ବିପର୍ଯ୍ୟୟ ମୁକାବିଲା ପାଇଁ ଏକାଠି ହେଲେ ଗ୍ରାମବାସୀ, ସୁରକ୍ଷିତ ରହିବାକୁ ନେଲେ ଏମିତି ପଦକ୍ଷେପ

ଦାରିଙ୍ଗବାଡ଼ି,୨୩ା୧୦(ଅରୁଣ ସାହୁ): ବନ୍ୟା-ବାତ୍ୟା ଭଳି ବିପର୍ଯ୍ୟୟ ଲୋକଙ୍କ ଧନଜୀବନ ଉପରେ କୁପ୍ରଭାବ ପକାଇଛି। ଅନେକ ସ୍ଥାନରେ ବର୍ଷା ହେବା କ୍ଷଣି ଭୂସ୍ଖଳନ ଭଳି ବିପର୍ଯ୍ୟୟ ଏବେ ଚିନ୍ତାର କାରଣ ସାଜିଛି। ଏବେ ବିପଦ ସମୟରେ କିଭଳି ମୁକାବିଲା କରାଯିବ ବିଶେଷ କରି ଜଳବାୟୁ ପରିବର୍ତ୍ତନ ଯୋଗୁ ଘଟୁଥିବା ବିପର୍ଯ୍ୟୟକୁ ପରିଚାଳନା ପାଇଁ କମିଟି ଗଠନ କରାଯାଇଛି।

ଏହି ଅବସରରେ ଭ୍ରମରବାଡ଼ି ପଞ୍ଚାୟତ ଡମ୍‌ପ୍ଲିଉ ଗ୍ରାମରେ ଓ୍ବାର୍ଡ ସଭ୍ୟ ଜୁନସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ଜାଗୃତି ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ଧନେଶ୍ୱର ସାହୁ ବିପର୍ଯ୍ୟୟ ସମୟରେ ସାମାଜିକ ସୁରକ୍ଷା ନିଜର ସୁରକ୍ଷା ସହ କିଭଳି ଧନ ଜୀବନର ସୁରକ୍ଷା ଦିଆଯାଇପାରିବ ସେନେଇ ପରିଚାଳନା କମିଟିର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ। ଏହା ପରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କରାଯାଇଥିଲା। କମିଟିର ମୁଖ୍ୟ କାର୍ଯ୍ୟ ହେଲା ଗ୍ରାମର ସମ୍ବଳ ଆକଳନ କରାଯିବା ସହ ବିପଦ ସ୍ଥାନ ଚିହ୍ନଟ ସହ ସୁରକ୍ଷିତ ରହିବା ପାଇଁ ଗୃହ ଚିହ୍ନଟ କରିବ ପରିଚାଳନା କମିଟି। ସେହିପରି ଗ୍ରାମକୁ କିଭଳି ବିପର୍ଯ୍ୟୟ ସମୟରେ ସହାୟତା କରିବା ନେଇ ଏହି କମିଟି କାର୍ଯ୍ୟ କରିବ ବୋଲି କୁହାଯାଇଛି।

ସେହିପରି ସମସ୍ତ କମିଟି ଗଠନ କରାଯାଇଥିବା ଅଞ୍ଚଳ ଓ ସମ୍ଭାବିତ ବିପର୍ଯ୍ୟୟ ଅଞ୍ଚଳରେ ୨୦ ବର୍ଷର ଇତିହାସ ଉପରେ ଆଲୋଚନା କରାଯାଇଥିଲା। ବିଗତ ୨୦ ବର୍ଷର ବିପର୍ଯ୍ୟୟ ଓ ପାଣିପାଗ, ଜନସଂଖ୍ୟା, ଗୃହ ସଂଖ୍ୟା ଆଦି ତଥ୍ୟ ସଂଗ୍ରହ କରାଯାଉଛି। ଏହି ତଥ୍ୟକୁ ନେଇ ସମସ୍ତ ଯୋଜନା ପ୍ରସ୍ତୁତ କରାଯାଉଥିବା କୁହାଯାଇଛ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆନ୍ତରଙ୍ଗ ଯୁବ ସଂଘର ସଦସ୍ୟ ଅବସଲାମ ପ୍ରଧାନ, ଗାଁ ସଭାପତି ନରେଶ ପ୍ରଧାନ, ଏସ୍‌ଏଚ୍‌ଜିର ବାସନ୍ତୀ ପ୍ରଧାନ, ନମିତା ପ୍ରଧାନ, ଆଇବ ପ୍ରଧାନ, ପବିତ୍ର ପ୍ରଧାନ, ଆଞ୍ଚଳିକ ରିସର୍ସ ପର୍ସନ ଲିଜା ପ୍ରଧାନଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri