ପ୍ରାଥମିକ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଗ୍ରାମବାସୀ

ପଟ୍ଟାମୁଣ୍ଡାଇ,୧୨।୩(ସ୍ବ.ପ୍ର.): ସରକାର ଗ୍ରାମପଞ୍ଚାୟତ ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଏଏନ୍‌ଏମ୍‌ କେନ୍ଦ୍ର ସ୍ଥାପନ କରିଛନ୍ତି। ଲୋକଙ୍କୁ ନିଜ ଘର ପାଖରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ହେଲେ ଦାୟିତ୍ୱରେ ଥିବା କେତେଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱହୀନ କାର୍ଯ୍ୟାନୁଷ୍ଠାନ ଯୋଗୁ ଲୋକମାନେ ପ୍ରାଥମିକ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ସରକାରଙ୍କ ପକ୍ଷରୁ ଲୋକଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ଔଷଧ, ସ୍ବାସ୍ଥ୍ୟ ବିଭାଗ ବା ଏଏନ୍‌ଏମ୍‌ କେନ୍ଦ୍ରର କର୍ମଚାରୀଙ୍କ ରହିବା ପାଇଁ ଗୃହ ଓ ଅନ୍ୟାନ୍ୟ ସମସ୍ତପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ହେଲେ ପ୍ରାଥମିକ ଚିକିତ୍ସା ସେବା ପାଇବାରୁ ଗ୍ରାମବାସୀ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି।
ଏଠାରେ ପଟ୍ଟାମୁଣ୍ଡାଇ ବ୍ଲକର ଖଡ଼ଇଣ୍ଟା ଗ୍ରାମ ପଞ୍ଚାୟତକୁ ଉଦାହରଣ ଭାବେ ନିଆଯାଇଛି । ଉକ୍ତ ପଞ୍ଚାୟତର ୬ ଖଣ୍ଡ ଗ୍ରାମର ଲୋକେ ଖଡିଅଣ୍ଟା ଏଏନ୍‌ଏମ୍‌ କେନ୍ଦ୍ର ଉପରେ ନିର୍ଭର କରନ୍ତି। ଏହି କେନ୍ଦ୍ରକୁ ଦାୟିତ୍ୱରେ ଥିବା କର୍ମଚାରୀ ଆସୁ ନ ଥିବା ବେଳେ ସୁପରଭାଇଜର ପରିଚାଳନା କରୁଛନ୍ତି। ସୁପରଭାଇଜର ବି ନିୟମିତ ଆସୁ ନ ଥିବାରୁ ଉକ୍ତ କେନ୍ଦ୍ର ପରିତ୍ୟକ୍ତ ଅବସ୍ଥାରେ ରହିଛି। ଗତ ୪୦ ବର୍ଷ ତଳେ ଲୋକମାନଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏହି କେନ୍ଦ୍ର ସ୍ଥାପନ କରାଯାଇଥିଲା। ଦାୟିତ୍ୱରେ ଥିବା କର୍ମଚାରୀମାନେ ସେହି କେନ୍ଦ୍ରକୁ ପରିଚାଳନା କରି ଆସୁଥିଲେ। ହେଲେ ଗତ ୨ ବର୍ଷ ହେବ ଉକ୍ତ କେନ୍ଦ୍ରରେ ଅବ୍ୟବସ୍ଥା ଲାଗି ରହିଛି। ଦାୟିତ୍ୱରେ ଥିବା କର୍ମଚାରୀ ନିୟମିତ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁନାହାନ୍ତି ା ଫଳରେ ଗର୍ଭବତୀ ଓ ପ୍ରାଥମିକ ଚିକିତ୍ସା ପାଇଁ ଲୋକମାନେ ହଇରାଣ ହେଉଛନ୍ତି। ଜରୁରୀ ଆବଶ୍ୟକ ପଡିଲେ ଲୋକମାନେ ୮ କି.ମି. ଦୂର ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ଯାଉଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ନିରାକାର ପରିଡ଼ାଙ୍କୁ ଏହି ଅଭିଯୋଗ ସମ୍ପର୍କରେ ପ୍ରଶ୍ନ କରିବାରୁ ସେ କୁହନ୍ତି, ଉକ୍ତ ଅଞ୍ଚଳର ରୋଗୀ ଏଠାରେ ଆସି ଭଲ ଚିକିତ୍ସା ସୁବିଧା ପାଉଛନ୍ତି। ଏଏନ୍‌ଏମ୍‌ ଦିଦି କିଛିଦିନ ଛୁଟିରେ ଥିଲେ। ଏଏନ୍‌ଏମ୍‌ କେନ୍ଦ୍ରକୁ ସେ ନିୟମିତ ଯିବାଆସିବା କରିବା କୌଣସି ଆବଶ୍ୟକତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri