ଗାଁ ଚାଷୀଙ୍କ ସାଥୀ ତାଳପତ୍ର ପଖିଆ

ଡେରାବିଶ,୨୪ା୮(ବେବେର୍ତ୍ତା ଅଜୟ ଦାସ)ବର୍ଷାଋତୁ ଆସିଲେ ଚାଷୀଙ୍କ ପାଇଁ ଆବଶ୍ୟକ ପଡେ ତାଳପତ୍ରର ପଖିଆ। ଆଧୁନିକତାର ଚାକଚକ୍ୟ ଭିତରେ ଏବେ ବି ବିଭିନ୍ନ ଗାଁରେ ପଖିଆର ଚାହିଦା ଅକ୍ଷୂର୍ଣ୍ଣ ରହିଛି। ଆଜିର ହାଇକେଟ୍‌ ଯୁଗ ତଥା ପ୍ଲାଷ୍ଟିକର ବହୁଳ ପ୍ରସାର ମଧ୍ୟରେ ପ୍ରାଚୀନ କାଳରୁ ବ୍ୟବହୃତ ପଖିଆକୁ ମୁଣ୍ଡରେ ଦେଇ ଚାଷୀଭାଇମାନେ କ୍ଷେତକୁ କାମ କରିବାକୁ ଯାଇଥାନ୍ତି।
ଡେରାବିଶ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ କାରିଗରମାନେ ପଖିଆ ତିଆରି କରିଥାଆନ୍ତି। ବ୍ଲକ ଅଧୀନ ଚଷାଖଣ୍ଡ ଗ୍ରାମର ରବିନ୍ଦ୍ର ବେହେରା (୬୦) ପ୍ରତିବର୍ଷ ଶତାଧିକ ପଖିଆ ତିଆରି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ନିକଟସ୍ଥ ହାଟ ଓ ବଜାରରେ ଦୈନିକ ୧୦ରୁ ୧୫ଟି ପଖିଆ ବିକ୍ରି କରିଥାନ୍ତି। ସେ କୁହନ୍ତି, ଏହା ଆମର କୁଳବେଉସା। ଖରାଦିନେ ତାଳ ଗଛର ମଞ୍ଜପତ୍ରକୁ ଆଣି ଚାରିପାଞ୍ଚ ଦିନ ବାରିରେ ଥିବା ପୋଖରୀର ପଙ୍କ ଭିତରେ ପୋତି ରଖିଥାଉ। ପରେ ପତ୍ରଗୁଡିକୁ ଖରାରେ ଶୁଖାଇବା ପରେ ସାଇତି ରଖିବାକୁ ହୁଏ। ଏହାପରେ ପତ୍ରଗୁଡିକୁ ଆଣି ପଖିଆ ତିଆରି କରିଥାଉ। ତାଳପତ୍ରଗୁଡିକୁ ସରୁପତ୍ରରେ ସିଲେଇ କରି ପଖିଆର ପୂର୍ଣ୍ଣାଙ୍ଗ ରୂପ ଦିଆଯାଇଥାଏ। ପରିବାର ଲୋକଙ୍କ ସହଯୋଗରେ ଦୈନିକ ୧୦ରୁ ୧୨ଟି ପଖିଆ ତିଆରି କରି ତାକୁ ବିକ୍ରି ପାଇଁ ରଖିବାକୁ ହୁଏ । ବର୍ଷାର ଆରମ୍ଭରେ ପଖିଆ ପାଇଁ ଗ୍ରାହକଙ୍କ ଚାହିଦାକୁ ଲକ୍ଷ୍ୟ କରି ବିଭିନ୍ନ ହାଟ ବଜାରକୁ ନେଇ ବିକ୍ରି କରିଥାଉ। ଏହି ପଖିଆ ତିଆରି ପାଇଁ ଏକ ଲୁହାର କାତି ଦରକାର ହୋଇଥାଏ। ପଲିଥିନର ଯଥେଷ୍ଟ ଚାହିଦା ଥିଲା ବେଳେ ପଖିଆ ପ୍ରତି ଲୋକଙ୍କ ଆଗ୍ରହ କମି ନ ଥିବା ଅତି ଦୃଢତାର ସହ ରବିନ୍ଦ୍ର କହିଛନ୍ତି। ତାଳଗଛ କ୍ରମଶଃ ଲୋପ ପାଉ ଥିବାରୁ ଏହି କୁଟୀର ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ସମସ୍ୟା ଉପୁଜିଛି ା ତେବେ ସରକାରୀ ପ୍ରୋତ୍ସାହନ ଏବଂ ଅଭାବ ପଡୁଥିବା କଞ୍ଚାମାଲ ମିଳିଲେ ଏହି ଶିଳ୍ପକୁ ବଞ୍ଚାଇ ରଖି ହେବ ା ଏ ବିଷୟରେ ଚାଷୀ ଭାଗବତ ମଲ୍ଲିକ କୁହନ୍ତି, ଚାଷ ସମୟରେ ପଖିଆ ମୁଣ୍ଡରେ ଥିଲେ ବଜ୍ରପାତ ଆଶଙ୍କା ଆମ ମନରେ ନ ଥାଏ। କୌଣସି ପରିସ୍ଥିତିରେ ପଖିଆକୁ ଆମେ ପରିତ୍ୟାଗ କରିବାକୁ ଆଜିଯାଏ ପଛାଇ ନାହୁଁ। ପଖିଆ ପତ୍ରରେ ତିଆରି ହୋଇଥିବାରୁ ଏହାର ପ୍ରଭାବରେ ଚର୍ମରୋଗ ହୋଇ ନ ଥାଏ ବୋଲି ଗ୍ରାମର ବରିଷ୍ଠ ନାଗରିକଙ୍କ ମଧ୍ୟରେ ଧାରଣା ବଳବତ୍ତର ଅଛି କଂସାରୀପାଟଣା ଗ୍ରାମର ଦିଗମ୍ବର ମିଶ୍ର କହିଛନ୍ତି। ବର୍ଷା ପୂର୍ବରୁ ଚାଷ ପାଇଁ ପ୍ରତିବର୍ଷ ୨/୩ଟି ପଖିଆ ଆମେ କିଣି ଘରେ ସାଇତି ଥାଉ। ତେବେ ଏହି ପଖିଆ ଏକ କୁଟୀର ଶିଳ୍ପରେ ପରିଣତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏ ନେଇ ପ୍ରୋତ୍ସାହନ ବ୍ୟବସ୍ଥା କରାଗଲେ ଏହି ପ୍ରାଚୀନ ଶିଳ୍ପ ନୂତନ ଯୁବପିଢୀଙ୍କ ମଧ୍ୟରେ ବଞ୍ଚି ରୁହନ୍ତା ବୋଲି ଗୋଲରାହାଟ ଗ୍ରାମର ସାହାଜାନ ଖାଁ କହିଛନ୍ତି।
ଏହି ବିଷୟରେ ଡେରାବିଶ ବିଡ଼ିଓ ଦାଶରଥି ଜେନା କୁହନ୍ତି, ଚଳିତ ବର୍ଷ ବ୍ଲକ ଅଞ୍ଚଳରେ ଥିବା ପତିତ ଜମିରେ ବ୍ୟାପକ ତାଳ ଚାରା ରୋପଣ ପାଇଁ ବ୍ୟବସ୍ଥା କରାଯାଇଛି ା ଆବଶ୍ୟକ କଞ୍ଚାମାଲ ମିଳିଲେ ପଖିଆ କାରିଗରମାନେ ଉପକୃତ ହୋଇପାରିବେ ା


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri