ଭୋଟ ବର୍ଜନ କରିବେ ନଦୀ କୂଳିଆ ଗ୍ରାମବାସୀ

ପାପଡ଼ାହାଣ୍ଡି,୨୦ା୧୦(ଡି.ଏନ୍‌.ଏ.): ପ୍ରତ୍ୟେକ ବର୍ଷ ନିର୍ବାଚନ ଆସିଲେ ନଦୀରେ ପୋଲଟିଏ ହେବା ଲାଗି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ମିଳେ। ନିର୍ବାଚନ ସରିଗଲେ ଗାଁରେ ଆଉ କାହାର ପାଦ ପଡ଼େନାହିଁ। ନଦୀରେ ଯାତାୟାତ ଲାଗି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନଦୀ ପାର୍ଶ୍ୱସ୍ଥ ଗ୍ରାମବାସୀ। ତେଣୁ ପୋଲ ନ ହେଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଭୋଟର।

ଏପରି ଏକ ସମସ୍ୟା ଦୀର୍ଘଦିନ ହେଲା ରହିଆସିଛି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସୀମାନ୍ତ ମାଝିଗୁଡ଼ା ପଞ୍ଚାୟତ ଓ ଝରିଗାଁ ବ୍ଲକ ଚେପିଟିଆମ୍ବ ପଞ୍ଚାୟତ ଯାଇଥବା ଅଙ୍ଗିନଦୀ ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକରେ। ମାଝିଗୁଡ଼ା ପଞ୍ଚାୟତର ଲଦି, ଗୀର୍ଲ୍ଲାଗୁଡା, ବଣ୍ଡକା ଲଦି, ମୁଣ୍ଡାଗୁଡ଼ା ଓ ଝରିଗାଁ ବ୍ଲକର ଚେପିଟିଆମ୍ବ, କରମଚନ୍ଦ ଗୁଡ଼ା, ଚିତାପାରା ଗାଁର ପ୍ରାୟ ୪ ହଜାର ଭୋଟର ଆଗାମୀ ଭୋଟ୍‌ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଅଙ୍ଗୀ ନଦୀରେ କୌଣସି ପୋଲ ହୋଇ ନ ଥିବାରୁ ଉଭୟ ପାର୍ଶ୍ୱରେ ବସବାସ କରୁଥିବା ପ୍ରାୟ ୪୦୦୦ ଲୋକଙ୍କ ଜୀବନ ଉପରେ ପ୍ରଭାବ ପଡୁଛି। ଏହି ନଦୀ ଦେଇ ପ୍ରସିଦ୍ଧ କେଲିଆ ଶୈବପୀଠ ନିକଟତମ ହୋଇଥିବାରୁ କଳାହାଣ୍ଡିରୁ ଭକ୍ତ ଯିବା ଆସିବା କରିଥାନ୍ତି। ଲଦି ଗ୍ରାମରେ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ଯାଏ ପିଲାମାନେ ପାଠ ପଢ଼ିବେ। ପୁଣି ଅଷ୍ଟମ ଶ୍ରେଣୀ ପଢ଼ିବାକୁ ହେଲେ ଉକ୍ତ ନଦୀ ଡେଇଁ ଜୀବନକୁ ବାଜିଲଗାଇ ନଦୀ ଅପରପାର୍ଶ୍ୱ ଚେପଟିଆମ୍ବ ଗାଁକୁ ପିଲାମାନେ ଯାଉଛନ୍ତି। ଅତ୍ୟଧିକ ଜଳପ୍ରଭାବ ହେଲେ ପିଲାଙ୍କ ପାଠପଢ଼ା ବନ୍ଦ। ଉକ୍ତନଦୀରେ ପଡ଼ି କେତେ ଗୋରୁଗାଈ ଭାସି ଗଲେଣି ତ କେତେ ଲୋକ ପଡ଼ି ଗୋଡ଼ହାତ ଭାଙ୍ଗିଲେଣି।

ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ନେତାମନ୍ତ୍ରୀ ମଧ୍ୟ ଏହି ବିଷୟରେ ଅବଗତ ଅଛନ୍ତି। କିନ୍ତୁ ଏଥିପ୍ରତି କାହାର ନିଘା ନାହିଁ। ଚଳିତ ମାସ ଶେଷ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିଲେ ଆସନ୍ତା ନିର୍ବାଚନରେ ଭୋଟ୍‌ ବର୍ଜନ କରିବେ ବୋଲି ନଦୀ ଉଭୟ ପାର୍ଶ୍ୱର ଗ୍ରାମବାସୀ ମନଧର ପୂଜାରୀ, ମନବୋଧ ଯାନୀ, ଅର୍ଜୁନ ଯାନୀ, ଧୋବା ଯାନୀ (ୱାର୍ଡ ମେମ୍ବର ), ମିନାକ୍ଷୀ ହରିଜନ, ହରି ଗଉଡ଼, ଆନନ୍ଦ ହିଆଲ, କୁମର ଯାନୀ ପ୍ରମୁଖ କଡ଼ା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri