କଷ୍ଟ ଦେଉଛି ଗଁ। ରାସ୍ତା

ମାଧପୁର,୮ା୮ – ୩ ଗ୍ରାମର ଲୋକଙ୍କ ଭରସା ଗୋଟିଏ ରାସ୍ତା। ହେଲେ ଟିକେ ବର୍ଷା ହୋଇଗଲେ ଆଉ ସେହି ରାସ୍ତା ଦେଇ ଯିବାଆସିବା ସହଜ ହୋଇପାରୁନି। ଭଲ ରାସ୍ତାଟିଏ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନି। ଫଳରେ ମାଟି, କାଦୁଅ ଭିତରେ ପଶି ଯାତାୟାତ ପାଇଁ ବାଧ୍ୟ ହେଉଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କମ୍ପଲା ପଞ୍ଚାୟତର ୩ ଗ୍ରାମର ଲୋକେ।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମୁତାବକ, କମ୍ପଲା ପଞ୍ଚାୟତ ଦେଉଳି ଗ୍ରାମ୍ୟ ରାସ୍ତା ଉପରେ ଦେଉଳି, ମୋହନଖଳି, କଳାଧ୍ୱନୀ ଆଦି ଗ୍ରାମ ମୁଖ୍ୟତଃ ନିର୍ଭରଶୀଳ। ପ୍ରସିଦ୍ଧ ଗୁପ୍ତେଶ୍ୱର ବାବାଙ୍କ ଶୈବପୀଠ ଏହି ବାଟେ ପଡେ। ହେଲେ ମାଟି ରାସ୍ତା ହୋଇଥିବାରୁ ସାମାନ୍ୟ ବର୍ଷାରେ କାଦୁଅ ଭର୍ତ୍ତି ହୋଇଯାଉଛି। ତେଣୁ ବର୍ଷା ଦିନେ ଯାତାୟାତ କରିବା କଷ୍ଟକର ହୋଇପଡ଼ୁଛି। ଗାଡ଼ିମୋଟର ତ ଦୂର କଥା ଚାଲିକରି ଯିବାରେ ମଧ୍ୟ ଅସୁବିଧା ହେଉଛି। କିଛିଦିନ ହେବ ବର୍ଷା ଲାଗି ରହିଥିବାରୁ ରାସ୍ତା ପାଣି, କାଦୁଅରେ ଭର୍ତ୍ତି ହୋଇଯାଇଛି। ଏ ନେଇ ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ କମ୍ପଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ତିଳକରାଜ ବେହେରା କହିଛନ୍ତି, ଦୁଇଟି ପଞ୍ଚାୟତର ଦାୟିତ୍ୱରେ ଥିବାରୁ ଠିକ୍‌ ତଥ୍ୟ ଏବେ ଦେଇପାରିବେନି। ସମସ୍ୟାର ତର୍ଜମା କରାଯାଇ କିପରି ସମାଧାନ କରାଯିବ ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।
ଗଁ। ରାସ୍ତା ହୋଇଥିବାରୁ ଅବହେଳା
ଗଁ। ରାସ୍ତା ହୋଇଥିବାରୁ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ତେଣୁ ବର୍ଷ ବର୍ଷ ଧରି ଏହା ଏପରି ଶୋଚନୀୟ ଅବସ୍ଥାରେ ରହିଛି। ସ୍ଥାନୀୟ ଲୋକ ପ୍ରତିନିଧି ଚାହିଁଲେ ଲୋକେ ଗମନାଗମନର ଭଲ ସୁବିଧା ପାଇପାରନ୍ତେ।
-ମନୋଜ କୁମାର ବାହୁକ, ଦେଉଳି
ପ୍ରଶାସନ ସମାଧାନ କରୁ
ଗଁ। ଗଁ। ରେ ସରକାର ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ଏହି ରାସ୍ତା ପ୍ରତି ଆଦୌ ଦୃଷ୍ଟି ଦିଆଯାଉ ନାହିଁ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଗଲେ ଅନେକ ଲୋକ ଉପକୃତ ହୋଇପାରନ୍ତେ। ପ୍ରଶାସନ ଆମ ସମସ୍ୟାର ସମାଧାନ କରୁ।
-ମନୁ ଦେହୁରୀ, କଳାଧ୍ୱନି


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri