନ୍ତ ନୁହେଁ, ତଥାପି ସେହି ଖୋଲା କୂପଗୁଡ଼ିକର ପାଣି ପିଇବାକୁ ଲୋକଙ୍କୁ ଆଉ ବିକଳ୍ପ ବ୍ୟବସ୍ଥା ମିଳିବ ନାହିଁ। କେବଳ ବଳରାମପୁରଗଡ଼ ନୁହେଁ ଜିଲାରେ ଏଭଳି ଶତାଧିକ ଗ୍ରାମବାସୀ ଖୋଲା କୂଅ ଉପରେ ନିର୍ଭର କରୁଛନ୍ତି ବୋଲି ମତପ୍ରକାଶ ପାଇଛି।
ଯାଜପୁର ଜିଲାର ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଚାଲିଥିବା ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଲକ୍ଷ୍ୟଭ୍ରଷ୍ଟ ହୋଇଛି। ଜିଲାର ରସୁଲପୁର, ବଡ଼ଚଣା ଓ ଧର୍ମଶାଳା ବ୍ଲକବାସୀଙ୍କ ପାଇଁ ୩୫୧.୪୪ କୋଟି ଟଙ୍କାରେ ଏକ ମେଗା ଜଳଯୋଗାଣ ପ୍ରକଳ୍ପ ଚାଲିଛି। କିନ୍ତୁ ନିର୍ଦ୍ଧାରିତ ସମୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ଆଶା ଦିଶୁନାହିଁ, ତେଣୁ ବଳରାମପୁରଗଡ଼ ଭଳି ବହୁ ଗ୍ରାମ ଖୋଲା କୂପ ଉପରେ ଭରସା କରିବେ ବୋଲି ମତପ୍ରକାଶ ପାଇଛି। ପାଇପ୍‌ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାରେ ଅସମର୍ଥ ଆରଡବ୍ଲ୍ୟୁଏସ୍‌ଏସ୍‌ର ଇଞ୍ଜିନିୟର-ଇନ୍‌-ଚିଫ୍‌ ଗତ ୧୯ା୪ା୨୦୨୧ରେ ନଳକୂପ ଓ ଖୋଲା କୂପଗୁଡ଼ିକର ଉନ୍ନତିକରଣ କରିବାକୁ ପରାମର୍ଶ ଦେଇଥିଲେ। ଯେଉଁଠାରେ ଗ୍ରୀଷ୍ମ ସମୟରେ ପାନୀୟ ଜଳ ଯୋଗାଇବା ପାଇଁ କୌଣସି ଉଚ୍ଚତର ତୁରନ୍ତ ବ୍ୟବସ୍ଥା ନାହିଁ, ସେଠାକାର ଖୋଲାକୂପ, ଚହଲା ଇତ୍ୟାଦି ଉତ୍ସକୁ ପୁଣିଥରେ ଖନନ କରାଯାଇପାରେ। ଏକ ପାନୀୟ ଜଳ ଉତ୍ସକୁ ୧.୨ ମିଟର ବ୍ୟାସ ଓ ୨ ରୁ ୨.୫ ମିଟର ଗଭୀର ପର୍ଯ୍ୟନ୍ତ ସିମେଣ୍ଟ ରିଙ୍ଗ ବ୍ୟବସ୍ଥା ସହ କିଛି ଅଧିକ ଗଭୀରତାରେ ଖନନ କରି ସଂରକ୍ଷଣ ସୁବିଧା ସହିତ ଜଳ ଯୋଗାଇବ ବୋଲି ସେ ପରାମର୍ଶ ଦେଇଥିଲେ। ଏହାର ବାହ୍ୟ ବ୍ୟାସ ସହିତ ସର୍ବନିମ୍ନ ଘନତା ୦.୩ ମିଟର ତଳରୁ ଜଳ ଧାରଣ ଉଚ୍ଚତା ପର୍ଯ୍ୟନ୍ତ ରହିବ। ସିମେଣ୍ଟ ରିଙ୍ଗକୁ ପ୍ରାକୃତିକ ଭୂମିସ୍ତରଠାରୁ ୦.୬ ମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାର କରାଯିବ । ଯେପରି କୂଅରେ ଭୂପୃଷ୍ଠ ଜଳ ପ୍ରବେଶ କରିବ ନାହିଁ । ଉପରୋକ୍ତ କାର୍ଯ୍ୟ ସମାପ୍ତ ହେବା ପରେ ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ପର୍ଯ୍ୟାୟ କ୍ରମେ ସେହି କୂଅ ପାଣିକୁ ଶୁଦ୍ଧ କରାଯିବ। ଲୋକମାନଙ୍କୁ କିଛି ବ୍ୟବହାର ଧାରଣା ସହିତ ବ୍ଲିଚିଂ ପାଉଡର ଯୋଗାଇ ଦିଆଯିବ। ତାହା ବି ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହିକ୍ରମରେ ବଳରାମପୁରଗଡ଼ ଗ୍ରାମର ସ୍ମୃତିରଞ୍ଜନ ଧୀର, ଅଜୟ କୁମାର ଧୀର ଓ ଚିତ୍ତରଞ୍ଜନ ଧୀର ପ୍ରମୁଖ କହିଛନ୍ତି ବଳରାମପୁରଗଡ ଏବେ ନଗଡାର ରୂପ ନେବାକୁ ଯାଉଛି। ଏଠାରେ ସରକାରଙ୍କ ବିଭିନ୍ନ ଯୋଜନା ଅପହଞ୍ଚ। ଏବେ ଶୁଦ୍ଧ ପାଣି ଟିକକ ପାଇଁ ଲୋକେ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ କ୍ଷେତ୍ରମୋହନ ସାହୁଙ୍କୁ ପଚାରିବାରୁ ମେଗା ଜଳ ଯୋଗାଣ ପ୍ରକଳ୍ପ ଚାଲିଛି, କାମ ସାରିବାକୁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉଛି। ବଳରାମପୁରଗଡ଼ ଗ୍ରାମରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ସେ ଅବଗତ ଅଛନ୍ତି। ସଂପୃକ୍ତ ଯନ୍ତ୍ରୀଙ୍କୁ ଏଥିପାଇଁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri