ପ୍ରସ୍ତାବିତ ଗ୍ୟାସ୍‌ ପାଇପ୍‌ ଲାଇନକୁ ବିରୋଧ

ନୂଆପଡ଼ା, ୧୪।୧ (ମକାରୁ ବେମାଲ): ଛତିଶଗଡ଼ର ରାୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଏଚ୍‌ପିସିଏଲ୍‌ ଗ୍ୟାସ୍‌ ପାଇପ୍‌ ଲାଇନ ପ୍ରକଳ୍ପକୁ ନୂଆପଡ଼ା ବ୍ଲକରେ ବିରୋଧ କରାଯାଇଛି। ମଙ୍ଗଳବାର ନୂଆପଡା ମହକୁମା ସାହୁ ସମାଜ ଭବନଠାରେ ସଦର ବ୍ଲକର କ୍ଷତିଗ୍ରସ୍ତ ହେବାକୁ ଥିବା ଚାଷମାନେ ଏକଜୁଟ ହୋଇ ପ୍ରକଳ୍ପକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଏହି ପ୍ରସ୍ତାବିତ ଗ୍ୟାସ୍‌ ପାଇପ ଲାଇନ ପ୍ରକଳ୍ପର ସର୍ଭେ କାର୍ଯ୍ୟ ଇତିମଧ୍ୟରେ କମ୍ପାନୀ ପକ୍ଷରୁ କରାଯାଇ ଭୂମି ମାଲିକଙ୍କୁ ନୋଟିସ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଦିବାସୀ ନେତା ଖାମସିଂ ମାଝିଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ହେବାକୁ ଥିବା ଚାଷୀମାନେ ଏକାଠି ହୋଇଥିଲେ। ସେମାନେ ଦର୍ଶାଇଥିଲେ, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ଜମି ମାଲିକଙ୍କୁ ସାଙ୍ଗରେ ନେଇ କମ୍ପାନୀ ସର୍ଭେ କରିବା କଥା। କିନ୍ତୁ କାହାକୁ କିଛି ନ ଜଣାଇ କମ୍ପାନୀ ମନମୁଖି ସର୍ଭେ କରି ନୋଟିସ ଜାରି କରିଛି। ଅନେକ ଚାଷୀ ଏପର୍ଯ୍ୟନ୍ତ କିଛି ଜାଣି ନାହାନ୍ତି। କମ୍ପାନୀ କିଛି ଲୋକଙ୍କ ଅଭିଯୋଗକୁ ଜିଲା ପ୍ରଶାସନ ପାଖରେ ରଖି ତା’ର ସମାଧାନ କରିଦେବାକୁ ଭିତିରିଆ ଚାଲ ଖେଳୁଛି ବୋଲି ସଭାରେ ଖାମସିଂ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ପ୍ରଥମେ ଗ୍ରାମସଭା ହେଉ, ନ ହେଲେ ଆମେ ପକଳ୍ପକୁ ବିରୋଧ କରିବୁ। ସମାବେଶରେ ଗୋପାଳ ଚନ୍ଦ୍ର ସାହୁ, ଲଳିତ ସାହୁ, ଭୋଳାନାଥ ସାହୁ, ହୋମସିଂ ମାଝି, ନୀଳକଣ୍ଠ ସାହୁ, ଶୋଭାରାମ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ଭାଜପା ନେତାଙ୍କ ଘରେ ଲାଗିଲା ନିଆଁ: ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୧୪।୧:ବରିଷ୍ଠ ଭାଜପା ନେତା ରବି ଶଙ୍କର ପ୍ରସାଦଙ୍କ ଦିଲ୍ଲୀସ୍ଥିତ ଘରେ ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା।...

ଯଦି ଟି-୨୦ ବିଶ୍ୱକପ ଖେଳିବାକୁ ମନା କରେ ବାଂଲାଦେଶ, ତା’ହେଲେ କି କାର୍ଯ୍ୟାନୁଷ୍ଠାନ ନେବ ICC? ଜାଣନ୍ତୁ…

ନୂଆଦିଲ୍ଲୀ,୧୪।୧: ୨୦୨୬ ଟି୨୦ ବିଶ୍ୱକପ ନେଇ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବାଂଲାଦେଶର କ୍ରୀଡା ପରାମର୍ଶଦାତା ଆସିଫ ନଜରୁଲ ପୁଣିଥରେ ସ୍ପଷ୍ଟ...

ପଞ୍ଚାୟତ ନିର୍ବାଚନରେ ଭୁଲ୍‌ ତଥ୍ୟ ଦେବା ପଡିଲା ମହଙ୍ଗା: ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କଲେ ହାଇକୋର୍ଟ

ମୋହନା, ୧୪ା୧(ମନ୍ମଥ ମିଶ୍ର): ଗତ ପଞ୍ଚାୟତ ନିର୍ବାଚନରେ ଭୁଲ୍‌ ତଥ୍ୟ ଦେଇ ସରପଞ୍ଚ ରୂପେ ନିର୍ବାଚିତ ହୋଇଥିବାରୁ ଏହାର ପ୍ରତିବାଦରେ ପ୍ରତିଦ୍ୱନ୍ଦ୍ୱୀ କୈଳାସି ମାଝୀ ୨୦୨୨ରେ...

ପରିଣାମ ଭୋଗିବ…ଏହି ଦେଶକୁ ଖୋଲା ଧମକ ଦେଲେ ଟ୍ରମ୍ପ, ବିଶ୍ୱ ଚକିତ

ଓ୍ବାଶିଂଟନ୍‌,୧୪।୧: ଇରାନରେ ଦେଶବ୍ୟାପୀ ପ୍ରତିବାଦ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଇରାନ ସରକାର ନିଜ...

ମକର ସଂକ୍ରାନ୍ତିରେ ଉପାସ ରହିଲେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର,୧୪।୧: ପୁଣି ଉପାସ ରହିଲେ ମହାପ୍ରଭୁ ଲିଙ୍ଗରାଜ। ମକର ସଂକ୍ରାନ୍ତିରେ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ମଙ୍ଗଳବାର ସଂଧ୍ୟାରୁ ବନ୍ଦ ଅଛି ନୀତିକାନ୍ତି। ବଡୁ...

ଏହି ସ୍ଥାନକୁ ଗଲେ ହୁଏ ସନ୍ତାନପ୍ରାପ୍ତି : ମକର ସଂକ୍ରାନ୍ତିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼, ମାନସିକ କୁଣ୍ଡରେ…

ଖୋର୍ଦ୍ଧା,୧୪।୧(ପ୍ରଭାତ ପାଣିଗ୍ରାହୀ): ଆଜି ପବିତ୍ର ମକର ସଂକ୍ରାନ୍ତି। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଆଜି ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ ଓ ସୂର୍ଯ୍ୟଙ୍କର ଉତ୍ତରାୟଣ...

ମକର ସଂକ୍ରାନ୍ତି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪।୧: ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଢ଼ୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଏକ୍ସରେ ଲେଖିଛନ୍ତି,...

ଖୁସି ଖବର: ଭାରତ ଉପରୁ ଟାରିଫ୍‌ ହଟାଇବେ ଟ୍ରମ୍ପ! ମିଳିଲା ସିଗ୍‌ନାଲ୍‌

ଓ୍ବାଶିଂଟନ୍‌,୧୪।୧: ଆମେରିକାର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ରୁବିଓଙ୍କ ସହ ଫୋନରେ କଥା ହୋଇଛନ୍ତି। ଏକ ଇମେଲ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri