ନାବାଳକଙ୍କ ମୃତଦେହ ଜବତ ମାମଲା: ଦୁଇ ଜଣଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

କେନ୍ଦୁଝର,୩୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ କରଙ୍ଗାଡିହି ଗ୍ରାମର ରଙ୍ଗାଧର ମହାକୁଡଙ୍କ ପୁଅ ଫକିର ମହାକୁଡ(୮) ମୃତ୍ୟୁର କାରଣ ଅଦ୍ୟାବଧି ଜଣାପଡିନାହିଁ। ଏଭଳିସ୍ଥିତିରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଆସୁଥିଲେ। ଫକିରଙ୍କୁ ହତ୍ୟା କରାଯାଇଥିବା ଏବଂ ଏହା ପଛରେ ଗ୍ରାମର କେତେକ ବ୍ୟକ୍ତି ସମ୍ପୃକ୍ତିକୁ ନେଇ ଗ୍ରାମବାସୀ ସନ୍ଦେହ ପ୍ରକଟ କରିଥିଲେ। ରବିବାର ଗ୍ରାମବାସୀ ସନ୍ଦେହ କରୁଥିବା ମୃତ ଶିଶୁଙ୍କ ବାପା ଓ ଅନ୍ୟ ଜଣେ ପଡୋଶୀଙ୍କୁ ଅଟକ ରଖି ପୋଲିସ ଜିମା ଦେଇଥିଲେ। ଏନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚି ଅଟକ ଦୁଇ ଜଣଙ୍କୁ ଉଦ୍ଧାର କରି ଥାନାକୁ ନେଇ ଅଧିକ ପଚରାଉଚରା କରୁଛି।

ଗ୍ରାମବାସୀ ରବିବାର ସକାଳେ ମୃତ ନାବାଳକଙ୍କ ପିତା ରଙ୍ଗାଧର ଏବଂ ପଡୋଶୀ ବିଦ୍ୟାଧର ଦେହୁରୀଙ୍କୁ ଗାଁ ମଣ୍ଡପ ଅସମ୍ପୂର୍ଣ୍ଣ ଏକ ପିଲାରରେ ବାନ୍ଧି ଅଟକ ରଖି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ କାଞ୍ଜିପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା।

ସୂଚନା ଯୋଗ୍ୟ, ରଙ୍ଗାଧାରଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ କିଛି ମାସ ତଳେ ପୁଣି ଜଣେ ମହିଳାଙ୍କୁ ବିବାହ କରିଥିଲେ। ଏନେଇ ପୁଅକୁ ମାରି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ। ଏ ରବିବାର ଗ୍ରାମବାସୀ ନାବାଳକଙ୍କ ପିତା ରଙ୍ଗାଧର ଏବଂ ପଡୋଶୀ ବିଦ୍ୟାଧରଙ୍କୁ ଅଟକ ରଖିଥିଲେ। ଏପରିକି ମୃତ ନାବାଳଙ୍କ ସାବତ ମା’ଙ୍କୁ ମଧ୍ୟ ପୋଲିସ ଜିମା ଦେଇଥିଲେ।

ପ୍ରକାଶ ଯେ, ନିଖୋଜ ହେବାର ୩ ଦିନ ପରେ ନାବାଳକ ଫକିରଙ୍କ ଗଳିତ ମୃତଦେହ ଘରଠାରୁ ପ୍ରାୟ ୫୦୦ମିଟର ଦୂରରୁ ଜବତ ହୋଇଥିଲା। ଏନେଇ କରଙ୍ଗାଡିହି ସରପଞ୍ଚ ବରୁଣ ଦେହୁରୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଥିଲ। ସେତିକିବେଳେ ବାପା ରଙ୍ଗାଧର ପୁଅଙ୍କୁ ବଳି ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।

ଅନ୍ୟପକ୍ଷେ ନାବାଳକଙ୍କ ଦେହର ପିଠି ଭାଗରେ ଗଭୀର ଆଘାତ ଲାଗି ଥିବାରୁ ଏହା ସୁପରିକଳ୍ପତି ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଥିଲା। ଏନେଇ କାଞ୍ଜିପାଣି ପୋଲିସ ଏକ ମାମଲା(ନଂ.୩୬/୨୩) ରୁଜୁ କରିଥିଲା। ଘଟଣା ସମ୍ପର୍କରେ କାଞ୍ଜିପାଣି ଥାନା ଅଧିକାରୀ ସେଖ୍‌ ଆଜାରୁଦ୍ଦିନଙ୍କୁ ପଚାରିବାରୁ ଗ୍ରାମବାସୀଙ୍କଠାରୁ ୨ଜଣଙ୍କୁ ପୋଲିସ ଉଦ୍ଧାର କରି ତଦନ୍ତ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri