ଶୁଣିଲାନି ପ୍ରଶାସନ: ୩ କିମି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଶହଶହ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି ଗ୍ରାମରେ।

ପ୍ରକାଶ ଯେ, ସିମନବାଡ଼ି ପଞ୍ଚାୟତଠାରୁ ମାତ୍ର ୩ କିଲୋମିଟର ଦୂରତାରେ ରହିଛି। ଏହି ଗ୍ରାମ ସେଠାରେ ଶତାଧିକ ପରିବାର ଅନୁସୂଚିତ ଜନଜାତି ଏବଂ ସାଧାରଣବର୍ଗର ଜନସାଧାରଣ ସେମାନଙ୍କ ପାଇଁ ରୋଜଗାର କହିଲେ ଏକମାତ୍ର ଚାଷ ତଥା ହଳଦୀ, ସୋରିଷ କାନ୍ଦୁଲ, ତିଳା ଆଦି। ତେବେ ଚାଷ ପାଇଁ କୌଣସି ଜଳସେଚନର ବ୍ୟବସ୍ଥା ନ ଥିବା ବେଳେ ଗାଁକୁ ସବୁଦିନିଆ ଭଲ ରାସ୍ତାଟିଏ ମଧ୍ୟ ନାହିଁ। ଗାଁକୁ ଯିବାକୁ ୨ଟି ନଦୀ ଓ ନାଳ ରହିଛି। କିନ୍ତୁ ପକ୍କା ରାସ୍ତା ନ ଥିବାରୁ ସେହିଗ୍ରାମକୁ କୌଣସି ଆମ୍ବୁଲାନ୍ସ ଯିବା ମଧ୍ୟ ମୁସ୍କିଲ ବର୍ଷାଦିନ ଆସିଲେ ଅଞ୍ଚଳବାସୀ ୩ କିମି ଏହି କଚ୍ଚା ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଉଛି। ଅଧିକ ଖର୍ଚ୍ଚାନ୍ତରେ ଅନ୍ୟ ରାସ୍ତାରେ ବୁଲିକି ପ୍ରାୟ ୮ କିଲୋମିଟର ଯିବାକୁ ପଡୁଛି। ଫଳରେ ପିଡିଏସ୍‌ ଚାଉଳ ହେଉ କି ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ସେମାନେ ସିମନବାଡ଼ି, ଦାରିଙ୍ଗବାଡ଼ି କିମ୍ବା ଫୁଲବାଣୀ ଯିବାକୁ ଗାଁରୁ ବାହାରିଲେ ସେହି ୩ କିମି କଚ୍ଚା ରାସ୍ତାରେ ଯାତାୟାତ କରୁଛନ୍ତି। ଗାଁକୁ ଆମ୍ବୁଲାନ୍ସ କିମ୍ବା ଜରୁରୀକାଳିନ ପରିସ୍ଥିତିରେ ଦମକଳ ହେଉ କି ଅନ୍ୟ କିଛି ଗାଡ଼ି ୮ କିଲୋମିଟର ବୁଲିବୁଲି ସେଠାକୁ ଯିବାକୁ ପଡୁଛି। ପିଡିଏସ୍‌ ପାଇଁ ମଧ୍ୟ ସେ ସମାନ ଦୂରତା ଯିବାକୁ ପଡୁଛି ବୋଲି ଗ୍ରାମର ମୁଖିଆ ରାମଦେଉ ପ୍ରଧାନ, ଦିଲୀପ କୁମାର ପ୍ରଧାନ, ଜଗଦୀଶର ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନେ ଏହି ୩ କିଲୋମିଟର ରାସ୍ତା ସମ୍ପ୍ରସାରଣ ପାଇଁ ପଞ୍ଚାୟତ ଅଧିକାରୀଙ୍କଠାରୁ ଆରମ୍ଭ କରି ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କରିଛନ୍ତି।

ସେହିପରି ବିଧାୟକ, ଏମ୍‌ପିଙ୍କୁ ମଧ୍ୟ ବହୁବାର ଜଣାଇଥିଲେ ମଧ୍ୟ ଫଳ ଶୂନ। ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଗାନ୍ଧୀ ସୁରକ୍ଷା କମିଟି ପକ୍ଷରୁ ଗାଁ ରାସ୍ତା ମରାମତି କରାଯାଇଛି। ରାସ୍ତାକଡ଼ରେ ଥିବା ଲତାବୁଦାକୁ କଟାଯିବା ସହ ଖାଲଢିପକୁ ସମତଳ ପାଇଁ ମାଟି ଖୋଳି ପକାଯାଇ ଗାତକୁ ପୋତାଯାଇଛି।

ଏନେଇ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଉକ୍ତ ରାସ୍ତା ପାଇଁ ୬ ଲକ୍ଷ ଟଙ୍କା ଅନୁଦାନ ରହିଛି କିନ୍ତୁ ଉକ୍ତ ଅର୍ଥରେ ମେଟାଲ ବିଛାଯିବାକୁ ଯୋଜନା ରହିଛି ବୋଲି କହିଛନ୍ତି। ତେବେ ପଞ୍ଚାୟତ କାହିଁକି କାର୍ଯ୍ୟ କରିବାରେ ବିଳମ୍ବ କରୁଛି ବୋଲି ପ୍ରଶ୍ନରେ ସେ କହିଛନ୍ତି ମେଟାଲ ବିଛେଇଲେ ଉକ୍ତ ରାସ୍ତାରେ ପୁଣି ବର୍ଷା ଯୋଗୁ ନଷ୍ଟ ହୋଇଯିବ। ତେଣୁ ପିଚୁ ରାସ୍ତା ହେଲେ ସେହି ରାସ୍ତା ଭଲ ହେବ।

ଏନେଇ ଗ୍ରାମ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଉକ୍ତ ରାସ୍ତା ପଞ୍ଚାୟତ ଅଧୀନରେ ରହିଛି, ତେଣୁ ରାଜ୍ୟର ଅନୁଦାନରେ ପକ୍କା ରାସ୍ତା ନିର୍ମାଣ ହୋଇପାରିବ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଉକ୍ତ କାର୍ଯ୍ୟ ହୋଇପାରିବନି ବୋଲି ସେ କହିଛନ୍ତି। ଏନେଇ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି, ସେ ଏବେ ନୂଆରେ ଏଠି ନିଯୁକ୍ତି ପାଇଛନ୍ତି। ସେ ଏବେ ଶୁଣିଲେ ଖୁବ୍‌ଶୀଘ୍ର ଉକ୍ତ ରାସ୍ତା ସମ୍ପ୍ରସାରଣ ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri