ଗାଁ କମିଟି ବୈଠକ ପାଲଟିଲା ରଣକ୍ଷେତ୍ର: ବୁଲିଲା ଖଣ୍ଡା, ୪ ଗୁରୁତର

ଗଞ୍ଜାମ,୨୫।୪(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆ ଗାଁରେ ଗ୍ରାମ କମିଟି ବୈଠକ ଚାଲିଥିବା ବେଳେ ହଠାତ୍‌ ସଙ୍ଘବଦ୍ଧ ଆକ୍ରମଣ ଘଟଣା ଘଟିଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଶନିବାର ରାତିରେ ଗ୍ରାମ କମିଟି ବୈଠକ ବସିଥିଲା । ଅନ୍ୟ ଏକ ଗୋଷ୍ଠୀର ପ୍ରାୟ ୫ ଯୁବକ ହାତରେ ଖଣ୍ଡା ଧରି ବୈଠକ ସ୍ଥଳରେ ପହଞ୍ଚିି ଅତର୍କିତ ଭାବେ ଖଣ୍ଡାରେ ହାଣିଥିଲେ ।  ଖବରପାଇ ଗଞ୍ଜାମ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ, ଏସ୍‌ଆଇ ଅଜିତ ପରିଡ଼ା ପ୍ରମୁଖ ଉକ୍ତ ଗ୍ରାମରେ ପହଞ୍ଚି ଛାନଭିନ୍ନ ଆରମ୍ଭ କରିଥିଲେ। ଉକ୍ତ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁୁ ଥାନାରେ ଅଟକ ରଖାଯାଇ ତଦନ୍ତ ଚାଲୁଥିବା ଆଇଆଇସି ସାହୁ କହିଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ।