ଋଷିକୂଲ୍ୟା ନଦୀରୁ ଆନ୍ଧ୍ରକୁ ବାଲି ଚୋରାଚାଲାଣ ବେଳେ ୨ ଗାଡ଼ିକୁ ଧରିଲେ ଗ୍ରାମବାସୀ

ଛତ୍ରପୁର,୨୧।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା ନଦୀର ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେଉଥିବା ନେଇ ବହୁବାର ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲା। ପ୍ରଶାସନ ନ ଶୁଣିବାରୁ ଶେଷରେ ଗ୍ରାମବାସୀ ବେଆଇନ ଭାବେ ଛତ୍ରପୁର ଥାନା ଗୋବା ଗ୍ରାମରୁ ବାଲି ଧରି ଯାଉଥିବା ବେଳେ ଦୁଇ ଗାଡ଼ିକୁ ଧରିଥିଲେ । ଖବରପାଇ ଛତ୍ରପୁର ପୋଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଋଷିକୂଲ୍ୟା ନଦୀଘାଟରୁ ରାତି ସମୟରେ ବେଆଇନ ଭାବେ ବାଲି ଆନ୍ଧ୍ର ଯାଉଥିବା ନେଇ ବହୁବାର ଖବର ପ୍ରକାଶିତ ହୋଇଥିଲେ ହେଁ ଏଯାବତ୍‌ ବାଲି ମାଫିଆଙ୍କର ମୁଖ୍ୟ କିଏ ଟେର ପାଉନି ପୋଲିସ କିମ୍ବା ଜିଲା ପ୍ରଶାସନ । ଏହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି l