ଅଭିନୟରୁ ସନ୍ନ୍ୟାସ ନେଇ ଘୋଷଣା କରି ଚମକାଇଲେ ଅଭିନେତା ବିକ୍ରାନ୍ତ ମେସି, ୨୦ ବର୍ଷ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ବମ୍ବେ: ଅଭିନୟରୁ ସନ୍ନ୍ୟାସ ଘୋଷଣା କଲେ ଚର୍ଚ୍ଚିତ ବଲିଉଡ୍‌ କଳାକାର ବିକ୍ରାନ୍ତ ମେସି। ନିକଟରେ ତାଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ରିଲିଜ ହୋଇଥିଲା। ଏଥିରେ ତାଙ୍କ ଚରିତ୍ର ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲା। ଫିଲ୍ମକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ବିକ୍ରାନ୍ତ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ପ୍ରଶଂସକଙ୍କ ଆଖିରେ ଲୁହ ଆଣି ଦେଇଛି। ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଲେଖି ଅଭିନୟରୁ ବିରତି ନେଉଥିବା ଘୋଷଣା କରିଛନ୍ତି।

୨୦୦୪ରେ ଟେଲି ପରଦାରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ବିକ୍ରାନ୍ତ। ଏବେ ସେ ଅଭିନେତା ନିଜର ପୋଷ୍ଟରେ ଲେଖିଛନ୍ତି, ଗତ କିଛି ବର୍ଷ ସ୍ମରଣୀୟ ଥିଲା। ଆପଣ ସମସ୍ତଙ୍କର ସମର୍ଥନ ଲାଗି ଧନ୍ୟବାଦ। ହେଲେ ଯେମିତି ମୁଁ ଆଗକୁ ବଢ଼ୁଛି, ମୋତେ ଜଣେ ସ୍ବାମୀ, ବାପା, ପୁଅ ଏବଂ ଅଭିନେତା ଭାବେ ଏହା ହେଉଛି ଠିକ୍‌ ସମୟ ପୁଣି ଥରେ ଘରକୁ ଫେରିଯିବାର ବୋଲି ମନେ ହେଉଛି। ୨୦୨୫ରେ ମୁଁ ଆପଣଙ୍କୁ ଶେଷ ଥର ଲାଗି ଭେଟିବି, ଯେବେ ଯାଏ ସଠିକ୍‌ ସମୟ ଆସିନାହିଁ। ଦୁଇ ଶେଷ ଫିଲ୍ମ, ଅଗଣିତ ସ୍ମୃତି, ସମସ୍ତଙ୍କ ନିକଟରେ ଋଣି ରହିବି।

 

 

View this post on Instagram

 

A post shared by Vikrant Massey (@vikrantmassey)

ବିକ୍ରାନ୍ତଙ୍କ ଏଭଳି ପୋଷ୍ଟ ପରେ ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି। କେଉଁ କାରଣରୁ କ୍ୟାରିୟରର ଶୀର୍ଷରେ ଥାଇ ବି ସେ ଏଭଳି ଘୋଷଣା କଲେ ତା ସମସ୍ତେ ଜାଣିବାକୁ ଚାହୁଁଛନ୍ତି।

କହିରଖୁଛୁ, ଗତ ବର୍ଷ ବିକ୍ରାନ୍ତଙ୍କ ଫିଲ୍ମ ‘୧୨ମ ଫେଲ୍‌’ ରିଲିଜ ହୋଇଥିଲା। ଏହାକୁ ଲୋକେ ବହୁତ ପସନ୍ଦ କରିଥିଲେ। ନିକଟରେ ତାଙ୍କର ରିଲିଜ ହୋଇଥିବା ଫିଲ୍ମ ‘ଦ ସାବରମତି ରିପୋର୍ଟ’ ପାଇଁ ତାଙ୍କୁ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ ୨୦୨୪ରେ ‘ପର୍ସନାଲିଟି ଅଫ୍‌ ଦ ଇୟର’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri