ଦିଗପହଣ୍ଡି,୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଗୁରୁବାରଠାରୁ ମହାଯଜ୍ଞ ଶୁଭାରମ୍ଭ ହୋଇଛି। ରବିବାର ମହାଯଜ୍ଞର ପୂର୍ଣ୍ଣାହୁତି କରାଯିବ। ଏହି ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ସମଗ୍ର ଗାଁ ଉତ୍ସବ ମୁଖର ହୋଇଛି। ମନ୍ଦିର ପରିଚାଳନା କମିଟି ସଭାପତି ଏସ୍. ସୁଶାନ୍ତ ଦୋରା,ସମ୍ପାଦକ ଜୟଦେବ ରେଡ୍ଡୀ,କୋଷାଧ୍ୟକ୍ଷ ପ୍ରଦୀପ କୁମାର ଚୌଧୁରୀଙ୍କ ନେତୃତ୍ୱରେ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞ ସ୍ଥଳରେ ପହଞ୍ଚିଥିଲା। ପଣ୍ଡିତ ଅଶୋକ କୁମାର ପାଢ଼ୀଙ୍କ ସମେତ ବହୁ ସଂଖ୍ୟକ ପୁରୋହିତ ଏବଂ କର୍ତ୍ତା ଭାବେ ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ ତାଙ୍କ ସ୍ତ୍ରୀ ଜ୍ୟୋସ୍ନା ସାହୁ ମହାଯଜ୍ଞ ସ୍ଥଳରେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ।


