କଣ୍ଟାବାଞ୍ଜି,୧୮।୮: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ବିରିପାଲ୍ଲୀ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ହଟହଟା ହୋଇଛି। ଉଦ୍ଧାର ବେଳେ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ମୁତାବକ, ୫ ଦିନ ତଳେ ପ୍ରେମୀ ଯୁଗଳ ଫେରାର୍ ହୋଇଯାଇଥିଲେ। ଏନେଇ ଝିଅ ଘର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ସୂଚନା ପାଇ ପୋଲିସ ବିରିପାଲ୍ଲୀ ଗାଁରେ ପହଞ୍ଚି ଏକ ଘରୁ ଫେରାର ଥିବା ପୁଅ-ଝିଅଙ୍କୁ ଉଦ୍ଧାର କରିଥିଲା। ହେଲେ ଉଦ୍ଧାର ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଝିଅ ଘର ଲୋକ ଯୁବକଙ୍କୁ ଆକ୍ରମଣ କରିଥିଲେ। ସେତିକିବେଳେ ପୋଲିସ ଅଟକାଇବାରୁ ଗ୍ରାମବାସୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅନ୍ୟପକ୍ଷେ ପୋଲିସକୁ ଆକ୍ରମଣ ଅଭିଯୋଗରେ ଥାନାରେ ଏକ ମାମଲା ରୁଜୁ ହୋଇଛି।


