ପ୍ରାର୍ଥୀଙ୍କୁ ପିଟିଲେ

ଚିକିଟି,୧୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ସୁନାପୁର ପଞ୍ଚାୟତର ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଗ୍ରାମବାସୀ ମାଡ଼ମାରି ଥିବା ଜଣାପଡିଛି। ପ୍ରାର୍ଥୀ ଜଣକ ୪ଟି ବାଇକ୍‌ରେ କିଛି ଯୁବକଙ୍କୁ ଧରି ଗାଁକୁ ଆସି ଗାଳିଗୁଲଜ କରିଥିଲେ। ସୁନାପୁର ଗାଁବାସୀ ଏକାଠି ହୋଇ ସମ୍ପୃକ୍ତ ପ୍ରାର୍ଥୀଙ୍କ ସମେତ ସହକର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ପରେ ସମସ୍ତେ ଦୌଡ଼ି ଫେରାର ହୋଇଯାଇଥିଲେ। ଏହି ସମ୍ପର୍କରେ ଥାନା କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।