ଅଶାନ୍ତ ଗାଁ: ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ

ଭୋଗରାଇ,୨୦ା୯(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଗୋପୀନାଥପୁର ପଞ୍ଚାୟତ ଉକ୍ତ ଗ୍ରାମର ସରକାରୀ ଜାଗା ମାପଚୁପକୁ କେନ୍ଦ୍ର କରି ଶୁକ୍ରବାର ମଧ୍ୟାହ୍ନରେ ଗ୍ରାମବାସୀଙ୍କ ସହିତ ପ୍ରଶାସନ ମୁହାଁମୁହିଁ ହୋଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରଶାସନ ଓ ଗ୍ରାମବାସୀଙ୍କ ଦୀର୍ଘସମୟ ଯୁକ୍ତିତର୍କରେ ଆଇନଶୃଙ୍ଖଳା ବିଗିଡିଯାଉଥିବା ବେଳେ ପ୍ରଶାସନର ଉପସ୍ଥିତ ବୁଦ୍ଧି ଓ ପ୍ରତିଶ୍ରୁତି ପରେ ଉତ୍ତେଜିତ ଗ୍ରାମବାସୀ ନରମିଥିଲେ।
ସୂଚନାନୁଯାୟୀ, ଗୋପୀନାଥପୁର ଗ୍ରାମର କେତେକ ସରକାରୀ ଜାଗା ଚି଼ହ୍ନଟ ଓ ଉଚ୍ଛେଦ ନିମନ୍ତେ ଗ୍ରାମର ଏକ ଗୋଷ୍ଠୀ ଜିଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ଗ୍ରାମର ଅନ୍ୟ ଏକ ବଡ଼ ଗୋଷ୍ଠୀ ମଧ୍ୟ ଅନୁରୂପ ଭାବେ ଗ୍ରାମର ସମସ୍ତ ସରକାରୀ ଜାଗା ଚି଼ହ୍ନଟ ଓ ଉଚ୍ଛେଦ ନିମନ୍ତେ ଦାବି ରଖିଥିଲେ। ଏହି ସରକାରୀ ଜାଗାକୁ ନେଇ ୨୦୨୩ ମସିହାରୁ ଗ୍ରାମରେ ବିବାଦ ଲାଗି ରହିଥିଲା। ସରକାରୀ ସ୍ତରରେ ୩ଥର ମାପଚୁପ ହୋଇଥିଲେ ମଧ୍ୟ ସମାଧାନର ରାସ୍ତା ଫିଟି ନ ପାରି ଗ୍ରାମରେ ଅସନ୍ତୋଷ କୁହୁଳିଥିଲା। ଉକ୍ତ ଗ୍ରାମର ୪ଟି ଘରବାଡି ସରକାରୀ ଜାଗା ଅବରୋଧ କରାଯାଉଥିବା ଏକ ଗୋଷ୍ଠୀ ପ୍ରଶାସନ ଓ କୋର୍ଟରେ ପିଟିସନ କରିଥିବା ବେଳେ ଗ୍ରାମର ଅନ୍ୟ ଏକ ବଡଗୋଷ୍ଠୀ ଗ୍ରାମରେ ଥିବା ୨୩ଏକର ସରକାରୀ ଜାଗା ଅବରୋଧ କରିଥିବା ବ୍ୟକ୍ତିଙ୍କୁ ଉଚ୍ଛେଦ ଦାବିରେ ମଧ୍ୟ ଜିଲା ପ୍ରଶାସନ ଓ କୋର୍ଟରେ ଅପିଲ କରିଥିଲ। ଏଭଳି ସ୍ଥିତିରେ କୋର୍ଟ ଅର୍ଡର ଅନୁଯାୟୀ ଭୋଗରାଇ ଅତିରିକ୍ତ ତହସିଲଦାର ପ୍ରତାପ କୁମାର ବେହେରା, ଥାନାଧିକାରୀ ରୋହିତ କୁମାର ବଳ, ରାଜସ୍ବ ନିରୀକ୍ଷକଙ୍କ ସହ ୧ ପ୍ଲାଟୁନ ପୋଲିସ ଫୋର୍ସ ଗୋପୀନାଥପୁର ଗ୍ରାମରେ ପହଞ୍ଚି ସରକାରୀ ଜାଗା ମାପଚୁପ ଉଦ୍ୟମ କରୁଥିବାବେଳେ ଶତାଧିକ ଗ୍ରାମବାସୀ ଗ୍ରାମରେ ଥିବା ସମସ୍ତ ସରକାରୀ ଜାଗା ଚି଼ହ୍ନଟ କରାଯାଉ ବୋଲି ଅଡ଼ି ବସି ପ୍ରତିବାଦ କରିଥିଲେ। ପ୍ରଶାସନର ତରବରିଆ ମାପଚୁପ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ପକ୍ଷପାତିତା ବୋଲି ଅଭିଯୋଗ କରି ଗ୍ରାମବାସୀ ନ୍ୟାୟ ପାଇଁ ଦାବି କରି ନାରାବାଜି ପ୍ରଦର୍ଶନ କରିଥିଲେ। ସ୍ଥିତି କ୍ରମଶଃ ବିଗିଡିଯାଉଥିବା ବେଳେ ରାଜସ୍ବ ବିଭାଗ, ଥାନାଧିକାରୀଙ୍କ ଧୈର୍ଯ୍ୟପୂର୍ଣ୍ଣ ନରମ ମନୋଭାବ ଓ ପ୍ରତିଶ୍ରୁତି ଦେବାରୁ ଗ୍ରାମବାସୀ ଶାନ୍ତ ପଡିଥିଲେ। ପରେ ଗ୍ରାମରେ ସରକାରୀ ଜାଗା ଚି଼ହ୍ନଟ ପାଇଁ ପ୍ରଶାସନ ଉପସ୍ଥିତିରେ ଚେନ ପକାଇ ମାପଚୁପ ହୋଇଥିଲା। ଉଲ୍ଲେଖନୀୟ ଯେ, ଗତ ମାର୍ଚ୍ଚ ୩୦ତାରିଖରେ ଉକ୍ତ ଗ୍ରାମର ସରକାରୀ ଜାଗାରେ ଉଭୟ ଗୋଷ୍ଠୀର ମଧୁ ପାର୍ବଣର ବାସନ୍ତୀ ମୂର୍ତ୍ତି ସହ ପାର୍ଶ୍ୱଦେବୀଦେବଙ୍କ ମୁଣ୍ଡ କାଟକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ପରେ ଉକ୍ତ ସ୍ଥାନରେ କେହି ପୂଜା କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କଟକଣା ଲାଗିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଷ୍ଟ୍ରେଟ ଆକ୍ରମଣକୁ ନେଇ କଡ଼ା ଚେତାବନୀ ଦେଲାଣି ଭାରତ! କହିଲା ବେକାର ଯିବନାହିଁ ନିର୍ଦ୍ଦୋଶ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୩: ଯୁକ୍ତରାଜ୍ୟରେ ଭାରତର ହାଇକମିଶନର ବିକ୍ରମ ଡୋରାଇସ୍ବାମୀ, ହର୍ମୁଜ ଷ୍ଟ୍ରେଟରେ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ବିକ୍ରମ ଡୋରାଇସ୍ବାମୀ ସମସ୍ତ ନାବିକଙ୍କ ସୁରକ୍ଷା, ନୌଚାଳନା…

ଆଶଙ୍କାରେ ପେନ୍‌ସନ୍‌ଭୋଗୀଙ୍କ ଭବିଷ୍ୟତ, ସମସ୍ତେ ଏକାଠି ହୋଇ…

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ କେନ୍ଦୁଝରଠାରେ…

ଶ୍ୱଶୁରଙ୍କୁ ନେଇ ଏମିତି କହିଦେଲେ ଧୋନୀଙ୍କ ସ୍ତ୍ରୀ: ଚାରିଆଡ଼େ ହେଉଛି ଚର୍ଚ୍ଚା

ରାଞ୍ଚି,୨୦।୩: ଭରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ସମ୍ପର୍କରେ ଏକ ଭାବପ୍ରବଣ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ…

ଇରାନକୁ ଆଉ ଏକ ବଡ଼ ଝଟକା, ଇସ୍ରାଏଲୀ ଆକ୍ରମଣରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦ା୩: ଇସ୍ରାଏଲ ଏବଂ ଆମେରିକା ସହିତ ଇରାନର ବିବାଦ ଜାରି ରହିଛି । ଏହି ବିବାଦ ମଧ୍ୟରେ ଇରାନକୁ ଆଉ ଏକ ବଡ଼ ଧକ୍କା ଲାଗିଛି ।…

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା’ କନକ ଦୁର୍ଗା

ଦେବଗଡ,୨୦।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ଦ୍ୱିତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶୁକ୍ରବାର ମା’ କନକ…

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

ଇରାନ ବିବାଦ: ଟ୍ରମ୍ପଙ୍କ ନାଁ ନନେଇ ଏମିତି କହିଦେଲେ ମୋହନ ଭାଗବତ, ବିଶ୍ବକୁ ଦେଲେ ଶାନ୍ତିର ମନ୍ତ୍ର

ନୂଆଦିଲ୍ଲୀ,୨୦।୩: ଇରାନ-ଆମେରିକା ବିବାଦ ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri